Posted inଜାତୀୟ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିଲେନି

କୋଲକାତା,୧୧ା୯: ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗଦେବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପଶ୍ଚିମବଙ୍ଗର ଆନ୍ଦୋଳନରତ ଜୁନିୟର ଡାକ୍ତରମାନେ ଏହାକୁ ମାନିନାହାନ୍ତି। ଆର୍‌.ଜି. କର ହସ୍ପିଟାଲର ମହିଳା ଟ୍ରେନି ଡାକ୍ତର ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।
ଜୁନିୟର ଡାକ୍ତରମାନେ ସପ୍ତାହେ ହେଲା କୋଲକାତା ପୋଲିସ ମୁଖ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ମଙ୍ଗଳବାର ସ୍ବାସ୍ଥ୍ୟ ଭବନ ଅଭିମୁଖେ ଶୋଭାଯାତ୍ରାରେ ଯାଇଛନ୍ତି। ବଳାତ୍କାର ଓ ହତ୍ୟା ମାମଲାରେ ସେମାନେ କୋଲକାତା ପୋଲିସ କମିଶନର ଏବଂ ବହୁ ସ୍ବାସ୍ଥ୍ୟ ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ସଲ୍ଟ ଲେକ୍‌ର ସେକ୍ଟର-୫ ସ୍ଥିତ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମୁଖ୍ୟାଳୟକୁ ଶୋଭାଯାତ୍ରାରେ ଯାଉଥିବାବେଳେ ଜୁନିୟର ଡାକ୍ତରମାନେ ଝାଡ଼ୁ ଏବଂ ମଡେଲ ବ୍ରେନ୍‌ ପ୍ରଦର୍ଶନ କରିଥିଲେ। ସ୍ବାସ୍ଥ୍ୟ ବିଭାଗକୁ ପରିଷ୍କାର କରିବା ଏବଂ ଡାକ୍ତରମାନଙ୍କ ଅସୁବିଧା ସମ୍ପର୍କରେ ଶୀର୍ଷ ଅଧିକାରୀମାନେ ଚିନ୍ତା କରନ୍ତୁ ବୋଲି ଜଣାଇଦେବା ପାଇଁ ଆନ୍ଦୋଳନକାରୀ ଡାକ୍ତରମାନେ ପ୍ରତୀକ ସ୍ବରୂପ ଝାଡ଼ୁ ଓ ବ୍ରେନ୍‌ ମଡେଲ ନେଇଛନ୍ତି। ସ୍ବାସ୍ଥ୍ୟ ଭବନ ଗେଟ୍‌ ନିକଟରେ ସେମାନଙ୍କୁ ଅଟକାଇବା ପାଇଁ ବ୍ୟାପକ ପୋଲିସ ମୁତୟନ ହେବା ସହ ବ୍ୟାରିକେଡ୍‌ ଲଗାଯାଇଥିଲା। ସେମାନଙ୍କ ୫ ଦଫା ଦାବି ପୂରଣ ପାଇଁ ଜୁନିୟର ଡାକ୍ତରମାନେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ। ଦାବିଗୁଡ଼ିକ ମଧ୍ୟରେ ରହିଛି କୋଲକାତା ପୋଲିସ କମିଶନର, ରାଜ୍ୟ ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ଶିକ୍ଷା ନିର୍ଦ୍ଦେଶକ ଏବଂ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ଇସ୍ତଫା। ତାହା ପୂରଣ ନ ହେଲେ ସେମାନେ ସ୍ବାସ୍ଥ୍ୟ ଭବନ ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି।
ଅପରପକ୍ଷରେ ଆର୍‌.ଜି. କର ହସ୍ପିଟାଲ ପ୍ରସଙ୍ଗରେ ଲାଗିରହିଥିବା ଅଚଳାବସ୍ଥାର ସମାଧାନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା ପାଇଁ ରାଜ୍ୟ ସଚିବାଳୟକୁ ଡାକିଥିଲେ। ଜୁନିୟର ଡାକ୍ତରମାନେ ତାଙ୍କ ଆମନ୍ତ୍ରଣକୁ ଅଗ୍ରାହ୍ୟ କରିଦେଇଛନ୍ତି। ଡାକ୍ତରମାନଙ୍କର ଏକ ୧୦ ଜଣିଆ ପ୍ରତିନିଧି ଦଳଙ୍କୁ ନବାନ୍ନ ଆସି ସରକାରଙ୍କ ସହ ଆଲୋଚନା କରିବା ପାଇଁ ସ୍ବାସ୍ଥ୍ୟ ସଚିବ ଏନ୍‌.ଏସ୍‌. ନିଗମ ଇମେଲ୍‌ ଯୋଗେ ଡାକିଥିଲେ। ଇମେଲ୍‌ରେ ବ୍ୟବହୃତ ଭାଷା କେବଳ ଡାକ୍ତରମାନଙ୍କ ପାଇଁ ଅପମାନଜନକ ନୁହେଁ, ବରଂ ଅସମ୍ବେଦନଶୀଳ। ଇମେଲ୍‌ର ଉତ୍ତର ଦେବାର କୌଣସି କାରଣ ନାହିଁ ବୋଲି ଅନ୍ଦୋଳନରତ ଡାକ୍ତରମାନଙ୍କ ନେତା ଡ. ଦେବାଶିଷ ହାଲ୍‌ଦାର କହିଛନ୍ତି।
ଆର୍‌.ଜି. କର ହସ୍ପିଟାଲ ବଳାତ୍କାର ଓ ହତ୍ୟାକାଣ୍ଡ ଘଟଣାରେ ନ୍ୟାୟ ଦାବିକରି ପଶ୍ଚିମବଙ୍ଗର ଜୁନିୟର ଡାକ୍ତରମାନେ ମାସେ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ରୋଗୀସେବା ବ୍ୟାହତ ହେଉଥିବାରୁ ସେମାନଙ୍କୁ ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା କାର୍ଯ୍ୟରେ ଯୋଗଦେବା ପାଇଁ ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟରେ ଯୋଗଦେଲେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହଁି ବୋଲି ପଶ୍ଚିମବଙ୍ଗ ସରକାର ପ୍ରତିଶ୍ରୁତି ଦେଇଥିଲେ। ଏହା ସତ୍ତ୍ୱେ ଜୁନିୟର ଡାକ୍ତରମାନେ ସେମାନଙ୍କ ଜିଦ୍‌ରେ ଅଟଳ ରହି କାର୍ଯରେ ଯୋଗଦେଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri