Posted inଜାତୀୟ

ଭାରତରେ ଓ୍ବିକିପିଡିଆକୁ ବନ୍ଦ କରିଦେବୁ: ହାଇକୋର୍ଟ

ନୂଆଦିଲ୍ଲୀ,୬ା୯: ଓ୍ବିକିପିଡିଆରେ ଅନେକ ଭୁଲ୍‌ ତଥ୍ୟ ପ୍ରକାଶ ପାଉଥିବା ନେଇ ଅଭିଯୋଗ ହେଉଥିବାବେଳେ ଭାରତରେ ଏହାର ବ୍ୟବସାୟ ବନ୍ଦ କରି ଦିଆଯିବ ବୋଲି ବୁଧବାର ଦିଲ୍ଲୀ ହାଇକୋର୍ଟ ଚେତାବନୀ ଦେଇଛନ୍ତି। ଏସିଆନ୍‌ ନ୍ୟୁଜ୍‌ ଇଣ୍ଟରନ୍ୟାଶନାଲ (ଏଏନ୍‌ଆଇ)ର ଓ୍ବିକିପେଡିଆ ପେଜ୍‌ରେ କେତେଜଣ ସବ୍‌ସ୍କ୍ରାଇବର ଅପମାନଜନକ ଏଡିଟ୍‌ କରିଥିଲେ। ଏହି ସମ୍ପାଦନା କରିଥିବା ବ୍ୟକ୍ତିମାନଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ଅଦାଲତଙ୍କ ନିର୍ଦ୍ଦେଶ ରହିଥିଲା। ଓ୍ବିକିପିଡିଆ ଏହାର ଅନୁପାଳନ କରି ନ ଥିବାରୁ ନ୍ୟୁଜ୍‌ ଏଜେନ୍ସି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏଏନ୍‌ଆଇ ସମ୍ପୃକ୍ତ ଆପତ୍ତିଜନକ କଣ୍ଟେଣ୍ଟ ହଟାଇବା ପାଇଁ ନିର୍ଦ୍ଦେଶ ସହ ଆର୍ଥିକ କ୍ଷତିପୂରଣ ଦାବି କରିଛି।
ହାଇକୋର୍ଟ ବିଚାରପତି ନବୀନ ଚାଓ୍ବଲା ଏହାର ଶୁଣାଣି ବେଳେ ଓ୍ବିକିପିଡିଆକୁ ଭର୍ତ୍ସନା କରି କହିଛନ୍ତି, ଆମେ ତୁମକୁ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିବୁ। ଭାରତରେ ତୁମ ବ୍ୟବସାୟିକ କାରବାର ବନ୍ଦ କରିଦେବୁ। ଓ୍ବିକିପିଡିଆକୁ ବନ୍ଦ କରିବା ପାଇଁ ସରକାରଙ୍କୁ କହିବୁ। ଓ୍ବିକିପେଡିଆ ପକ୍ଷରୁ ଆଇନଜୀବୀ ଟିନା ଆବ୍ରାହମ୍‌ କୋର୍ଟଙ୍କୁ କହିଥିଲେ ଯେ, ଅଦାଲତଙ୍କ ନିର୍ଦ୍ଦେଶ ଉପରେ କେତେକ ତଥ୍ୟ ଉପସ୍ଥାପନ କରିବାକୁ ଥିବାରୁ ହାଜର ହେବାରେ ସମୟ ଲାଗିଲା। କାରଣ ଓ୍ବିକିପିଡିଆର ଅଫିସ ଭାରତରେ ନାହିଁ। ଜଷ୍ଟିସ୍‌ ଚାଓ୍ବଲା ବିରକ୍ତିଭାବ ପ୍ରକାଶ କରି କହିଥିଲେ, ଓ୍ବିକିପିଡିଆ ପୂର୍ବରୁ ମଧ୍ୟ ଏଭଳି ଯୁକ୍ତି ବାଢ଼ିଥିଲା। ତୁମେ ଯଦି ଭାରତକୁ ପସନ୍ଦ କରୁନ, ଦୟାକରି ଏଠାରେ କାର୍ଯ୍ୟ କରନାହିଁ। ଅକ୍ଟୋବର ୨୫ରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ। ସେହିଦିନ ଓ୍ବିକିପିଡିଆର ଅଧିକୃତ ପ୍ରତିନିଧି ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ଜଷ୍ଟିସ୍‌ ଚାଓ୍ବଲା ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri