ପୋଲିସ ଢିଲା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ସଟ୍ଟାଜୁଆ, ଚୋରାମଦ କାରବାର ଆଦି ସାଧାରଣରେ ଏଠାରେ ପରିଣତ ହୋଇଛି। ସେହିପରି ଦିନ ଦ୍ୱିପ୍ରହରରେ ଏଠାରେ ହତ୍ୟାକାଣ୍ଡ ଘଟୁଥିବାବେଳେ ଲୁଟେରାଙ୍କ ଦୌରାତ୍ମ ମଧ୍ୟ ବଢ଼ି ଚାଲିଛି। କେବଳ ସେତିକି ନୁହେଁ, ପୋଲିସ୍‌ ଏସକର୍ଟରେ ଯାଉଥିବା ବିଚାରାଧୀନ ବନ୍ଦୀ ମଧ୍ୟ କୋର୍ଟ ଆଗରୁ ଫେରାର୍‌ ଉଦ୍ୟମ କରୁଛନ୍ତି ଏବଂ ଏଥିପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ୁଛି। ଅବକାରୀ ବିଭାଗର ଅପାରଗତା ଯୋଗୁ ଜିଲାରେ ନିଶା କାରବାର ବଢ଼ି ଚାଲୁଛି। ସେହିପରି ପୋଲିସର ମଧ୍ୟ ବେପରୁଆ ମନୋଭାବ ଯୋଗୁ ଜିଲାରେ ଦିନକୁ ଦିନ ଜିଲାାରେ ଅସାମାଜିକତତ୍ତ୍ୱ ବଢ଼ିବା ସାଙ୍ଗକୁ ଆଇନଶୃଙ୍ଖଳା ଭୁଷୁଡ଼ି ପଡ଼ୁଥିବା ସାଧାରଣରେ ଅଭିଯୋଗ ହେଉଛି।
ଜିଲାରେ ନିଶା କାରବାର ସହିତ ସଟ୍ଟାଜୁଆ ଭଳି ଅସାମାମାଜିକ କାର୍ଯ୍ୟକଳାପ ବଢ଼ିଥିବା ନେଇ ସାଧାରଣ ନିର୍ବାଚନ ପରେ ନବନିର୍ବାଚିତ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଉଦବେଗ ପ୍ରକାଶ କରିଥିଲେ। ଏଭଳି କାରବାରରେ ଅଙ୍କୁଶ ଲଗାଇବା ପାଇଁ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଏସପି ପି.ଏସ୍‌ ମୀନାଙ୍କୁ ଫେରାଦ ହୋଇଥିଲେ। ତେବେ ନିଶା କାରବାର ପ୍ରତି ଅବକାରୀ ବିଭାଗ ଚେଇଁ ଶୋଇଥିବାବେଳେ ପୋଲିସ କାଁଭାଁ କଫ ସିରପ୍‌ ଜବତ କରୁଛି। କିନ୍ତୁ ଜିଲା ଦେଇ ଯାଇଥିବା ରାଜପଥ ପାର୍ଶ୍ୱସ୍ଥ ବିଭିନ୍ନ ଢ଼ାବାଗୁଡ଼ିକରେ ଓପନ ବାର୍‌ ଭଳି ଅବାଧରେ ଚୋରାମଦ କାରବାର ଚାଲୁଥିଲେ ହେଁ ସେଥିପ୍ରତି ଉଭୟ ଅବକାରୀ ପୋଲିସ ଏବଂ ଅବକାରୀ ଆଖି ବୁଜି ଦେଇଥିବା ଜିଲାରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏଥିରେ ସେମାନଙ୍କ ଭୂମିକା ନେଇ ସାଧାରଣରେ ନାନା ସନ୍ଦେହ ଉପୁଜିଛି।
କଥା ଏତିକିରେ ସରି ନାହିଁ। ବିଗତ ଦିନରେ ଘଟିଥିବା ଅନେକ ସମ୍ବେଦନଶୀଳ ଅପରାଧରୁ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି କିଭଳି ରହିଛି, ତାହା ସହଜରେ ଅନୁମେୟ। ଗତ ସାଧାରଣ ନିର୍ବାଚନ ସମୟରେ ସରସରା ଭୋଟ୍‌ ଗ୍ରହଣ କେନ୍ଦ୍ରର ଅନତିଦୂରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଏ ପର୍ଯ୍ୟନ୍ତ ଗିରଫ କରିନାହିଁ। ଅନ୍ୟପଟେ ନିର୍ବାଚନ କମିଶନଙ୍କ ଆଦେଶ ମୁତାବକ ତତ୍କାଳୀନ ସଦର ଥାନା ଅଧିକାରୀ ଏବଂ ଜଣେ ଅବକାରୀ କର୍ମଚାରୀଙ୍କୁ ବଦଳି କରାଯାଇଥିଲା। ସେହିପରି ଗତ କିଛିଦିନ ତଳେ ବରଗଡ଼ ସହର ଉପକଣ୍ଠ ଭଟଲି ଛକ ନିକଟ ସାଇ ମନ୍ଦିର ବ୍ରିଜ ପାଖରେ କାର୍‌ ଦୁର୍ଘଟଣାରେ ଖୁଣ୍ଟପାଲି ଗ୍ରାମର କଲେଜ ଅଧ୍ୟକ୍ଷ ମନୋଜ କୁମାର ଆଚାର୍ଯ୍ୟଙ୍କ ମୃତ୍ୟୁ ଘଟିଥିଲା। ତେବେ ଯୁକ୍ତ୨ ପିଲାଙ୍କ ନାମଲେଖା ବାବଦକୁ ସଂଗୃହ ଟଙ୍କା ମଧ୍ୟରୁ ଅଢ଼େଇ ଲକ୍ଷ ଟଙ୍କା (୫ବ୍ୟାଣ୍ଡଲ ୫୦୦ ଟଙ୍କିଆ ନୋଟ୍‌) ଦୁର୍ଘଟଣାଗ୍ରସ୍ତ କାର୍‌ରୁ ଗାଏବ୍‌ ହୋଇଥିବା ସେତେବେଳେ ଖୋଦ୍‌ କଲେଜ କର୍ମଚାରୀମାନେ ଆଶଙ୍କା ପ୍ରକାଶ କରିଥିଲେ। ମାତ୍ର ସେହି ଟଙ୍କା କିଏ ନେଲା, ତାହା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିଲା ନାହିଁ। ଏହା ସହିତ ବିଗତ ଦିନରେ ବରଗଡ଼-ଭେଡ଼େନ ରାସ୍ତାରେ ଲୁଟେରା ସନ୍ଦେହରେ ଦିନ ଦ୍ୱିପ୍ରହରରେ ୨ଜଣଙ୍କୁ ନିର୍ମମ ହତ୍ୟା, ନିୟମିତ ବ୍ୟବଧାନରେ ମୋବାଇଲ ଓ ବାଇକ୍‌ ଚୋରି, ଲୁଟ୍‌ପାଟ୍‌ ଘଟଣା ଘଟୁଥିବାବେଳେ ନିକଟ ଅତୀତରେ ଅତାବିରା ଥାନା ଖଇରପାଲି ଗ୍ରାମରେ ଜଣେ ଜିଲା ପରିଷଦ ସଭ୍ୟଙ୍କ ପୁଅଙ୍କ ମୃତଦେହ ଉଦ୍ଧାର, ବୁଧବାର ପଦ୍ମପୁରର ଏକ ଛାତ୍ରାବାସରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣା ଏବେ ମଧ୍ୟ ରହସ୍ୟାବୃତ୍ତ ଭାବେ ରହି ଯାଇଛି। ତେବେ ପୋଲିସ ଖୁଣ୍ଟପାଲି କଲେଜର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଆଚାର୍ଯ୍ୟଙ୍କ କାର୍‌ରୁ ଅଢ଼େଇ ଲକ୍ଷ ଟଙ୍କା ଗାଏବ୍‌, ଜିଲା ପରିଷଦ ସଭ୍ୟଙ୍କ ପୁଅଙ୍କ ମୃତୁ୍୍ଯଯ ଏବଂ ପଦ୍ମପୁର ଛାତ୍ରାବାସରେ ଛାତ୍ରଙ୍କ ମୃତ୍ୟୁ ରହସ୍ୟ କେବେ ଉନ୍ମୋଚିତ କରୁଛି, ତାହା ଦେଖିବାକୁ ବାକି ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri