ଓଡ଼ିଶାରୁ ଯିବେ ୨ ହଜାର BSF ଯବାନ; ଜମ୍ମୁରେ ସକ୍ରିୟ ୧୦୦ ବିଦେଶୀ ଆତଙ୍କୀ

ନୂଆଦିଲ୍ଲୀ, ୨୮।୭: ଭାରତ-ପାକିସ୍ତାନ ସୀମାରେ ଆତଙ୍କବାଦୀଙ୍କ ଜମ୍ମୁ ଅଞ୍ଚଳରେ ସୁରକ୍ଷା ବଢାଇବା ପାଇଁ ଓଡ଼ିଶାରୁ ୨,୦୦୦ ରୁ ଅଧିକ କର୍ମଚାରୀଙ୍କୁ ନେଇ ଦୁଇଟି ବିଏସଏଫ ବାଟାଲିୟନ ବାହାର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗତ କିଛିଦିନ ହେଲା ଆତଙ୍କୀ ତଙ୍କୀ ଆକ୍ରମଣ ବୃଦ୍ଧି ପାଇଛି। ତେଣୁ ଏହାକୁ ମୁକାବିଲା କରିବା ଲାଗି ସରକାର ସୁରକ୍ଷା ବାହିନୀକୁ ନିୟୋଜିତ କରିବା ଲାଗି ଲାଗି ନିଷ୍ପଭି ନେଇଛନ୍ତି।

ଏହି କ୍ରମରେ ଓଡ଼ିଶାରୁ ୨ ହଜାର ଯବାନ ଯିବେ। ଓଡ଼ିଶାରେ ମାଓବାଦୀ ଦମନ ଅଭିଯାନରେ ସାମିଲ ଥିବା ବିଏସ୍ଏଫର ୨ଟି ବାଟାଲିୟନ (୨ ହଜାର) ଯବାନଙ୍କୁ ତୁରନ୍ତ ଜମ୍ମୁ ପଠାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବିଏସ୍ଏଫର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ଓଡ଼ିଶାରେ ମାଓବାଦୀ ମୁକାବିଲାରେ ଏହି ୨ ବାଟାଲିୟନ ବିଏସ୍ଏଫ ଯବାନ ନିୟୋଜିତ ଅଛନ୍ତି।

ତେବେ ତୁରନ୍ତ ସେମାନଙ୍କୁ ମାଓ ଦମନ ଅଭିଯାନ ଗ୍ରୀଡରୁ ପ୍ରତ୍ୟାହାର କରି ଜମ୍ମୁକୁ ପଠାଇବା ଲାଗି ନିର୍ଦ୍ଦେଶ ମିଳିଛି । ନିକଟରେ ଦିଲ୍ଲୀ ଓ ଜମ୍ମୁରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ଜମ୍ମୁରେ ସେଥିରେ ଜମ୍ମୁରେ ବିଏସ୍ଏଫ ଯବାନଙ୍କୁ ମୁତୟନ କରି କରିବା ଲାଗି ନିଷ୍ପରି ନିଆଯାଇଛି। ଓଡ଼ିଶାରେ ମାଓହିଂସା କମିଥିବାରୁ ସେଠାରୁ ୧ ବାଟାଲିୟନ ବିଏସ୍ଏଫ ଯବାନଙ୍କୁ ପ୍ରତ୍ୟାହାର କରି ଛତିଶଗଡରେ ମୁତୟନ କରିବା ଲାଗି ପ୍ରସ୍ତାବ ରହିଥିଲା। କିଛିଦିନ ହେଲା ଛତିଶଗଡରେ ମାଓବାଦୀଙ୍କ ସକ୍ରିୟତା ବୃଦ୍ଧି ପାଇଥିଲା । କିନ୍ତୁ ଏବେ ସେହି ଦୁଇ ବାଟାଲିୟନର ଯବାନଙ୍କୁ ତୁରନ୍ତ ଜମ୍ମୁ ପଠାଇବାକୁ କୁହାଯାଇଛି। ଜମ୍ମୁ ସ୍ଥିତି ଭଲ ନାହିଁ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି।

ବର୍ତମାନ ୧୦୦ ବିଦେଶୀ ଆତଙ୍କବାଦୀ ଜମ୍ମୁରେ ସକ୍ରିୟ ଅଛନ୍ତି। ସେମାନଙ୍କ ସହ କିଛି ସ୍ଥାନୀୟ ଯୁବକ ମଧ୍ୟ ସାମିଲ ଅଛନ୍ତି। ଜମ୍ମୁ-କାଶ୍ମୀର ପୁଲିସର ସୂଚନା ଅନୁସାରେ ଜମ୍ମୁ-କାଶ୍ମୀରରେ ୭୦-୮୦ ବିଦେଶୀ ବିଦେଶ ଆତଙ୍କବାଦୀ ସକ୍ରିୟ ଅଛନ୍ତି ଏବଂ ଆହୁରି ଅନୁପ୍ରବେଶ କରିପାରନ୍ତି। କିଛି ବର୍ଷ ପୂର୍ବରୁ କାଶ୍ମୀରକୁ ଆତଙ୍କବାଦୀମାନେ ସେମାନଙ୍କ ଭୂସ୍ବର୍ଗ କରିଥିଲେ। ସେଠାରେ ହିଂସାକାଣ୍ଡ ଘଟାଉଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ତାଙ୍କର ଯୋଜନା ବଦଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri