Posted inଖେଳ

ପ୍ରତିଶୋଧ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବିଗ୍ରେଡ୍‌

ଜର୍ଜଟାଉନ୍‌,୨୬ା୬: ଟି୨୦ କ୍ରିକେଟ ବିଶ୍ୱକପ୍‌ର ସେମିଫାଇନାଲରେ ପରସ୍ପରକୁ ଭେଟିବେ ଭାରତ ଓ ଇଂଲଣ୍ଡ। ଗୁଏନାରେ ଖେଳାଯିବାକୁ ଥିବା ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ୨୦୨୨ ଟି୨୦ ବିଶ୍ୱକପ୍‌ର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଭାରତ। ୨୦୨୨ରେ ଅନୁଷ୍ଠିତ ଗତ ବିଶ୍ୱକପ୍‌ର ସେମିଫାଇନାଲରେ ଭାରତକୁ ହରାଇ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଥିଲା ଏବଂ ଚାମ୍ପିୟନ ମଧ୍ୟ ହୋଇଥିଲା। ତେଣୁ ଏବେ ସମାନ ପ୍ରତିଦ୍ୱନ୍ଦ୍ୱୀ ଥିବାରୁ ଏହାର ଚ୍ୟାଲେଞ୍ଜକୁ ପ୍ରତିହତ କରି ପୂର୍ବ ପରାଜୟର ମଧୁର ପ୍ରତିଶୋଧ ନେବାକୁ ସୁଯୋଗ ଆସିଛି। ୨୦୨୨ରେ ପେସ୍‌ ବୋଲିଂ ସହାୟକ ପରିବେଶ ଇଂଲଣ୍ଡ ସପକ୍ଷରେ ରହିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌ର ଧିମା ପିଚ୍‌ ଭାରତକୁ ସୁହାଇବ। ସେହିପରି ଭାରତ ନିକଟରେ ୩ ସ୍ପିନର ରହିଥିବାରୁ ଏହା ମଧ୍ୟ ଦଳ ପାଇଁ ଲାଭଦାୟକ ରହିବ। ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ସ୍ପିନରଙ୍କୁ ସହାୟତା ମିଳୁଥିବା ବେଳେ କାଗଜ କଲମରେ ରୋହିତ ଶର୍ମାଙ୍କ ଦଳ ମଧ୍ୟ ବେଶ୍‌ ଶକ୍ତିଶାଳୀ। ଭାରତର ପ୍ରତିଶୋଧ ପାଇଁ ଏହି ଭେନ୍ୟୁ ଠିକ୍‌ ରହିଥିବା ବେଳେ ଇଂଲଣ୍ଡକୁ ଦୁର୍ବଳ ମନେକରିବା ମଧ୍ୟ ବୋକାମି ହେବ। ଏହି ପିଚ୍‌ରେ ଭାରତର କୁଲ୍‌ଦୀପ ଯାଦବ ଓ ଇଂଲଣ୍ଡର ଆଦିଲ୍‌ ରଶିଦଙ୍କୁ ନିଜ ସ୍ପିନ୍‌ ଦକ୍ଷତା ଦେଖାଇବାର ସୁଯୋଗ ମିଳିବ। ଅନ୍ୟପକ୍ଷରେ ଏହି ପିଚ୍‌ରେ କେବଳ ସ୍ପିନର ନୁହନ୍ତି ପେସ୍‌ ବୋଲର ମଧ୍ୟ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରିବେ। ଆଫଗାନିସ୍ତାନର ଫଜଲ୍ଳକ ଫାରୁକି ଏଠାରେ ଏକ ମ୍ୟାଚ୍‌ ବିଜୟୀ ସ୍ପେଲ ବୋଲିଂ କରିଥିଲେ।
ଜୁନ୍‌ ୮ ତାରିଖ ପରଠାରୁ ଏହି ପିଚ୍‌ରେ ଖେଳ ହୋଇ ନାହିଁ। ତେଣୁ ଏକ ସତେଜ ପିଚ୍‌ରେ ଉଭୟ ଦଳ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିବ। ଭାରତ ସୁପର-୮ରେ ଚମତ୍କାର ପ୍ରଦର୍ଶନ କରିଥିଲା। ତେବେ ସେମିଫାଇନାଲର ଏକ ଅତିରିକ୍ତ ଚାପ ରହିଥାଏ। ଭାରତ ଏହାର କିଭଳି ମୁକାବିଲା କରୁଛି ତାହା ଦେଖିବାକୁ ବାକି ରହିଲା। ଭାରତ ଏହି ମ୍ୟାଚ୍‌ ପାଇଁ ବିରାଟ କୋହଲିଙ୍କ ନିକଟରୁ ଭଲ ରନ୍‌ ଆଶା କରିବ। ଅନ୍ୟପକ୍ଷରେ ସୁପର-୮ର ଅନ୍ତିମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରି ଫର୍ମକୁ ଫେରିଛନ୍ତି ରୋହିତ ଶର୍ମା। ଉଭୟ ରୋହିତ ଓ କୋହଲିଙ୍କ ପାଇଁ ଟି୨୦ ବିଶ୍ୱକପ୍‌ରେ ଏହା ଅନ୍ତିମ ସୁଯୋଗ । ଭାରତୀୟ ହାର୍ଡ ହିଟର ଶିବମ ଦୁବେ ଏ ଯାଏ ଏକ ବିସ୍ଫୋରକ ଇନିଂସ ଖେଳିପାରି ନାହାନ୍ତି। ଆଦିଲ ରଶିଦଙ୍କ ବିପକ୍ଷରେ ସେ କିଭଳି ପ୍ରଦର୍ଶନ କରୁଛନ୍ତି ତା’ ଉପରେ ନଜର ରହିବ। ଭାରତ ଅପରିବର୍ତ୍ତିତ ଏକାଦଶ ସହ ଓହ୍ଲାଇବା ନେଇ ପୂର୍ବାନୁମାନ କରାଯାଉଛି। ତେବେ ୟୁଜବେନ୍ଦ୍ର ଚହଲଙ୍କୁ ସାମିଲ କରାଗଲେ ସେ ଫିଲ ସଲ୍ଟ, ଜୋଶ ବଟଲର, ହ୍ୟାରୀ ବ୍ରୁକ୍‌ ଓ ଜନି ବେୟାରଷ୍ଟୋଙ୍କ ବିପକ୍ଷରେ ପ୍ରଭାବୀ ସାବ୍ୟସ୍ତ ହୋଇପାରନ୍ତି। ଯଶପ୍ରୀତ୍‌ ବୁମ୍‌ରା ଭାରତୀୟ ବୋଲିଂର ମେରୁଦଣ୍ଡ ହୋଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଭାରତକୁ ଆଗରେ ରଖିଛି।
ଇଂଲଣ୍ଡର ପ୍ରଦର୍ଶନ ମୁଖ୍ୟତଃ ଆଦିଲ ରଶିଦଙ୍କ ଉପରେ ନିର୍ଭର କରିବ। ଏହା ବ୍ୟତୀତ ମୋଇନ୍‌ ଅଲୀ ଓ ଲିଆମ୍‌ ଲିଭିଙ୍ଗଷ୍ଟୋନଙ୍କ ପାର୍ଟ ଟାଇମ୍‌ ସ୍ପିନ୍‌ ଉପରେ ମଧ୍ୟ ନିର୍ଭର କରିବ ଦଳ। ବ୍ୟାଟିଂରେ ହ୍ୟାରୀ ବ୍ରୁକ୍‌, ଜନି ବେୟାରଷ୍ଟୋ ଓ ମୋଇନ ଅଲୀଙ୍କ ନିକଟରୁ ପ୍ରଭାବୀ ବ୍ୟାଟିଂ ଆଶା କରିବ ଇଂଲଣ୍ଡ। ଗୁରୁବାର ଗୁଏନାରେ ମ୍ୟାଚ୍‌ ବର୍ଷା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ଅପଦସ୍ତ ହେଲେ ନିଶା ମହାରଣା: ପେଣ୍ଡାଲ ଉପରକୁ ଚେୟାର ଫୋପାଡିଲେ ଦର୍ଶକ

ଲକ୍ଷ୍ମୀପୁର,୧୦।୧୨(ଅନନ୍ତ ପ୍ରସାଦ ନାୟକ): ପୁଣି ବିବାଦୀୟ ଯାତ୍ରୀ କଳାକାର ନିଶା ମହାରଣାଙ୍କ ପାଇଁ ସୃଷ୍ଟି ହୋଇଛି ଉତ୍ତେଜନା। କୋରାପୁଟ ଲକ୍ଷ୍ମୀପୁରରେ ଅନୁଷ୍ଠିତ ହେଉଥିବା ଅଷ୍ଟଶମ୍ଭୁ ଅପେରାରେ...

ସମ୍ପର୍କର ସେତୁ ସାପ୍ତାହିକ ହାଟ: ମିଳୁଛି ଭଳିକି ଭଳି ସାମଗ୍ରୀ, ବଢୁଛି ଭାଇଚାରା

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିର ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, ଗଦାପୁର, ସିକରମାହା, ଦାରିଙ୍ଗବାଡି, ସିମନବାଡି, ବୁଡାମାହା ଛକ, ବୁଡ଼ାଗୁଡା ଠାରେ ବିଭିନ୍ନ ଦିନ ମାନଙ୍କରେ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

୧୬ ବର୍ଷ ପରେ ହତ୍ୟା ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଭଞ୍ଜନଗର,୧୦/୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମର ଟୁକୁନା ନାଇକଙ୍କୁ ପୋଲିସ ଏକ ହତ୍ୟା ମାମଲାରେ ସୋମବାର ଗିରଫ କରିଛି। ଏହାପରେ ତାଙ୍କୁ...

ଭଞ୍ଜନଗରରେ ଖୁସିର ଲହରୀ: ପ୍ରଦ୍ୟୁମ୍ନ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ୍ନ କୁମାର ନାୟକଙ୍କୁ ଭାଜପା ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ଭାବେ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଏହି ଖବର...

ଚାଷୀ ମହଲରେ ଚାଞ୍ଚଲ୍ୟ, ଚର୍ଚ୍ଚାରେ ନିଷ୍ପତ୍ତି: କଟନୀଛଟନୀକୁ ସରକାରୀ ମୋହର୍‌!

ବରଗଡ଼,୧୦।୧୨(ପ୍ରେମାନନ୍ଦ ଖମାରୀ): ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ନୂଆ କଥା ନୁହେଁ। ପ୍ରତିବର୍ଷ ବିଭିନ୍ନ ଆଳ ଦେଖାଇ ଧାନ କଟନୀଛଟନୀ ହୋଇଥାଏ। କେତେବେଳେ ମଣ୍ଡିରେ ତ...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri