ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର ଧରପକଡ ଅଭିଯାନ ଜାରି ରହିଛି । ଚଳିତ ମାସ ୨୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ଜୋରଦାର ଧରପକଡ ଜାରି ରହିବ । ଏହିକ୍ରମରେ ଗଞ୍ଜାମ ପରିବହନ ବିଭାଗ ପକ୍ଷରୁ ଯାଞ୍ଚକୁ ଜୋରଦାର କରାଯାଇଛି ।

ଗଞ୍ଜାମ ପରିବହନ ବିଭାଗ ପକ୍ଷରୁ ୫ ସ୍ବତନ୍ତ୍ର ଟିମ ଗଠନ କରାଯାଇ ପୋଲିସ ଟିମ ସହ ନିୟୋଜିତ ରହିଥିବା ଗଞ୍ଜାମ ଆରଟିଓ ଇଂ.ଦେବାଶିଷ ସ୍ବାଇଁ ସୂଚନା ଦେଇଛନ୍ତି । ଦ୍ରୃତଗତି,ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା, ବିନା ହେଲମେଟରେ ବାଇକ ଚଳାଇବା ସହ ନିୟମ ଉଲ୍ଲଘଂନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ବ୍ୟାପକ ସଚେତନତା ମଧ୍ୟ କରାଯାଉଛି। ସଡ଼କ ସୁରକ୍ଷା ନିୟମ ନେଇ କଲେଜ, ବିଭିନ୍ନ ଛକମାନଙ୍କରେ ସଚେତନତା କରାଯାଉଛି । ବିଭିନ୍ନ ଘାଟିରେ ମଧ୍ୟ ଯାଞ୍ଚ କଡାକଡି କରାଯିବା ସହ ରାସ୍ତାରେ ରେଡିୟମ ଲଗାଯିବା ସହ ବିଭିନ୍ନ ପଦକ୍ଷେପ ନିଆଯାଉଛି ।

୨୧ ରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ତିନି ଦିନ ମଧ୍ୟରେ ୬୨୧ ଚାଲାଣ କଟାଯାଇଥିବା ବେଳେ ବିନା ହେଲିମେଟରେ ୩୩୨ ଜଣ ଧରାପଡିଛନ୍ତି। ସେହିପରି ୩୩ ଜଣ ମଦ୍ୟପାନ କରିଧରାପଡିଥିବା ବେଳେ ସମୁଦାୟ ୩୯ ଲକ୍ଷ ୨୦ ହଜାର ୪ଶହ ଟଙ୍କା ଜରିମାନା ପକାଯାଇଥିବା ଆରଟିଓ ପକ୍ଷରୁ କୁହାଯାଇଛି । ଆଜି ତପ୍ତପାଣି ଘାଟିରେ ଗଞ୍ଜାମ ଆରଟିଓ, ଗଜପତି ଆରଟିଓ ପକ୍ଷରୁ ମିଳିତ ଭାବେ ଯାଞ୍ଚ ହୋଇଥିଲା । ଏଥିରେ ଡେପୁଟି କମିସନର ଟ୍ରାନ୍ସପୋର୍ଟ ଗୋପାଳ କୃଷ୍ଣ ଦାସ ପ୍ରମୁଖ ଉପସ୍ଥି ଥିଲେ । ସୂଚନା ଥାଉକି ଜିଲାରେ ପ୍ରତ୍ୟେକ ବର୍ଷ ଦୁର୍ଘଟଣା ହାର ଓ ମୃୃତ୍ୟୁ ହାର ଯଥେଷ୍ଟ ପରିମାଣରେ ବୃଦ୍ଧି ପାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ପ୍ରତିଯୋଗିତା ଛାଡ଼ି ଛାତ୍ରୀଙ୍କୁ ରୋଷେଇ କାମ!

ତୁମୁଡ଼ିବନ୍ଧ, ୨୫।୯ (ଦୀପକ କୁମାର ପରାସେଠ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଜନିତ ବର୍ଷା ଗତ ୪ ଦିନ ହେଲା ଲାଗିରହିଛି। ଏହା ମଧ୍ୟରେ ଶୁକ୍ରବାର ତୁମୁଡ଼ିବନ୍ଧସ୍ଥିତ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଛାତ୍ରୀଛାତ୍ରଙ୍କ କଣ୍ଠରେ ବନ୍ଦେ ମାତରଂ

ପାଟଣା,୨୫।୯(ବୀର କିଶୋର ଦାଶ): ବନ୍ଦେ ମାତରଂର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଶୁକ୍ରବାର ପାଟଣା ସ୍ବରସ୍ବତୀ ଶିଶୁ…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?