Posted inଜାତୀୟ

୪ର୍ଥ ଥର ବାଚସ୍ପତି ନିର୍ବାଚନ

ନୂଆଦିଲ୍ଲୀ,୨୬ା୬: ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପୂର୍ବତନ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଅଷ୍ଟାଦଶ ଲୋକ ସଭାର ବାଚସ୍ପତି ପ୍ରାର୍ଥୀ ଚୟନ କରିଛି। ତେବେ ବିରୋଧୀ ଦଳଗୁଡ଼ିକୁ ଏନେଇ ସହମତିରେ ଆଣିବାରେ ଶାସକ ଦଳ ବିଫଳ ହୋଇଛି। ବିରୋଧୀ ମେଣ୍ଟ ପକ୍ଷରୁ ବରିଷ୍ଠ କଂଗ୍ରେସ ଏମ୍‌ପି କୋଡିକୁନିଲ ସୁରେଶଙ୍କୁ ପ୍ରାର୍ଥୀ ମନୋନୀତ କରାଯାଇଥିବାରୁ ବାଚସ୍ପତି ପଦ ପାଇଁ ବୁଧବାର ନିର୍ବାଚନ ହେବାକୁ ଯାଉଛି। ବିରୋଧୀଙ୍କୁ ଉପବାଚସ୍ପତି ପଦ ପ୍ରଦାନ କରାଗଲେ ସେମାନେ ବାଚସ୍ପତି ଭାବେ ଓମ୍‌ ବିର୍ଲାଙ୍କୁ ସମର୍ଥନ ଦେବେ ବୋଲି ସର୍ତ୍ତ ରଖିଥିଲେ। ତେବେ ଭାଜପାର ବରିଷ୍ଠ ନେତାମାନେ ଏଥିରେ ରାଜି ହୋଇ ନ ଥିଲେ।
ବାଚସ୍ପତି ପଦକୁ ନେଇ ବିରୋଧୀଙ୍କ ସହମତି ନିମନ୍ତେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପାର୍ଲାମେଣ୍ଟସ୍ଥିତ କାର୍ଯ୍ୟାଳୟରେ ବୈଠକ ବସିଥିଲା। ଏଥିରେ ଭାଜପାରୁ ରାଜନାଥ, ଅମିତ ଶାହା ଏବଂ ଜେ.ପି. ନଡ୍ଡା ଉପସ୍ଥିତ ଥିବାବେଳେ ବିରୋଧୀ ପକ୍ଷରୁ କଂଗ୍ରେସ ନେତା କେ.ସି. ବେଣୁଗୋପାଳ ଏବଂ ଡିଏମ୍‌କେ ନେତା ଟି.ଆର୍‌. ବାଲୁ ଆଲୋଚନାରେ ଭାଗ ନେଇଥିଲେ। ତେବେ ଉଭୟ ପକ୍ଷ ସେମାନଙ୍କ ଜିଦ୍‌ରେ ଅଟଳ ରହିବାରୁ ସହମତି ହୋଇପାରି ନ ଥିଲା। ବିରୋଧୀ ପ୍ରାର୍ଥୀଙ୍କୁ ଉପବାଚସ୍ପତି ପଦ ଦିଆଯିବା ପରମ୍ପରାକୁ ସରକାର ଅନୁପାଳନ କରୁ ନ ଥିବା ବେଣୁଗୋପାଳ କହିବା ସହ ବିର୍ଲାଙ୍କ ବିରୋଧରେ ପ୍ରାର୍ଥୀ ଦେବା ନିମନ୍ତେ ନିଷ୍ପତ୍ତି ନିଆଗଲା ବୋଲି ଘୋଷଣା କରିଥିଲେ। ତେବେ ବିରୋଧୀ ଚାପ ରାଜନୀତି କରିବା ସହ ବରିଷ୍ଠ ମନ୍ତ୍ରୀମାନଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ପ୍ରାକ୍‌ ସର୍ତ୍ତରେ ଅଟଳ ରହିଲେ ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ଜେଡିୟୁ ନେତା ଲଲନ ସିଂ କହିଛନ୍ତି।
ଲୋକ ସଭାର ୫୪୩ ଆସନ ମଧ୍ୟରୁ ଓ୍ବାୟନାଡ୍‌ ଆସନରୁ ରାହୁଲ ଗାନ୍ଧୀ ଇସ୍ତଫା ଦେଇଥିବାରୁ ବର୍ତ୍ତମାନ ସଦସ୍ୟ ସଂଖ୍ୟା ୫୪୨ ରହିଛି। ଏନ୍‌ଡିଏ ପାଖରେ ୨୯୩ ଏମ୍‌ପି ଥିବାବେଳେ ବିରୋଧୀ ଇଣ୍ଡିଆ ବ୍ଲକ୍‌ର ୨୩୩ ସଦସ୍ୟ ରହିଛନ୍ତି। ଅନୂ୍ୟନ ୩ ବିରୋଧୀ ସଦସ୍ୟ ବିରୋଧୀ ମେଣ୍ଟକୁ ସମର୍ଥନ କରିପାରନ୍ତି। ତେବେ ଏନ୍‌ଡିଏ ପ୍ରାର୍ଥୀ ଓମ୍‌ ବିର୍ଲାଙ୍କ ସପକ୍ଷରେ ସଂଖ୍ୟା ରହିଛି। କୋଟାରୁ ଭାଜପା ଏମ୍‌ପି ଥିବା ବିର୍ଲା ଯଦି ନିର୍ବାଚିତ ହୁଅନ୍ତି, ତେବେ ଗୋଟିଏ ପାଳିରୁ ଅଧିକ ଦିନ ବାଚସ୍ପତି ରହିବାରେ ଏହା ୫ମ ଘଟଣା ହେବ। କଂଗ୍ରେସ ନେତା ବଳରାମ ଜାଖର ସପ୍ତମ ଓ ଅଷ୍ଟମ ଲୋକ ସଭାରେ ବାଚସ୍ପତି ଭାବେ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିଥିଲେ। ବିର୍ଲା ୩ୟ ଥର ପାଇଁ ଲୋକ ସଭାକୁ ନିର୍ବାଚିତ ହୋଇଥିବାବେଳେ ଏହା ପୂର୍ବରୁ ୩ ଥର ରାଜସ୍ଥାନ ବିଧାୟକ ଥିଲେ। ଅନ୍ୟପକ୍ଷରେ ବିରୋଧୀଙ୍କ ବାଚସ୍ପତି ପ୍ରାର୍ଥୀ ସୁରେଶ ଦଳିତ ସମ୍ପ୍ରଦାୟର ଏବଂ ସେ କେରଳର ମାଭେଲିକାରାରୁ ୮ ଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ସୁରେଶ କହିଛନ୍ତି, ଏହା ଜିତିବା ହାରିବା କଥା ନୁହେଁ, କିନ୍ତୁ ପରମ୍ପରା ଅନୁଯାୟୀ ବାଚସ୍ପତି ଶାସକ ଦଳରୁ ହେବାବେଳେ ଉପବାଚସ୍ପତି ପଦ ବିରୋଧୀଙ୍କୁ ମିଳିବା କଥା। ପୂର୍ବ ୨ଟି ଲୋକ ସଭାରେ କୌଣସି ଦଳ ବିରୋଧୀ ଦଳ ମାନ୍ୟତା ପାଇ ନ ଥିବା ଦର୍ଶାଇ ଉପବାଚସ୍ପତି ପଦ ଦିଆଯାଇ ନ ଥିଲା। ଏବେ ଆମେ ବିରୋଧୀ ଦଳ ଭାବେ ସ୍ବୀକୃତି ପାଇଥିବାରୁ ଉପବାଚସ୍ପତି ପଦ ପାଇଁ ହକ୍‌ଦାର ବୋଲି ସୁରେଶ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଏମ୍‌ପି କେ. ସୁରେଶଙ୍କୁ ବାଚସ୍ପତି ପଦ ପାଇଁ ଇଣ୍ଡିଆ ବ୍ଲକ୍‌ର ମିଳିତ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସହ ପରାମର୍ଶ କରାଯାଇ ନ ଥିବା ମମତା ବାନାର୍ଜୀଙ୍କ ଦଳ ପକ୍ଷରୁ କୁହାଯାଇଛି। ସୁରେଶଙ୍କ ନାମାଙ୍କନପତ୍ରରେ ଇଣ୍ଡିଆ ବ୍ଲକ୍‌ର ସବୁ ଦଳର ନେତା ସ୍ବାକ୍ଷର କରିଥିବାବେଳେ ଟିଏମ୍‌ସିିକୁ ବାଦ୍‌ ଦିଆଯାଇଛି। ସେମାନେ ଆମକୁ ନ ପଚାରି ଏକତରଫା ନିଷ୍ପତ୍ତି ନେଇଥିବା ଟିଏମ୍‌ସି ନେତା ଅଭିଷେକ ବାନାର୍ଜୀ କହିଛନ୍ତି। ଯଦି ବୁଧବାର ଲୋକ ସଭାରେ ଭୋଟ ହୁଏ, ତେବେ ପେପର ସ୍ଲିପ୍‌ ବ୍ୟବହାର କରାଯିବ। କାରଣ ନୂଆ ଲୋକ ସଭାରେ ଇଲେକ୍ଟ୍ରୋନିକ୍‌ ସିଷ୍ଟମ୍‌ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ।
ପ୍ରକାଶ ଯେ, ଏହାପୂର୍ବରୁ ୧୯୫୨, ୧୯୬୭ ଏବଂ ୧୯୭୬ରେ ଲୋକ ସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୯୫୨ରେ କଂଗ୍ରେସ ସଦସ୍ୟ ଜି.ଭି. ମାଭାଲଙ୍କର ୩୯୪ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ତାଙ୍କ ବିରୋଧରେ ଶାନ୍ତାରାମ ମୋରେ ପ୍ରାର୍ଥୀ ହୋଇଥିଲେ। ୧୯୬୭ରେ କଂଗ୍ରେସ ପ୍ରାର୍ଥୀ ନିଲମ ସଞ୍ଜୀବା ରେଡ୍ଡୀ ୨୭୮ ଭୋଟ ପାଇ ଲୋକ ସଭା ବାଚସ୍ପତି ନିର୍ବାଚିତ ହୋଇଥିବାବେଳେ ଟେନେଟି ବିଶ୍ୱନାଥମ୍‌ ୨୦୭ ଖଣ୍ଡ ଭୋଟ ପାଇ ହାରିଯାଇଥିଲେ। ଏମର୍ଜେନ୍ସି ପରେ ୧୯୭୬ ଜାନୁଆରୀ ୫ରେ ବଲିରାମ ଭଗତ ଲୋକ ସଭା ବାଚସ୍ପତି ନିର୍ବାଚିତ ହୋଇଥିଲେ। ତାଙ୍କୁ ୩୪୪ ଭୋଟ ମିଳିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜନସଂଘ ନେତା ଜଗନ୍ନାଥରାଓ ଜୋଷୀ ୫୮ ଖଣ୍ଡ ଭୋଟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

VHT 2025: ବିଜୟ ହଜାରେ ଟ୍ରଫିରୁ ବାଦ ପଡ଼ିଲେ ବୈଭବ ସୂର୍ଯ୍ୟବଂଶୀ, କାରଣ…

ନୂଆଦିଲ୍ଲୀ,୨୫।୧୨: ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍ସଙ୍କୁ ଝଟକା । ଅଣ୍ଡର-୧୯ ଏସିଆ କପରେ ଏକ ଚମତ୍କାର ଇନିଂସ ଖେଳିବା ପରେ, ବୈଭବ ବିଜୟ ହଜାରେ ଟ୍ରଫିରେ ମଧ୍ୟ...

ଜାଣନ୍ତି କି ସରକାରୀ ଅନୁମୋଦନ ପାଇଥିବା ୨ ବିମାନ କମ୍ପାନୀର ମାଲିକ କିଏ?

ନୂଆଦିଲ୍ଲୀ,୨୫ା୧୨: କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରୁଥିବା ଏୟାରଲାଇନ୍ସ ସହିତ ଅନେକ ବୈଠକ କରିବା ପରେ ଭାରତରେ ନୂଆ ଏୟାରଲାଇନ୍ସକୁ କାର୍ଯ୍ୟ କରିବାକୁ ଅନୁମତି ଦେଇଛନ୍ତି।...

ସସପେନ୍ସ ଶେଷ! ୨୦୨୭ ବିଶ୍ୱକପ ଖେଳିବେ କି ବିରାଟ କୋହଲି, କୋଚ କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଏକ ଚମିତ୍କାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଆନ୍ଧ୍ର ବିପକ୍ଷରେ ୧୩୧ ରନର ଏକ...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri