ସୁନା ଋଣ ପ୍ରଦାନରେ ନିୟମ କଡ଼ାକଡ଼ି

ଭୁବନେଶ୍ୱର,୧୬।୫ (ଅନୁରାଧା ମହାରଣା): ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀଗୁଡ଼ିକୁ ସୁନା ଋଣ ପରିମାଣ, ନିଲାମ ପ୍ରକ୍ରିୟା ଏବଂ ନଗଦ ବିତରଣ ସମ୍ପର୍କିତ ନିୟମ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆର୍‌ବିଆଇ ତଥ୍ୟ ଅନୁଯାୟୀ, କୋଭିଡ୍‌ -୧୯ ମହାମାରୀ ପରଠାରୁ ସୁନା ଫାଇନାନ୍ସ କମ୍ପାନୀଗୁଡ଼ିକର ବ୍ୟବସାୟ ଅଭିବୃଦ୍ଧି ରେକର୍ଡ କରିଛି। ୨୦୨୦ ମାର୍ଚ୍ଚରେ ୩୪,୬୭୮ କୋଟିରୁ ୨୦୨୩ ମାର୍ଚ୍ଚରେ ୧.୩୧ ଟ୍ରିଲିୟନ ଟଙ୍କାକୁ ଋଣ ପରିମାଣ ବୃଦ୍ଧି ପାଇଛି। ଗତ ସପ୍ତାହରେ, ନିୟାମକ ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀଗୁଡ଼ିକ ସୁନା ଋଣ ପ୍ରଦାନ କରୁଥିବା ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରାକୁ ଦର୍ଶାଇ ୨୦ ହଜାରରୁ ଅଧିକ ନଗଦ ରାଶି ନ ଦେବାକୁ କହିଥିଲେ।

ସୂତ୍ରରୁ ପ୍ରକାଶ ଯେ ଅନେକ ସୁନା ଫାଇନାନ୍ସ କମ୍ପାନୀ ନଗଦ ଅର୍ଥର ୪୦-୫୦% ଦେଉଥିବାରୁ ନଗଦ ବିତରଣ ନିୟମକୁ ଉଲ୍ଲଂଘନ କରୁଛନ୍ତି। ଅଧିକାଂଶ କମ୍ପାନୀ ପାଇଁ ସୁନା ଋଣର ହାରାହାରି ପରିମାଣ ୫୦,୦୦୦ ଟଙ୍କା ରହିଛି। ସେହିଭଳି ଅଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ କମ୍ପାନୀଗୁଡିକ ପାଇଁ ଋଣ ପ୍ରଦାନ ସୀମା ୭୫%ରେ ସ୍ଥିର କରାଯାଇଛି। ପ୍ରାରମ୍ଭିକ ଭାବେ ଆମେରିକୀୟ ଡଲାର ତୁଳନାରେ ରୁପା ୪ ପଇସା ୮୩.୪୭ କୁ ବୃଦ୍ଧି ପାଇଛି। ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକର ମୋଟ ଲାଭ ୩୫% ବୃଦ୍ଧି ହୋଇ ୨୦୨୪ ଆର୍ଥିକ ବର୍ଷରେ ୧.୪ ଟ୍ରିଲିୟନ ଟଙ୍କା ଅତିକ୍ରମ କରିଛି।

ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ କହିଛନ୍ତି, ଯେତେବେଳେ ଉଲ୍ଲଂଘନ ହୁଏ, ନିୟାମକ ସଂସ୍ଥାଗୁଡ଼ିକୁ ସଂଶୋଧନ ପଦକ୍ଷେପ ନେବାକୁ କୁହନ୍ତି। ଏଭଳି ସ୍ଥିତିରେ ବ୍ୟାଙ୍କ ହେଉ କିମ୍ବା ଅଣ ବ୍ୟାଙ୍କିଙ୍ଗ୍‌ ଫାଇନାନ୍ସ କମ୍ପାନୀ କିମ୍ବା ଅନ୍ୟ ଋଣଦାତାଙ୍କ ପାଇଁ ଉଦ୍ଦିଷ୍ଟ ନିୟମ ଓ ଏହାର ଅନୁପାଳନର ନିୟମିତ ତଦାରଖ କରିଥାଉ। ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହେଲେ ସର୍ବପ୍ରଥମେ ଦ୍ୱିପାକ୍ଷିକ ଆଲୋଚନା ସହ ସମସ୍ୟାର ସମାଧାନ ତଥା ନିୟମର ଅନୁପାଳନ ପାଇଁ ପ୍ରବର୍ତ୍ତାଇଥାଉ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri