ପୁଣି ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୧୨।୫: ପୁଣି ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଏହି ଗସ୍ତ ସମୟରେ ସେ ପୁରୀରେ ରୋଡ୍‌ ଶୋ କରିବେ। ଏହାସହିତ କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ। ଏନେଇ ରାଜ୍ୟ ଭାଜପା ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ସେହିଭଳି ୧୫ ତାରିଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତ ସମୟରେ ରାଉରକେଲା, କଣ୍ଟାବାଞ୍ଜି, ସୋରଡ଼ାରେ ଶାହା ସମାବେଶ କରିବେ। ସେହିପରି ୧୭ ତାରିଖରେ ଓଡ଼ିଶା ଗସ୍ତ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ସେ ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁର ଗସ୍ତ କରି ସମାବେଶ କରିବେ।

ଚଳିତ ମାସରେ ମୋଦି ଦୁଇଥର ଓଡ଼ିଶା ଆସି ସାରିଲେଣି। ମେ’ ୬ରେ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ ମୋଦି। ବୁଧବାର ମୋଦି ବରଗଡରେ ସମାବେଶକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କୁ ଘେରିଥିଲେ।

ବରଗଡରେ ସେ କହିଥିଲେ ”ପ୍ରକୃତି ସବୁକିଛି ଦେଇଛି। ଏଠାରେ ଅପାର ଧନସମ୍ପଦ, ପ୍ରାକୃତିକ ସମ୍ପଦ ଭରି ରହିଛି। ତଥାପି ବିଜେଡି ସରକାର ରାଜ୍ୟରେ ଦାରିଦ୍ର୍ୟକୁ ହଟାଇ ପାରିନାହିଁ ଏବଂ ରାଜ୍ୟର ଭାତହାଣ୍ଡିକୁ ଖାଲି କରି ଦେଇଛି ବୋଲି ଶନିବାର ବରଗଡ଼ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମୋଦି କହିଥିଲେ, ଓଡ଼ିଶାର ସଂସ୍କୃତି, ପରମ୍ପରା ମହାନ୍‌। କିନ୍ତୁ ବିଜେଡି ସରକାର ୨୫ବର୍ଷ ଶାସନରେ ଓଡ଼ିଶାକୁ ବରବାଦ କରି ଦେଇଛି। ଏଠାରେ କୃଷକ, ବୁଣାକାର ସମସ୍ତଙ୍କ ଦୁଃଖ ବଢ଼ି ଚାଲିଛି। କୃଷକଙ୍କ ସମେତ ସବୁବର୍ଗର ଲୋକଙ୍କ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି ବୋଲି ମୋଦି କହିଥିଲେ।

ମୋଦି ଆହୁରି କହିଥିଲେ, ଏବେ କୃଷକମାନେ ୟୁରିଆ ସାର ପାଇଁ ହଇରାଣ ହେଉନାହାନ୍ତି। ୩ ହଜାର ଟଙ୍କାରେ ଯେଉଁ ୟୁରିଆ ସାର କିଣୁଥିଲେ, ମୋଦି ସରକାରର ତାହା ଏବେ ୩ଶହ ଟଙ୍କାରେ ଯୋଗାଇ ଦେଉଛି। ତାଳଚେର ସାର କାରଖାନା ନିର୍ମାଣ ଦ୍ରୁତଗତିରେ ଚାଲିଛି। କୃଷକଙ୍କ ବିକାଶ ପାଇଁ ୧୨ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇ ଥିବାବେଳେ ଅନାର୍‌ ଭଣ୍ଡାର ଯୋଜନା କାର୍ଯ୍ୟକାରୀ ହୋଇଛି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ବରଗଡ଼ର ଚାଷୀଙ୍କୁ ୪୦୦କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଅପରପକ୍ଷେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ପ୍ରାୟ ୨୨୦୦ ଟଙ୍କା ଥିବାବେଳେ ରାଜ୍ୟର ଚାଷୀଙ୍କୁ ୧୬୦୦ରୁ ୧୭୦୦ଟଙ୍କା ମିଳୁଛି। ବାକି ଟଙ୍କା ବିଜେଡି ସରକାରଙ୍କ ଦଲାଲ ହାତକୁ ଯାଉଛି। ସେଭଳି ଭ୍ରଷ୍ଟାଚାରକୁ ରୋକାଯିବା କଥା କି ନୁହେଁ ବୋଲି ମୋଦି ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଥିଲେ। ସେହିପରି ଶାସନକୁ ଆସିଲେ ଧାନ ଦର କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଲେଖାଏ କରାଯିବ ଏବଂ ୪୮ଘଣ୍ଟା ମଧ୍ୟରେ କୃଷକଙ୍କୁ ବିକ୍ରିଧାନର ପ୍ରାପ୍ୟରାଶି ମିଳିବ ବୋଲି ଓଡ଼ିଶା ଭାଜପା ଘୋଷଣା କରି ସାରିଛି। ପଡ଼ୋଶୀ ଛତିଶଗଡ଼ରେ ଚାଲିଥିବା ଭାଜପା ସରକାର କୃଷକଙ୍କୁ ଧାନବିକ୍ରିରେ ସେଭଳି ଦର ଦେଉଛି ଏବଂ ଏହା ହିଁ ହେଉଛି ମୋଦି ଗ୍ୟାରେଣ୍ଟି ବୋଲି ସେ କହିଥିଲେ। ମୋଦି କହିଥିଲେ, ସମ୍ବଲପୁରୀ ଶାଢ଼ି ସାରା ଦୁନଆରେ ନାଁ କରିଛି। ମୋଦି ସରକାର ମଧ୍ୟ ଟେକ୍ସଟାଇଲକୁ ଗୁରୁତ୍ୱ ଦେଇ ଆସୁଛି। ବୁଣାକାର ପରିବାରର ଛାତ୍ରୀଛାତ୍ରଙ୍କୁ ୨ଲକ୍ଷ ଟଙ୍କା ଲେଖାଏ ଛାତ୍ରବୃତ୍ତି ଦିଆଯାଉ ଥିବାବେଳେ ଗତ ୧୦ବର୍ଷ ମଧ୍ୟରେ ୬୦୦ରୁ ଅଧିକ ହ୍ୟାଣ୍ଡଲୁମ କ୍ଲଷ୍ଟର ସ୍ଥାପନ କରାଯାଇ ବୁଣାକାରଙ୍କୁ ତାଲିମ ଦିଆଯାଉଛି। ସେହିପରି ଶାସନକୁ ଆସିଲେ ଭାଜପା ରାଜ୍ୟରେ ୩ ହ୍ୟାଣ୍ଡଲୁମ ପାର୍କ ପ୍ରତିଷ୍ଠା କରିବାକୁ ଘୋଷଣା କରିଛି ବୋଲି ମୋଦି କହିଥିଲେ।
ଦେଶରେ ଆଦିବାସୀମାନେ ଉଭୟ ରାଜନୈତିକ ଏବଂ ଆର୍ଥିକ କ୍ଷେତ୍ରରେ ଅବହେଳିତ ଥିଲେ। କିନ୍ତୁ ମୋଦି ସରକାର ଆସିବା ପରେ ଆଦିବାସୀଙ୍କ କଲ୍ୟାଣ ପାଣ୍ଠି ୫ ଗୁଣା ବୃଦ୍ଧି ପାଇଥିବାବେଳେ ବିର୍ସା ମୁଣ୍ଡାଙ୍କ ଜନ୍ମଦିନକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଥିବା ମୋଦି କହିଥିଲେ। ସେହିପରି ଓଡ଼ିଶାର ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ ଆଜି ଦେଶର ରାଷ୍ଟ୍ରପତି ହେବା ଗର୍ବ, ଗୌରବର ବିଷୟ। କିନ୍ତୁ କଂଗ୍ରେସ ରାଷ୍ଟ୍ରପତି ମୁର୍ମୁଙ୍କୁ ଯେଭଳି ଅପମାନ କରୁଛି, ତାହା ଆମ ସଭିଁଙ୍କ ପାଇଁ ଅପମାନ। ସେହିପରି କଂଗ୍ରେସ ସମ୍ବିଧାନକୁ ବଦଳାଇବାକୁ ଚେଷ୍ଟା କରୁଛି। କିନ୍ତୁ ସମ୍ବିଧାନରେ ହାତ ଲଗାଇବା ପାଇଁ କାହାରି ଶକ୍ତି ନାହିଁ। ଏଭଳି ସ୍ଥିତିରେ କଂଗ୍ରେସକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ସେ ଆହ୍ବାନ କରିଥିଲେ।

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ମୋଦି ବିଜେଡି ସରକାରକୁ ସମାଲୋଚନା କରିଥିବାବେଳେ ଧନୁଯାତ୍ରା ଭଳି ଭାଜପାର ସଂକଳ୍ପ ସମାବେଶରେ ଦଳକୁ ଆଶୀର୍ବାଦ ପାଇଁ ଜନସମୁଦ୍ର ହୋଇଥିବାରୁ ଏହା ବି କିଛି କମ୍‌ ନୁହେଁ ବୋଲି ମୋଦି କହିଥିଲେ ଏବଂ ଦଳର ଏମ୍‌ପି ଏବଂ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ନିବେଦନ କରିଥିଲେ।”


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri