ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର ଅପୂର୍ବ ସୁଯୋଗ ଓ ଆନନ୍ଦ ଏଥିରୁ ମିଳୁଥିବାରୁ ବହୁ ବରିଷ୍ଠ ପ୍ରଶାସନିକ ଓ ଭାରତୀୟ ପୋଲିସ ସେବାର ଅଧିକାରୀମାନେ ଦିନକୁ ଦିନ ରାଜନୀତି ପ୍ରତି ଆଗ୍ରହ ରଖୁଛନ୍ତି। ୨୦୧୪ ନିର୍ବାଚନକୁ ଦେଖିଲେ ଜଣାଯାଏ ଏହି ନିର୍ବାଚନରେ ଆଦର୍ଶ ଓ ଆଚରଣବିଧି ଲାଗୁହେବା ପୂର୍ବରୁ ତିନି ତିନୋଟି ଦଳରେ ଅନେକ ପୂର୍ବତନ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇଥିଲେ। ଏହା ବାଦ୍‌ ବହୁ ପ୍ରଶାସନିକ ଅଧିକାରୀ ଓ କର୍ପୋରେଟ ଜଗତ ସହ ଜଡ଼ିତ ଥିବା ଅନେକ ଅଧିକାରୀ ବିଭିନ୍ନ ଫର୍ମରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲବିରେ ରହିଥିଲେ। ତେବେ ମେଣ୍ଟ ରାଜନୀତି କାରଣରୁ ଅନେକ ପ୍ରଶାସନିକ ଅଧିକାରୀ ଆଉ ରାଜନୀତି ପ୍ରତି ଆଗ୍ରହ ନ ରଖି ରହିଗଲେ। ତେବେ ବର୍ତ୍ତମାନର ସମୟକୁ ଦେଖିଲେ କୌଣସି ଦଳରେ ଆଉ ନୂଆ ଆସିଥିବା ପ୍ରଶାସନିକ ଅଧିକାରୀଙ୍କୁ ଟିକେଟ ମିଳିବା ଭଳି ଦେଖାଯାଉନାହିଁ। ତେବେ ୨୦୧୯ ନିର୍ବାଚନରେ ଲଢ଼ିଥିବା କିମ୍ବା ନିର୍ବାଚନରେ ଢେର ପୂର୍ବରୁ ଅବସର ନେଇଥିବା ପ୍ରଶାସନିକ ଅଧିକାରୀମାନେ ଏଥର ନିର୍ବାଚନରେ ଟିକେଟ ନ ପାଇଥିବାରୁ ଦୁଃଖୀ ଅବଶ୍ୟ ଅଛନ୍ତି।
ଗତ ୨୦୧୯ ସାଧାରଣ ନିର୍ବାଚନ ସମୟରେ ରାଜନୀତିରେ କିଛି କରିବା ସହ ଲୋକମାନଙ୍କ ସହ ମିଶିବା ଲକ୍ଷ୍ୟ ରଖି ପୂର୍ବତନ ଅନୁସୂଚିତ ଜାତି ଓ ଜନଜାତି ନିର୍ଦ୍ଦେଶକ ରମେଶ ସାୟଙ୍କୁ ବିଜେଡି ଟିକେଟ ଦେଇଥିଲା ଓ ଆଉ ଲୋକମାନଙ୍କର ଭରସାଯୋଗ୍ୟ ହୋଇ ଆଠମଲ୍ଲିକ ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇପାରିଥିଲେ। ତେବେ ନିର୍ବାଚନ ରଣାଙ୍ଗନରେ ବଡ଼ ଚେହେରା ଭାବେ ଭାଜପାର ଅପରାଜିତା ଷଡ଼ଙ୍ଗୀଙ୍କୁ ବୁଝାଯିବ। ସେ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ଚାକିରି ଛାଡ଼ି ଭାଜପାରେ ଯୋଗ ଦେବାପରେ ଭୁବନେଶ୍ୱରର ସାଂସଦ ହୋଇଥିଲେ। ସେହିପରି ମୁମ୍ବାଇରେ ଆତଙ୍କୀମାନଙ୍କ ପାଇଁ ଭୟର କାରଣ ସାଜିଥିବା ତଥା ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୂପ ପଟ୍ଟନାୟକ ବିଜେଡିରେ ବହୁ ପୂର୍ବରୁ ଯୋଗଦେଇଛନ୍ତି। ସେ ଚଳିତ ଥର ବିଜେଡି ଟିକେଟରୁ ସମ୍ମାନଜନକ ପୁରୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ୁଛନ୍ତି। ଭାଜପାରେ ବହୁ ପୂର୍ବରୁ ଯୋଗ ଦେଇଥିଲେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର। ଗତଥର ସେ ଭାଜପା ଟିକେଟରୁ କଟକ ସଂସଦୀୟ କ୍ଷେତ୍ରରୁ ଲଢ଼ିଥିଲେ। କଂଗ୍ରେସ ମଧ୍ୟ ଏ କ୍ଷେତ୍ରରେ ପଛରେ ନାହିଁ। ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ବିଜୟ ପଟ୍ଟନାୟକ କଂଗ୍ରେସ ଟିକେଟରୁ ଚଳିତଥର ପାରଳାଖେମୁଣ୍ଡି ବିଧାନସଭା ସିଟ୍‌ରୁ ନିର୍ବାଚନ ଲଢ଼ୁଛନ୍ତି। କିଛିଦିନ ତଳେ କଂଗ୍ରେସରେ ପୂର୍ବତନ ଆଇଏଏସ୍‌ ପଞ୍ଚାନନ ଦାସ ଯୋଗଦେଇଛନ୍ତି। ସେହିପରି ଭାଜପାରେ ଅବସରପ୍ରାପ୍ତ ପ୍ରଶାସକ ହୃଷୀକେଶ ପଣ୍ଡା ମଧ୍ୟ ଯୋଗ ଦେଇଛନ୍ତି। ବଡ଼ମ୍ବା ଆସନରେ ସ୍ବେଚ୍ଛାକୃତ ଅବସର ନେଇ ପୂର୍ବତନ ଆଇଏଏସ୍‌ ସମ୍ବିତ ତ୍ରିପାଠୀ ଚଳିତ ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ଏବଂ ସେ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ। ପୂର୍ବତନ ଡିଏଫ୍‌ଓ ଅଲେଖ ଚନ୍ଦ୍ର ସାମଲ ଜଣେ ସମାଜସେବୀ ଭାବେ ବିଭିନ୍ନ ଆଧ୍ୟାମତ୍ିକ ଓ ସାମାଜିକ ସଙ୍ଗଠନରେ ସେବା ସହ ଜଡ଼ିତ ଥିଲେ ମଧ୍ୟ ଦଳୀୟ ଟିକେଟରୁ ବଞ୍ଚତ୍ତ ହେଲେ।
ଆଲୋଚନା ହୁଏ ଯେ ପ୍ରଶାସକମାନେ ରାଜନୀତିକୁ କାହିଁକି ଆସନ୍ତି? ବାସ୍ତବ କଥା ହେଉଛି ସେମାନେ ଶାସନରେ ଥିବା ସମୟରେ ଉଭୟ ଲୋକ ପ୍ରତିନିଧି ଓ ଲୋକମାନଙ୍କ ସଂସ୍ପର୍ଶରେ ଆସିଥାନ୍ତି। ତେଣୁ ରାଜନୀତିକୁ ଆସି ନିଜ ନୂଆ ଇନିଂସ ଖେଳିବା ସହ ରାଜନୀତିକୁ ଏକ ସେବା ଭାବେ ବ୍ରତ ରଖି ଏଥିରେ ପାଦ ଥାପିଥାନ୍ତି। ଆଉ କେହି କେହି ସେମାନଙ୍କ ପରିବାରର କେହି ରାଜନୀତିରେ ସମ୍ପୃକ୍ତ ଥିଲେ ସେମାନେ ସ୍ବତଃ ରାଜନୀତି ପ୍ରତି ରୁଚି ଓ ଆଗ୍ରହ ରଖିଥାନ୍ତି। ପ୍ରତିପତ୍ତି ଓ ବ୍ୟକ୍ତିଗତ ପତିଆରା ମଧ୍ୟ ଏ କ୍ଷେତ୍ରରେ ବଡ଼ କାମ କରିଥାଏ। ତେବେ ସବୁ ରାଜନେତା ଯେ ସଫଳ ହୁଅନ୍ତି ତାହା ଦେଖାଯାଇ ନ ଥାଏ। ଭାଗ୍ୟ ପରୀକ୍ଷାରେ ଅନେକ ପଛେଇ ଯାଇଥାନ୍ତି। ଆଉ କେତେକେ ବିଜୟ ରଥକୁ ଆଗେଇ ଲୋକମାନଙ୍କ ସେବାରେ ନିଜକୁ ନିୟୋଜିତ କରି ରାଜନୀତିରେ ବେଶ୍‌ ସଫଳ ହୋଇଥାନ୍ତି।

  • ବାଦଲ ଭୂୟାଁ
    ପ୍ରତିଷ୍ଠାତା,ସମ୍ପାଦକ ‘ସିଂହଭୂମ୍‌’, ପୁରୁଣା ସୋନାରି, ଜାମ୍‌ସେଦପୁର
    ମୋ: ୭୪୮୮୯୯୮୫୩୨

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri