ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି ସେମାନଙ୍କ ନାଁ ନିକଟସ୍ଥ ସ୍କୁଲରେ ଲେଖା ରହିଛି। ଏମିତିକି ସରକାରୀ ସ୍କୁଲରୁ ବହି ପୋଷାକ ମଧ୍ୟ ପାଉଛନ୍ତି। ମାତ୍ର ସ୍କୁଲ ନ ଯାଇ ଭିକ୍ଷାବତ୍ତି କରିବା ସହ ସ୍ବର୍ଗଦ୍ୱାର ଶଶ୍ମାନରେ ହରିଶ୍ଚନ୍ଦ୍ର ସାଜି ଦିନମଜୁରୀ ବାବଦ ବେତନ ପାଇ ସିଗାରେଟ,ହାଣ୍ଡିଆ ଆଦି ସେବନ କରୁନ୍ତି। ସେମାନଙ୍କୁ ସୁପଥକୁ ଆଣିବା ପାଇଁ ଅଭିଭାବକ ତଥା ବିଭାଗୀୟ ପ୍ରଶାସନ ତରଫରୁ କୌଣସି ବିହିତ ପଦକ୍ଷେପ ଗ୍ରହଣ ହେଉ ନ ଥିବା ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜିବୀ ମହଲରେ ଅଭିଯୋଗ ହେଉଛି। ଅନ୍ୟପଟେ ନଦୀକୂଳିଆ ଅନୁନ୍ନତ ବର୍ଗ ଅଭିଭାବକ ମାନେ ସକାଳ ହେଲେ ନିଜ କୋମଳମତି ପିଲାଙ୍କ ହାତରେ ଭିକ୍ଷାଥାଳ ଧରାଇ ଦେଇ ମନ୍ଦିର ରାସ୍ତାରେ ଭିକ୍ଷାବୃତ୍ତି କରିବାକୁ କହୁଛନ୍ତି ଏବଂ ନିଜେ ମଧ୍ୟ ଭିକ୍ଷାବୃତ୍ତି କରୁଛନ୍ତି। ଗୋଟିଏ ପଟେ ରାଜ୍ୟ ଏବଂ କେନ୍ଦ୍ର ସରକାର ଦେଶରୁ ଭିକ୍ଷାବୃତ୍ତି ବନ୍ଦ କରିବା ନିମନ୍ତେ ଭିକାରୀ ମୁକ୍ତ ଦେଶ ଏବଂ ଭିକାରୀ ମୁକ୍ତ ସହର ଯୋଜନାରେ ଅନେକ ବାଳାଶ୍ରମ,ଅନେକ ପ୍ରତିଷ୍ଠାନ ସ୍ଥାପନ କରୁଛନ୍ତି। ମାତ୍ର ବାସ୍ତବ କ୍ଷେତ୍ରରେ ସମସ୍ତ ଯୋଜନା ପ୍ରହସନ ହୋଇ ରହିଯାଉଛି। ରାଉରକେଲା ସହରରେ ୨୦୨୩ ଜାନୁୟାରୀ ୧ରୁ ଭିକାରୀମୁକ୍ତ ସହର ଯୋଜନା କାର୍ଯ୍ୟକାରୀ ହେଲା। ସହରର ରେଲଓ୍ବେ ଷ୍ଟେଶନ, ମନ୍ଦିର, ମସଜିଦିରୁ ଭିକ୍ଷାର୍ଥିଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଆଶ୍ରୟ ଗୃହ ଏବଂ କୋମଳମତୀ ଅନାଥ ପିଲାଙ୍କୁ ବାଳାଗୃହରେ ରଖାଗଲା। ଏଥିସହିତ କୈଣସି ସ୍ଥାନରେ କୋମଳମତୀ ଶିଶୁ ତଥା ୧୮ବର୍ଷରୁ କମ ବୟସ୍କ ପିଲା ସ୍କୁଲ ନ ଯାଇ ଶ୍ରମରେ ନିୟୋଜିତ ଥିଲେ କିମ୍ବା ଭିକ୍ଷାବୃତୀ କରୁଥିଲେ ପୋଲିସ ସହଯୋଗରେ ଥଇଥାନ କରିବା ନିର୍ଦ୍ଧାରିତ ହେଲା। ରାଉରକେଲା ଶ୍ରମ ବିଭାଗ ପକ୍ଷରୁ ସହରର ବିଭିନ୍ନ ହୋଟେଲ,ଢାବା, ଗ୍ରୋସରୀ ଆଦି ଦୋକାନରୁ ବାଳଶ୍ରମିକ ଉଦ୍ଧାର କରିବା ଆରମ୍ଭ ହେଲା। ମାତ୍ର ବେଦବ୍ୟାସ ଭିକାରୀମୁକ୍ତ ହେଲା ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ବେଦବ୍ୟାସ ପୀଠରୁ ଭିକ୍ଷାବୃତ୍ତି କରୁଥିବା ମାତ୍ର ୧୫ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଏନେଇ ଆର୍‌ଏମସି ଆୟୁକ୍ତ ଆଶୁତୋଷ କୁଳକର୍ଣ୍ଣୀଙ୍କୁ ପଚାରିବାରୁ, ତୁରନ୍ତ ବେଦବ୍ୟାସ ମନ୍ଦିର ପୀଠରୁ ଭିକ୍ଷାବୃତୀ କରୁଥିବା ଅନୁନ୍ନତ ବର୍ଗ ପିଲା ଓ ବୃଦ୍ଧା ବୃଦ୍ଧଙ୍କୁ ଉଦ୍ଧାର କରି ଥଇଥାନ କରାଯିବ ବୋଲି ସେ କହିଥିଲେ। ଗୁରୁକୂଳ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଉମାକାନ୍ତ ପଣ୍ଡା କହିଛନ୍ତି, ଏଥିରେ ପ୍ରଶାସନ ଯେତିକି ଦାୟୀ ତା ଠାରୁ ଅଧିକ ପିଲାଙ୍କ ଅଭିଭାବକ ଦାୟୀ। ନିଜର ସୁଖ ପାଇଁ ପିଲାଙ୍କୁ ସ୍କୁଲ ପରିବର୍ତ୍ତେ ଭିକ୍ଷାବୃତୀ କରିବାକୁ କହୁଛନ୍ତି। ପୂର୍ବରୁ ୮୮ ଜଣ ପିଲାଙ୍କୁ ଜଗନ୍ନାଥ ସଂସ୍କୃତ ବିଦ୍ୟାଳୟ ଅଧୀନ ଗୁରୁକୂଳ ସଂସ୍କୃତ ବିଦ୍ୟାଳୟ ପୀଠରେ ସାମିଲ କଲୁ। ମାତ୍ର ଉଦ୍ଧାର ହୋଇଥିବା ପିଲାଙ୍କ ମଧ୍ୟରୁ ୪୦ ଭାଗ ପିଲା ପୁଣି ତାଙ୍କ ବୃର୍ତ୍ତିରେ ମାତିଗଲେ ବୋଲି ସେ କହିଛନ୍ତି। ଏନେଇ ବେଦବ୍ୟାସ ନଦୀକୂଳବର୍ତ୍ତୀ ରହୁଥିବା ସଚେତନ ଯୁବକ ସୋନୁ ଲାକ୍ରା କହିଛନ୍ତି, ୧୫ରୁ ଊର୍ଦ୍ଧ୍ୱ କୋମଳମତୀ ପିଲାମାନେ ଭିକ୍ଷା ମାଗୁଛନ୍ତି। ୬ରୁ ଊର୍ଦ୍ଧ୍ୱ ସ୍କୁଲ ପିଲା ସ୍ବର୍ଗଦ୍ୱାରରେ ଅନ୍ତିମ ସଂସ୍କାର କାର୍ଯ୍ୟ ତୁଲାଉଛନ୍ତି। ସରକାର ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଲେ ସେମାନଙ୍କ ଭବଷ୍ୟତ ଉଜ୍ୱଳ ହେବ ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri