Odisha Elections 2024

ନୀତିନ ଗଡକରୀଙ୍କ ପୁଅ କରିବେ ରାଜନୀତିରେ ଏଣ୍ଟ୍ରି! ବଡ଼ ବୟାନ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୭।୪: ପାଖେଇ ଆସିଲାଣି ଲୋକ ସଭା ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ସବୁ ଦଳ ପରସ୍ପରକୁ ଆରୋପ ପ୍ରତ୍ୟାରୋପରେ ସେତେ ପୋତି ପକାଉଛନ୍ତି। ଭାଜପା, ବିରୋଧୀ ଦଳଙ୍କୁ ପରିବାରବାଦ ଅଭିଯୋଗ ଲଗାଉଥିବାବେଳେ ଅନ୍ୟପଟେ ବିରୋଧି ଦଳ ମଧ୍ୟ ଭାଜପା ଉପରେ ପରିବାରବାଦ ଆରୋପ ଲଗାଉଛନ୍ତି। କଂଗ୍ରେସ ଓ ସମାଜବାଦୀ ପାର୍ଟି କହିବାନୁସାରେ, ଭାଜପାରେ ମଧ୍ୟ ବହୁ ପରିବାରବାଦର ଉଦାହରଣ ଦେଖିବାକୁ ମିଳୁଛି। ଯେପରି କି, ରାଜନାଥଙ୍କ ପୁଅ ପଙ୍କଜ ସିଂ ଓ କଲ୍ୟାଣ ସିଂଙ୍କ ପୁଅ ରାଜବୀର ସିଂଙ୍କ ସମେତ ବହୁ ନାମ ଉପରେ ବିରୋଧୀ ଭାଜପାକୁ ଟାର୍ଗେଟ କରୁଛନ୍ତି। ଏହାରି ଭିତରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି। ତାଙ୍କ ପୁଅଙ୍କ ରାଜନୀତିରେ ଏଣ୍ଟ୍ରିକୁ ନେଇ ସେ ସୂଚନା ଦେଇଛନ୍ତି।

ନାଗପୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ଗଡକରୀ କହିଛନ୍ତି, ମୋ ପୁଅକୁ ଚାକିରି କେମିତି ମିଳିବ ଏନେଇ ମୁଁ କେବେ ବି ଚିନ୍ତା କରିନାହିଁ। ମୋ ପୁଅମାନେ ରାଜନୀତିରେ ନାହାନ୍ତି। ସେମାନଙ୍କୁ ମୁଁ କହିଛି, ମୋ ପୂଣ୍ୟକୁ ଉପଯୋଗ କରି ତୁମେ ରାଜନୀତିରେ ଓହ୍ଲାଅ ନାହିଁ। ଯଦି ରାଜନୀତିରେ ଯିବାକୁ ଚାହୁଁଛ ତେବେ ‘ପୋଷ୍ଟର ଲଗାଅ, କାନ୍ଥବାଡରେ ରଙ୍ଗ କର, ଲୋକଙ୍କ ପାଖକୁ ଯାଅ’।

ମୁଁ ଆଜିଯାଏଁ କରିଥିବା କାମ ଉପରେ ଯଦି କାହାର ଅଧିକାର ଅଛି ତେବେ ତାହା ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କର। ନାଗପୁର ମୋର ପରିବାର ଅଟେ। ଆଉ ଆପଣମାନେ ସବୁ ମୋର, ମୁଁ ଆପଣଙ୍କର ଅଟେ ବୋଲି ଗଡକରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେ କୌଣସି ସ୍ତରକୁ ଯାଇପାରେ ‘ଇଣ୍ଡିଆ’ ମେଣ୍ଟ: ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ମୋଦି କହିଲେ ଏମିତି

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟ ଭୋଟ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ଭାଜପା ନେତୃତ୍ୱାଧୀନ ନ୍ୟାସନାଲ...

ମତଦାନ କେନ୍ଦ୍ର ଶୌଚାଳୟରେ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ଶିବସେନା (ୟୁବିଟି)ର ପୋଲିଂ ବୁଥ ଏଜେଣ୍ଟ ମନୋହର ନାଲେଜ(୬୨)ଙ୍କ ମୃତଦେହ ମୁମ୍ବାଇର ୱର୍ଲି ଅଞ୍ଚଳରେ ଥିବା ଏକ ମତଦାନ ବୁଥର ଶୌଚାଳୟ ଭିତରୁ ଜବତ...

ନିର୍ବାଚନ ପାଇଁ ଜମି, ଛେଳି ବିକିଲେ ବିଧାୟକ ପ୍ରାର୍ଥୀ

କେନ୍ଦୁଝର, ୨୧ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ରର ବିକାଶ ପାଇଁ ଏଥର ପ୍ରାର୍ଥୀ ହୋଇଛନ୍ତି ଦିବ୍ୟାଙ୍ଗ ଦତ ମୁଣ୍ଡା (୫୩)। ତେବେ...

ନିର୍ବାଚନ ପ୍ରତିଦ୍ୱନ୍ଦିତା ମଧ୍ୟରେ ଫୁଟିଲା ଗୁଳି, ଜଣେ ମୃତ ୨ ଆହତ, ଭାଜପା ନେତା ଗିରଫ

ପାଟନା,୨୧।୫: ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ମଙ୍ଗଳବାର (ମେ’୨୧) ସକାଳେ ବିହାରର ଛପ୍ରାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଜଣଙ୍କର ମତ୍ୟୁ...

କେଜ୍‌ରିଓ୍ବାଲଙ୍କ ଟେନ୍‌ସନ ବଢାଇଲା ଇଡି, ଆତ୍ମସମର୍ପଣର ତାରିଖ ପୂର୍ବରୁ…

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସମସ୍ୟା ବଢାଇଦେଇଛି। ଜୁନ ୨ରେ ଆତ୍ମସମର୍ପଣ ସମୟରେ ଇଡି ଏଏପି ସଂଯୋଜକ...

ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ: ବାପାଙ୍କ ପାଇଁ ଲେଖିଲେ ଏମିତି କଥା

ନୂଆଦିଲ୍ଲୀ,୨୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପିତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ମଙ୍ଗଳବାର...

ଇରାନ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ଭାରତରେ ଶୋକ: ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୋମବାର ଦୁର୍ଘଟଣାସ୍ଥଳରୁ ରଇସିଙ୍କ ମୃତଦେହ ମିଳିଥିବା ସରକାରୀ ଗଣମାଧ୍ୟମରେ ସ୍ପଷ୍ଟ କରାଯାଇଛି। ରବିବାର...

ନିର୍ବାଚନ ସେକ୍ଟର ଅଫିସରଙ୍କୁ ଘେରିଲେ ଗ୍ରାମବାସୀ

ଲୋଇସିଂହା,୨୧।୫(ସୁଶାନ୍ତ ବାରିକ) ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ବ୍ଲକ ସରଗାଡ ଗ୍ରାମରେ ନିର୍ବାଚନରେ ନିୟୋଜିତ ସେକ୍ଟର ଅଫିସର ସୂର୍ଯ୍ୟକାନ୍ତ ପଧାନଙ୍କୁ ଘେରିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri