Odisha Elections 2024

ରୋଚକ ସ୍ଥିତିରେ ନୟାଗଡ଼ ରାଜନୀତି

ନୟାଗଡ଼,୮।୪(ଲୋକନାଥ ମିଶ୍ର): ନୟାଗଡ଼ ନିର୍ବାଚନ ରାଜନୀତି ସରଗରମ ହେବାରେ ଲାଗିଛି। ପୂର୍ବତନ କନ୍ଧମାଳ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଭାଜପା ଟିକେଟ୍‌ ହାତେଇବା, ଭାଜପା ନେତ୍ରୀ ଇରାନୀ ରାୟ ବିଜେଡିରେ ମିଶି ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ସହ କାମ କରିବା ଓ ମନ୍ଦିରରେ ନିୟମ କରାଇ ବିଜେଡି ଭୋଟ ବ୍ୟାଙ୍କ ବଢ଼ାଇବାର ଶପଥ କରିବା ନୟାଗଡ଼ ରାଜନୈତିକ ସ୍ଥିତିକୁ ରୋଚକ କରିଛି । ସେପଟେ ଭଲ ପ୍ରାର୍ଥୀ ଦେବା ଆଳରେ କଂଗ୍ରେସ ପ୍ରାର୍ଥୀ ଦେଇ ନ ପାରି ସମୟ ଗଡାଇ ଚାଲିବା ଘଟଣା ଦଳର ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ବିଜେଡିର ଗଡ଼ ଭାବେ ନୟାଗଡ଼ ପରିଚିତ ହୋଇ ଆସିଛି । ୨୦୦୦ରୁ ବିଜେଡି ନିଜର ସ୍ଥିତି ବଜାୟ ରଖିଛି । ୧୯୯୦ରେ ଜନତା ଦଳ ଟିକେଟ୍‌ରେ ଭାଗବତ ବେହେରା ବିଧାୟକ ହୋଇଥିଲେ ।
୧୯୯୫ ନିର୍ବାଚନରେ ଭାଗବତ ବେହେରାଙ୍କୁ କଂଗ୍ରେସର ସୀତାକାନ୍ତ ମିଶ୍ର ପରାସ୍ତ କରି କଂଗ୍ରେସର ସ୍ଥିତିକୁ ମଜଭୁତ କରିଥିଲେ । ତେବେ ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ଆରମ୍ଭ ହେବାରୁ ୨୦୦୦ରେ ଭାଗବତ ବେହେରା ବିଜେଡି ଟିକେଟ୍‌ରେ ବିଜୟୀ ହୋଇଥିଲେ ।
ଏହା ପରଠାରୁ କଂଗ୍ରେସର ସ୍ଥିତି ନୟାଗଡ଼ରେ ଆଉ ଭଲ ନାହିଁ । ଏବେ ଦଳକୁ ଭଲ ପ୍ରାର୍ଥୀ ବି ମିଳୁ ନାହାନ୍ତି । ଭାଗବତ ବେହେରାଙ୍କ ପରଲୋକ ପରେ ସ୍ତ୍ରୀ ମନ୍ଦାକିନୀ ବେହେରା ଉପ ନିର୍ବାଚନରେ ପ୍ରାର୍ଥୀ ହୋଇ ବିଜେଡି ଗଡ଼କୁ ସୁରକ୍ଷା ଦେଇଥିଲେ । ତେବେ ୨୦୦୪ ନିର୍ବାଚନରେ ମନ୍ଦାକିନୀ ଆଉ ବିଜେଡି ଟିକେଟ୍‌ ପାଇ ନ ଥିଲେ । ୨୦୦୪ରେ ବିଜେଡି ପ୍ରାର୍ଥୀ ଭାବେ ଅରୁଣ ସାହୁ ନିର୍ବାଚନ ଲଢ଼ି ବିଜୟୀ ହୋଇ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୨୦୦୪ ପରଠାରୁ ଅରୁଣ ସାହୁ ଲଗାତର ବିଜୟୀ ହୋଇ ଆସୁଛନ୍ତି । ଅରୁଣଙ୍କ ନାଁରେ ଅପବାଦର ସ୍ବର ଉଠିଥିଲେ ହେଁ ପରାଜୟର ସ୍ବାଦ ଏଯାବତ ଚାଖି ନାହାନ୍ତି ।
ଅରୁଣ ସାହୁ ୨୦୦୪, ୨୦୦୯, ୨୦୧୪, ୨୦୧୯ ନିର୍ବାଚନରେ ଲଗାତର ୪ଥର ବିଜୟୀ ହୋଇ ଜିଲାରେ ଅପ୍ରତିଦ୍ୱନ୍ଦ୍ୱି ନେତା ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ୨୦୧୯ ନିର୍ବାଚନରେ ଅରୁଣଙ୍କ ସହ ଭାଜପା ନେତ୍ରୀ ଇରାନୀ ରାୟଙ୍କ ଘମାଘୋଟ ଲଢ଼େଇ ହୋଇଥିଲା।
୨୦୨୪ରେ ପୁଣି ଭାଜପାରୁ ପ୍ରାର୍ଥୀ ହେବା ପାଇଁ ଇରାନୀ ନିଜର ସଙ୍ଗଠନ କରିଥିଲେ ।
ହେଲେ ନିର୍ବାଚନ ପୂର୍ବରୁ ଭାଜପା ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ରଣନୀତି ଇରାନୀଙ୍କୁ ଦଳ ଛାଡିବାକୁ ବାଧ୍ୟ କରିଥିଲା । ପ୍ରତ୍ୟୁଷା ଭାଜପା ଟିକେଟ୍‌ ହାତେଇ ନେଇଥିବାବେଳେ ଇରାନୀ ଦଳବଦଳ କରିବାକୁ ବାଧ୍ୟ ହୋଇଥିଲେ ।
ଇରାନୀ ବିଜେଡିରେ ସାମିଲ ହୋଇ ବିରୋଧି ଅରୁଣଙ୍କ ସହ ମିଶି ଭାଜପାକୁ ହରାଇବାକୁ ଲାଗି ପଡିଛନ୍ତି । ସେପଟେ ଭାଜପା ନେତ୍ରୀ ପୁରୀ ଏମ୍‌ପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହାୟତାରେ ବାଇକ୍‌ ରାଲି କରାଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଅନ୍ୟପକ୍ଷେ ବିଜେଡି ଗଡ଼କୁ ଭାଙ୍ଗି ଭାଜପାର ପତାକା ଉଡାଇବାକୁ ପ୍ରତ୍ୟୁଷା ଉଦ୍ୟମ ଜାରି ରଖିଛନ୍ତି । ତେବେ ଅରୁଣ ପଛରେ ପଡି ନାହାନ୍ତି । ପୁରୀ ଏମ୍‌ପି ପ୍ରାର୍ଥୀ ଅରୁପ ପଟ୍ଟନାୟକ ଓ ଇରାନୀ ରାୟଙ୍କୁ ନେଇ ଦଳୀୟ ସଭା କରାଇ ନିଜର ସ୍ଥିତିକୁ ପ୍ରଦର୍ଶନ କରିଛନ୍ତି ।
ତେବେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ଓ ବିଜେଡି ପାଇଁ କାମ କରିବା ପରି ପ୍ରସଙ୍ଗକୁ ଭିତ୍ତି କରି ଦୂତିକେଶ୍ୱର ମନ୍ଦିରରେ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ବିଜେଡିର ଜଣେ ଜିଲା ପରିଷଦ ସଭ୍ୟ ନିୟମ କରାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଭାଜପା ନେତ୍ରୀ ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଅବଗତ କରାଇ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ଅଭିଯୋଗ କରିଛନ୍ତି । ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ନ ଥିବାବେଳେ ଅରୁଣ ଓ ପ୍ରତ୍ୟୁଷାଙ୍କ ମଧ୍ୟରେ ଏବେଠାରୁ ମହାସଂଗ୍ରାମ ଆରମ୍ଭ ହୋଇ ସାରିଲାଣି । ଉଭୟେ ବିଜୟୀ ହେବା ପାଇଁ ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ହିଂସା ହେବା ଆଶଙ୍କା ନେଇ କନ୍ଧମାଳରେ ୧୪୪ ଧାରା ଜାରି କଲା ପ୍ରଶାସନ

ଦାରିଙ୍ଗବାଡି,୧୬।୫: (ଅରୁଣ ସାହୁ): କନ୍ଧମାଳ ଜିଲାରେ କୌଣସି ନିର୍ବାଚନୀ ହିଂସା ହେବା ଆଶଙ୍କାରେ ଜିଲା ପ୍ରଶାସନ ପକ୍ଷରୁ ଧାରା ୧୪୪ ଜାରି କରାଯାଇଛି । ଏହି...

ବାଇକ୍‌ ଧକ୍କାରେ ୨ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ରାୟଗଡ଼ା,୧୬।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ କୃଷ୍ଣନଗରଠାରେ ଗୁରୁବାର ବାଇକ୍‌ ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକଙ୍କ ମଧ୍ୟରୁ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

ଅନଲାଇନ୍‌ ଗେମ୍‌ ନେଲା ଯୁବକଙ୍କ ଜୀବନ

କୋରୁକୋଣ୍ଡା,୧୬।୫(ଅବିନାଶ ବେହେରା): ଅନଲାଇନ୍‌ ଗେମ୍‌ ଖେଳି ଜୀବନ ହାରିଲେ ଯୁବକ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଏମ୍ଭି-୨୮...

ବିଶାଳ ରୋଡ ଶୋ’ରେ ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ, ଏମ୍‌ପି ପ୍ରାର୍ଥୀ ଧନୁର୍ଜୟ

ପାଟଣା,୧୬।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଚମ୍ପୁଆ ବ୍ଲକ ଜଜପଶି , ଝୁମ୍ପୁରା ବ୍ଲକ ଉଖୁଣ୍ଡାରୁ ଗୁରୁବାର ସକାଳୁ ବିଜେଡିର ବିଶାଳ ବାଇକ...

‘ଦେଶ ବଞ୍ଚାଇବାକୁ ହେଲେ କଂଗ୍ରେସକୁ କ୍ଷମତାକୁ ଆଣିବାକୁ ପଡ଼ିବ’

ଫୁଲବାଣୀ,୧୬।୫(ରାକେଶ କୁମାର ରାଉତ): ଦୀର୍ଘ ବର୍ଷ ହେଲା ଏଠି ଗୋଟିଏ ସରକାର ରହିଛି। ଯେଉଁ ଦଳ ଶାସନ କରୁଛି ତାହାକୁ ଭାଜପା ସୃଷ୍ଟି କରିଥିଲା। ଆଜି...

ଭୋଟରଙ୍କୁ ଏସବୁ ପ୍ରତିଶ୍ରୁତି ଦେଲେ ନଡ୍ଡା, କହିଲେ ଭାଜପା ସରକାର ଆସିଲେ…

ପଦ୍ମପୁର,୧୬ା୫(ପ୍ରଦୀପ୍ତ ଦାଶ): ସଶକ୍ତ ଭାରତ ସହିତ ସମୃଦ୍ଧ ଓଡ଼ିଶା ପାଇଁ ଡବଲ ଇଞ୍ଜିନ ସରକାର ଦରକାର ବୋଲି ଗୁରୁବାର ବରଗଡ଼ ଜିଲାର ପଦ୍ମପୁରରେ ବିଶାଳ ଜନସଭାରେ...

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

ବାଲିଗୁଡା:୧୬/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ମଇ ୨୦ ତାରିଖରେ ହେବାକୁ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri