Posted inଜାତୀୟ

ଦିଲ୍ଲୀରେ ଭାଜପା ନେତାଙ୍କ ଡେରା, ପ୍ରାର୍ଥୀ ତାଲିକା ଉପରେ ରାଜ୍ୟବାସୀଙ୍କ ନଜର

ଭୁବନେଶ୍ୱର, ୧୯।୩(ସୁନିତ ମିଶ୍ର): ଓଡ଼ିଶାରେ ବିଜେଡି-ଭାଜପା ମେଣ୍ଟ ହେବ ନା ନାହିଁ ତାହା ଉପରୁ ପରଦା ଉଠିପାରୁନାହିଁ। କୌଣସି ସ୍ପଷ୍ଟ ସୂଚନା ମିଳୁ ନ ଥିବାରୁ ଏଯାବତ ରାଜନୈତିକ ଦଳର କର୍ମୀ ଏବଂ ନେତାଙ୍କ ମନରୁ ମେଣ୍ଟ ଦ୍ୱନ୍ଦ୍ୱ ଦୂର ହେଉନାହିଁ। ଅପରପକ୍ଷେ ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ ରାଜ୍ୟରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆହୁରି ପାଖାପାଖି ଦେଢ଼ ମାସ ରହିଛି। ଏଭଳି ସ୍ଥିତିରେ ଭାଜପା ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର କିଛି ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ ନେତାମାନେ ମଧ୍ୟ ଏହାକୁ ନେଇ ଦିଲ୍ଲୀରେ ଡେରା ପକାଇଛନ୍ତି।

ଭାଜପାର ରାଜ୍ୟ ନିର୍ବାଚନ କମିଟି ବୈଠକରେ ଶର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀ ତାଲିକା ନେଇ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ତୃତୀୟ ଥର ଲାଗି ରବିବାରଠାରୁ ଦିଲ୍ଲୀ ଗସ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବିତ ପାତ୍ରଙ୍କ ସମେତ ପ୍ରଭାରୀ ପ୍ରମୁଖଙ୍କୁ ନେଇ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଓଡ଼ିଶା ସମ୍ପର୍କରେ ବୈଠକ କରିଥିଲେ। ହେଲେ ବୈଠକରୁ ବାହାରିବା ପରେ ମନମୋହନ ମେଣ୍ଟ ପ୍ରସଙ୍ଗକୁ ଖଣ୍ଡନ କରିଥିବା ବେଳେ ସବୁ ଆସନ ଉପରେ ବିଚାରବିମର୍ଶ କରାଯାଇଥିବା ସେ କହିଥିଲେ। ଏ ପର୍ଯ୍ୟନ୍ତ ଭାଜପା ରାଜ୍ୟ ନେତାମାନେ ଓଡ଼ିଶା ଫେରି ନ ଥିବା ବେଳେ ମଙ୍ଗଳବାର ଆଉ ଥରେ ଓଡ଼ିଶା ବାବଦରେ ଏକ ବୈଠକ କରି ଆଲୋଚନା କରାଯାଇଥିବା ଜଣାପଡ଼ିଛି। ଏଣୁ ଏବେ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ କେତେଜଣଙ୍କ ନାଁ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରୁ ଫେରିବା ପରେ ବଡ଼ ବୟାନ ଦେଲେ କେଜ୍‌ରିଓ୍ବାଲ, କହିଲେ ଭାଜପା…

ନୂଆଦିଲ୍ଲୀ,୧୩।୫: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ଦଳର ସମସ୍ତ କାଉନସିଲରଙ୍କ ସହ ଏକ ବୈଠକ କରିଛନ୍ତି। ଅନ୍ତରୀଣ ଜାମିନ ପାଇବା ପରେ କାଉନସିଲରଙ୍କ ସହ ଏହା...

୩୦ ବର୍ଷ ପୂର୍ବେ ମୃତ୍ୟୁ ହୋଇଯାଇଥିବା ଝିଅ ପାଇଁ ବର ଖୋଜିଲେ ପରିବାର, ଦେଲେ ଏଭଳି ବିଜ୍ଞାପନ, ଜାଣିଲେ…

ବେଙ୍ଗାଲୁରୁ,୧୩।୫: କର୍ନାଟକର ଦକ୍ଷିଣ କନ୍ନଡ ଜିଲ୍ଲାର ପୁତୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ୩୦ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ଝିଅର ବିବାହ ପାଇଁ...

ମୁମ୍ବାଇରେ ପ୍ରବଳ ବର୍ଷା, ବିମାନ ସେବା ପ୍ରଭାବିତ, ହୋଡିଂ ପଡି ୭ ଆହତ: ଦେଖନ୍ତୁ ଭିଡିଓ

ମୁମ୍ବାଇ,୧୩।୫: ମୁମ୍ବାଇରେ ପ୍ରବଳ ବର୍ଷା ଓ ଘୁର୍ଣ୍ଣିଝଡ଼ ସୃଷ୍ଟି ହୋଇଥିଲା, ଫଳରେ ମୁମ୍ବାଇ ବିମାନ ବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି। ସୋମବାର ହୋଇଥିବା ଏହି...

ମୋଦିଙ୍କ ନାମାଙ୍କନ ପୂର୍ବରୁ ବାରାଣସୀରେ କାହିଁକି ପହଞ୍ଚିଛନ୍ତି ୧୫୦ କିନ୍ନର ସନ୍ଥ

ନୂଆଦିଲ୍ଲୀ,୧୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ବାରାଣାସୀରୁ ନାମାଙ୍କନ ଦାଖଲ କରିବାକୁ ଯାଉଛନ୍ତି, ଯେଉଁଥିପାଇଁ ଭାଜପା ସମସ୍ତ ପ୍ରସ୍ତୁତି ଚଳାଇଛି, ଏହା ପୂର୍ବରୁ...

୨୦୨୯ରେ କିଏ ହେବ ଭାଜପାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦାବିବାର? ସଫା ସଫା କହିଲେ ଶାହା

ନୂଆଦିଲ୍ଲୀ,୧୩।୫: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭୋଟ ସମଗ୍ର ଦେଶରେ ପର୍ଯ୍ୟାୟକ୍ରମେ ଚାଲିଛି। ଏଭଳି ପରିସ୍ଥିତିରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ...

ତେଜ ପ୍ରତାପଙ୍କ ରାଗ, ଆରଜେଡି କର୍ମୀଙ୍କୁ ମଞ୍ଚ ଉପରୁ ଠେଲିଦେଲେ

ପାଟନା,୧୩।୫: ବର୍ତ୍ତମାନ ବିହାରର ରାଜଧାନୀ ପାଟନାରୁ ବଡ ଖବର ସାମ୍ନାକୁ ଆସୁଛି, ଯେଉଁଠାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ପୂର୍ବତନ...

‘ଏଏପିରେ ସୁରକ୍ଷିତ ନୁହେଁ ନାରୀ,’ କେଜରିଓ୍ବାଲଙ୍କୁ ପ୍ରଶ୍ନ କଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ,୧୩।୫: ଦିଲ୍ଲୀ ପୋଲିସକୁ ଦୁଇଟି କଲ ଆସିଥିଲା ଯେଉଁଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ସମ୍ନାରେ ଆମ ଆଦମୀ ପାର୍ଟି ରାଜ୍ୟ ସଭା ଏମପି...

ଭାରତର ଟେନ୍‌ସନ୍‌ ବଢାଇପାରେ ଚାଇନା: ଏହି ଦେଶ ସହ ମିଶି ରଚୁଛି ଷଡଯନ୍ତ୍ର

ନୂଆଦିଲ୍ଲୀ/ବେଜିଂ,୧୩।୫: ଆଗାମୀ ସମୟରେ ଚାଇନା ଭାରତର ଟେନ୍‌ସନ୍‌କୁ ବଢାଇପାରେ। ବର୍ତ୍ତମାନ ଚାଇନା ୟୁରୋପରେ ଭାରତର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଫ୍ରାନ୍ସ ଉପରେ ଦୃଷ୍ଟି ରଖିଛି। ଡ୍ରାଗନ କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri