Posted inଖେଳ

ଉଡିକି ଧରିଲେ ବଲ୍‌, ଆଉ ତା’ପରେ କଲେ ରନ୍‌ ଆଉଟ୍‌: ଦେଖନ୍ତୁ ଭିଡିଓ

କାଠମାଣ୍ଡୁ,୪।୩: ନେପାଳରେ ଚାଲିଥିବା ଟ୍ରାଇ ସିରିଜର ପଞ୍ଚମ ମ୍ୟାଚରେ ନେପାଳ ନେଦରଲାଣ୍ଡକୁ ୬ ଉଇକେଟରେ ପରାସ୍ତ କରିଛି। ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିବା ପରେ ନେପାଳ ନେଦରଲାଣ୍ଡକୁ ୧୨୦ ରନ୍‌ରେ ଅଲଆଉଟ୍‌ କରିଥିଲା। ନେପାଳ ପାଇଁ ପ୍ରତୀସ ଜିସି ୩ ଉଇକେଟ ନେଇଥିଲେ।
୧୨୧ ରନର ସହଜ ଟାର୍ଗେଟକୁ ପିଛାକରି ନେପାଳ ଦଳ ୧୫.୨ ଓଭରରେ ୬ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିଛି। ନେପାଳ ପାଇଁ କୁଶଲ ଭୁର୍ଟେଲ (୧୨), ଆସିଫ ଶେଖ (୮), ଅଧିନାୟକ ରୋହିତ ପାଉଡେଲ (୪୬), ଗୁଲସନ ଝା (୩୮) ଥିବାବେଳେ ଦେବେନ୍ଦ୍ର ସିଂ ଆରି ୪ ଏବଂ କୁଶଲ ୨ରନରେ ଅପରାଜିତ ରହିଛନ୍ତି। ନେଦରଲାଣ୍ଡ ପାଇଁ ଭିଭିଆନ କିଙ୍ଗମା ୨ ଉଇକେଟ ଏବଂ ଆର୍ଯ୍ୟନ ଦତ୍ତ ଗୋଟିଏ ଉଇକେଟ ନେଇଥିଲେ।
ଏହି କମ ସ୍କୋରିଂ ମ୍ୟାଚ ରେ ଭିଭାନ କିଙ୍ଗମାଙ୍କୁ ଆଉଟ୍‌ କରିବାକୁ କୁଶଲ ଭୁର୍ଟେଲଙ୍କ ଚମତ୍କାର ଫିଲ୍ଡିଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ନେଦରଲାଣ୍ଡର ୧୯ତମ ଓଭରରେ କୁଶଲ ଭୁର୍ଟେଲଙ୍କ ଚମତ୍କାର ଉଦ୍ୟମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଦୀପେନ୍ଦ୍ର ସିଂ ଆରିଙ୍କ ଏକ ବଲ୍‌ରେ ରୋଲୋଫ ଭାନ ଡେର୍‌ ମେର୍ୱେ ଏକ ସଟ ଖେଳିଥିଲେ। ଏହି ସଟ ଦେଖିଲେ ଲାଗୁଥିଲା ଯେ ବଲ ସିଧା ସୀମା ବାହାରେ ପଡ଼ିବ କିନ୍ତୁ ଭୁର୍ଟେଲ ନିଜର ଚମତ୍କାର ଫିଲ୍ଡିଂ ସହିତ ବଲ୍‌କୁ ସୀମା ରେଖା ଡେଇଁପଡି ଅଟକାଇଥିଲେ।
ବଲ ହାତରୁ ଖସିଯିବା ମାତ୍ରେ ସେ ସଙ୍ଗେ ସଙ୍ଗେ ଉଠି ଉଇକେଟ କିପର ଆଡକୁ ବଲ ଫିଙ୍ଗିଥିଲେ। ଏହା ପରେ ଉଇକେଟ କିପର ଆସିଫ ଶେଖ ଦେଖିଲେ ଯେ ବ୍ୟାଟ୍ସମ୍ୟାନ କ୍ରିଜରୁ ବାହାରିଛନ୍ତି, ତେଣୁ ସେ କୌଣସି ଭୁଲ ନ କରି ତାଙ୍କୁ ରନ୍‌ଆଉଟ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri