ହାଇକୋର୍ଟରେ ନକଲି ଡାକ୍ତର ଚିହ୍ନଟ ମାମଲା: ‘ଜାଲ ଡାକ୍ତର ନିଯୁକ୍ତି ରୋକିବାକୁ କ’ଣ ପଦକ୍ଷେପ ନେଇଛ ଜଣାଅ’

କଟକ,୨୭ା୨ (କାର୍ତ୍ତିକ ସାହୁ) ରାଜ୍ୟରେ ରହିଥିବା ନକଲି ଡାକ୍ତରମାନଙ୍କୁ ଚିହ୍ନଟ କରାଯିବା ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ମଙ୍ଗଳବାର ହୋଇଛି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଗତ ଏହି ମାମଲାର ଶୁଣାଣି କରିଛନ୍ତି ମୁଖ୍ୟ ବିଚାରପତି ଚକ୍ରଧର ଶରଣ ସିଂହ ଓ ବିଚାରପତି ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ। ଓଡ଼ିଶା କାଉନ୍‌ସିଲ ଅଫ ମେଡିକାଲ ରେଜିଷ୍ଟ୍ରେସନର (ଓସିଏମ୍‌ଆର) ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜର ହେବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତିି। ଏଥିସହ ଜାଲ ଡାକ୍ତର ନିଯୁକ୍ତି ରୋକିବା କ୍ଷେତ୍ରରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେନେଇ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନିମନ୍ତେ ମାର୍ଚ୍ଚ ୫ ତାରିଖକୁ ଧାର୍ଯ୍ୟ ହୋଇଛି। ପ୍ରକାଶ ଯେ, ପୂର୍ବ ଶୁଣାଣିରେ ରାଜ୍ୟରେ ନକଲି ଡାକ୍ତରଙ୍କୁ ଚିହ୍ନଟ ପାଇଁ ରୁଜୁ ମାମଲାରେ କ’ଣ ପଦକ୍ଷେପ ଗ୍ରହଣ କରାଯାଉଛି, ନକଲି ଡାକ୍ତର ଯାଞ୍ଚ ଲାଗି କୌଣସି ବ୍ୟବସ୍ଥା ରହିଛି କି ନାହିଁ ସେ ବାବଦରେ ସତ୍ୟପାଠ ଦାଖଲ ଲାଗି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତୀୟ ସତ୍ୟପାଠ ଦାଖଲ କରାଯାଇଥିଲା। ରାଜ୍ୟ ସରକାର ଜବାବ ଦାଖଲ କରିବା ପରେ ଆବେଦନକାରୀଙ୍କୁ ପ୍ରତି ଜବାବ ଦାଖଲ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ କଲେ କୋରେଇ ବିଜେଡି ବିଧାୟିକା ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ

ଯାଜପୁର, ୯।୫: କୋରେଇ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପ୍ରାର୍ଥିନୀ ସଂଧ୍ୟାରାଣୀ ଦାସ ଗୁରୁବାର ନାମାଙ୍କନ ଦାଖଲ କରିଛନ୍ତି। ପ୍ରଥମେ ପାଣିକୋଇଲି ତାରିଣୀ...

କନ୍ଧମାଳବାସୀଙ୍କୁ ଭୋଟ୍‌ ମାଗିଲେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ,୯ା୫(ରାକେଶ କୁମାର ରାଉତ): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁବାର କନ୍ଧମାଳ ଗସ୍ତରେ ଆସି ଭୋଟ୍‌ ମାଗିଛନ୍ତି। କନ୍ଧମାଳ ସଂସଦୀୟ କ୍ଷେତ୍ର ୭...

କାଳବୈଶାଖୀର ପ୍ରଭାବରେ ତାପମାତ୍ରା ହ୍ରାସ; ୧୯୦୧ ମସିହା ପରଠାରୁ ଗତ ଏପ୍ରିଲ ସବୁଠାରୁ ଉତ୍ତପ୍ତ

ଭୁବନେଶ୍ୱର,୯।୫: କାଳବୈଶାଖୀ ଯୋଗୁଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଛି। ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଏବଂ ମଧ୍ୟ ଭାଗରେ ଝଡବର୍ଷା ହୋଇଥିବା...

ବ୍ୟାପୁଛି ରୁବେଲା ଭାଇରସ, ଗର୍ଭବତୀଙ୍କୁ ସତର୍କ କରାଇଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୯।୫: ରୁବେଲା ଭାଇରସକୁ ନେଇ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସତର୍କ କାରାଇଛନ୍ତି। ସେ କହିଛନ୍ତି, ଗର୍ଭବତୀ ମହିଳାଙ୍କ ଠାରେ ରୁବେଲା ହେଲେ...

ସାପ କାମୁଡ଼ାରେ ତିନି ବର୍ଷର ପୁଅ ମୃତ, ବିଷ କାଢ଼ିବାକୁ ଚେଷ୍ଟା କରି ବାପା ଆହତ

ସୁବର୍ଣ୍ଣପୁର, ୯।୫:: ବିରାମହାରାଜପୁର ଅଞ୍ଚଳର ହିଲୁଙ୍ଗା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ବିଷାକ୍ତ ସାପ କାମୁଡ଼ିରେ ତିନି ବର୍ଷର ବାଳକ ପ୍ରାଣ ହରାଇଛି। ସାଗର...

ବଦଳିଲେ କଂଗ୍ରେସ ଜିଲା ସାଧାରଣ ସମ୍ପାଦକ, ବ୍ଲକ ସଭାପତି

ପାଟଣା,୯ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ନୂତନ କଂଗ୍ରେସ ସଭାପତି ଭାବେ ଭାବେ କୈଳାଶ ଚନ୍ଦ୍ର ବାରିକଙ୍କୁ ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା...

ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ

ପୁରୀ,୯।୫: ପୁରୀରେ ପହଞ୍ଚିଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ବରରୁ ବାହାରି ପୁରୀରେ ପହଞ୍ଚିଛନ୍ତି। ସେଠାରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ।...

ରାଜଧାନୀରେ ବଡ଼ ଧରଣର ଆଇଟି ରେଡ୍‌, ୨ କୋଟିରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର,୯ା୫: ରାଜଧାନୀରେ ଗୁରୁବାର ବଡ଼ ଧରଣର ଆଇଟି ରେଡ୍‌ ହୋଇଛି। ପୁରୁଣ ପୋଷ୍ଟ ଅଫିସ୍‌ ଲେନ୍‌ ବୁଦ୍ଧେଶ୍ୱରୀ କଲୋନୀରେ ଥିବା ଏକ ଫ୍ଲେକ୍ସ ପ୍ରିଣ୍ଟ ମିଡିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri