ଭୁବନେଶ୍ୱର,୨୭।୨: ଅନ୍ତଃରାଷ୍ଟ୍ରୀୟ ଘରୋଇ କମ୍ପାନୀ ତଥା ଆମ୍ପିଓ ପୋଲାଣ୍ଡ ସହ ଟ୍ରାଞ୍ଜେପ ସ୍ମାର୍ଟ ବିଲ୍ଡିଂ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଭବିଷ୍ୟତରେ ସ୍ମାର୍ଟ ଲିଭିଂକୁ ଅଗ୍ରଣୀ କରିବା ପାଇଁ ଉଭୟ କମ୍ପାନୀ ମିଳିତ ହୋଇଛନ୍ତି। ଏପରିକି ଘରୋଇ ଅଟୋମେସନ୍ ଓ ସ୍ମାର୍ଟ ଲିଭିଂର ମାନ ବୃଦ୍ଧି କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଉଭୟ ସଂସ୍ଥା ପକ୍ଷରୁ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରଠାରେ ଆୟୋଜିତ ଏକ ଆର୍କିଟେକ୍ଚର ମିଟ୍ରେ ଉପରୋକ୍ତ ସହଭାଗିତା (ପାର୍ଟନରଶିପ) ସହ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ଏଥିରେ ଆର୍କିଟେକ୍ଟ, ଡିଜାଇନର ଓ ଶିଳ୍ପ ବିଶେଷଜ୍ଞମାନେ ମଧ୍ୟ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆବାସିକ ସ୍ଥାନଗୁଡିକରେ ଆରାମ ଓ ନିରାପତ୍ତା ପାଇଁ ପ୍ରସ୍ତୁତି ଅତ୍ୟାଧୁନିକ ଉପତ୍ାଦ ପ୍ରଦର୍ଶିତ ହୋଇଥିଲା। ଟ୍ରାଞ୍ଜେପ ସ୍ମାର୍ଟ ବିଲ୍ଡିଂର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆକାଶ ଝୁନ୍ଝୁନ୍ୱାଲା କହିଥିଲେ, ଆମ୍ପିଓ ପୋଲାଣ୍ଡ ସହ ସହଭାଗିତା ହୋଇଛି। ଏପରିକି ଲୋକମାନଙ୍କର ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ବୋଲି ଲକ୍ଷ୍ୟ ରହିଛି। ଆମ୍ପିଓ ପୋଲାଣ୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲିନା କ୍ରୁସେଇଚ୍ କୋୱାଲେଭେସ୍କା ଉକ୍ତ ସହଭାଗିତା ଉପରେ ଗୁରୁତ୍ୱାରୋପ କରି ସ୍ମାର୍ଟହୋମ୍ ଟେକ୍ନୋଲୋଜିକୁ ଆପଣେଇବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ। ଅଧିକ ବିବରଣୀ ପାଇଁ ଆମ୍ପିଓ ପୋଲାଣ୍ଡର ୱେବ୍ସାଇଟ୍ ପରିଦର୍ଶନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।
ଗଛ କାଟି ଶାଗୁଆନ ଗଣ୍ଡିକୁ ଲୁଚାଇ ରଖିଥିଲେ, ଖବର ପାଇ ଅଚାନକ ଚଢାଉ କଲା ବନବିଭାଗ, ଆଉ ତା’ପରେ…
ବଲାଙ୍ଗୀର, ୬।୧( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନବିଭାଗ ପକ୍ଷରୁ ମଙ୍ଗଳବାର ତୁଳସୀନଗର ଦୁର୍ଗାମଣ୍ଡପରୁ ଶାଗୁଆନ ଗଣ୍ଡି ଜବତ ହୋଇଛି। ଏହି ସଂକ୍ରାନ୍ତରେ ବଲାଙ୍ଗୀର ରେଞ୍ଜରେ...
Nestle Baby Food: ଏହି ପ୍ରଡକ୍ଟରେ ମିଳିଲା ବିଷାକ୍ତ ଟକ୍ସିନ, ଶିଶୁଙ୍କୁ ହୋଇପାରେ ଭୟଙ୍କର ରୋଗ, ଏମିତି କରନ୍ତୁ ଚେକ୍
ନୂଆଦିଲ୍ଲୀ,୭।୧: ନେସଲେ ଏହାର କିଛି ପ୍ରମୁଖ ଶିଶୁ ପୁଷ୍ଟିସାର ଉତ୍ପାଦକୁ ପ୍ରତ୍ୟାହାର କରିବାର ଘୋଷଣା କରିଛି। କମ୍ପାନୀ କହିଛି ଯେ ଏହି ଉତ୍ପାଦଗୁଡ଼ିକରେ ଏକ ସମ୍ଭାବ୍ୟ...
ସରକାରୀ କର୍ମଚାରୀ, ପେନସନଭୋଗୀଙ୍କ ପାଇଁ ଖୁସି ଖବର: ଜାନୁଆରୀରେ ବଢିବ ଏତେ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ,୫।୧: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଖୁସି ଖବର ଅଛି। ଜାନୁଆରୀ ୨୦୨୬ରୁ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ...
ଆଇପିଏଲରୁ ମୁସ୍ତାଫିଜୁରଙ୍କୁ ବିଦା କରାଯିବା ପରେ ପ୍ରତିଶୋଧ ନେଲା ବାଂଲାଦେଶ, ଏହି ଭାରତୀୟଙ୍କୁ….
ନୂଆଦିଲ୍ଲୀ,୫।୧: ବଦଳୁଥିବା ପରିସ୍ଥିତିକୁ ଉଦ୍ଧୃତ କରି ବାଂଲାଦେଶ କ୍ରିକେଟ ବୋର୍ଡ ଭାରତୀୟ ଆଙ୍କର ରିଧିମା ପାଠକଙ୍କୁ ଚଳିତ ବାଂଲାଦେଶ ପ୍ରିମିୟର ଲିଗର ପ୍ରେଜେଣ୍ଟେସନ ପ୍ୟାନେଲରୁ ହଟାଇ...
ସକାଳୁ ସକାଳୁ ୬.୪ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ, ଭୟରେ ଘରୁ ବାହାରି ଦୌଡିଲେ ଲୋକେ
ଫିଲିପାଇନ୍ସ,୭।୧: ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ବୁଧବାର ଫିଲିପାଇନ୍ସର ଦକ୍ଷିଣ ଉପକୂଳରେ ୬.୪ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ପ୍ରଥମେ ଭୂମିକମ୍ପର ତୀବ୍ରତା...
IPLରୁ ବାଦ୍ ପଡ଼ିବା ପରେ ପାକିସ୍ତାନର ହାତ ଧରିଲେ ମୁସ୍ତାଫିଜୁର ରହମାନ, ନେଲେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ନୂଆଦିଲ୍ଲୀ,୭।୧: ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ IPL ୨୦୨୬ରୁ ବାଦ ଦିଆଯାଇଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି, BCCI କେକେଆରକୁ...
୧୮ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ ଅବ୍ୟାହତ: ଦିନକୁ ୨ ଘଣ୍ଟା ଆନ୍ଦୋଳନ ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ
ଦାରିଙ୍ଗବାଡି, ୭।୧ (ଅରୁଣ ସାହୁ): ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ)ପକ୍ଷରୁ ୧୮ ଦଫା ଦାବି ନେଇ ଚାଲିଥିବା ଆନ୍ଦୋଳନ ଅବ୍ୟାହତ ରହିଛି । ଫଳରେ...
କୁମ୍ଭୀର ଗଣନା ପାଇଁ ୩ ଦିନ ଭିତରକନିକା ବନ୍ଦ
କେନ୍ଦ୍ରାପଡା,୭।୧: ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ। ଆସନ୍ତାକାଲିଠୁ ପର୍ଯ୍ୟଟକଙ୍କ ପାଇଁ ୩ ଦିନ ପାଇଁ ଭିତରକନିକା ବନ୍ଦ ନିଷ୍ପତ୍ତି ନିଆଯାଇଛି। କୁମ୍ଭୀର ଗଣନା ପାଇଁ ୮ରୁ...
Archives


