ପୁରୁଷଙ୍କୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ କହିଲେ ଟ୍ବିଙ୍କ୍‌ଲ, ହଜମ କରି ପାରିଲେନି କଙ୍ଗନା, କହିଲେ ଏମିତି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ସେ କେବେ ନା କେବେ କାହାକୁ କିଛି କହି ଅସୁବିଧାରେ ପଡ଼ିଥାନ୍ତି। ସେଥିପାଇଁ ଲୋକମାନେ ତାଙ୍କୁ ‘ପଙ୍ଗା କ୍ୱିନ୍‌’ ମଧ୍ୟ ଡାକନ୍ତି। ଆଜିପର୍ଯ୍ୟନ୍ତ ସେ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କୁ ମେସେଜ କରିଛନ୍ତି। ନିକଟରେ ସେ ଅକ୍ଷୟ କୁମାରଙ୍କ ସ୍ତ୍ରୀ ତଥା ରାଜେଶ ଖାନ୍ନଙ୍କ ଝିଅ ଟ୍ବିଙ୍କ୍‌ଲ ଖାନ୍ନାଙ୍କୁ ସୋସିଆଲ ମିଡିଆରେ ନିନ୍ଦା କରିଛନ୍ତି।

kangana ranaut, twinkle khanna

ଟ୍ବିଙ୍କ୍‌ଲଙ୍କ ଏକ ଭିଡିଓ ଦେଖିବା ପରେ କଙ୍ଗନା ରାଗି କି ପାଚି ଲାଲ୍‌ ହୋଇଯାଇଥିଲେ। ସେହି ଭିଡିଓ ଶେୟାର କରି ଅଭିନେତ୍ରୀଙ୍କ ଉପରେ ଏକ ନୋଟ୍‌ ଲେଖିଥିଲେ। ଏହି ଭିଡିଓରେ ଟ୍ବିଙ୍କ୍‌ଲ କହିଛନ୍ତି, ମହିଳାମାନେ ପୁରୁଷଙ୍କ ଆବଶ୍ୟକ କରନ୍ତି ନାହିଁ। ଆମକୁ ପୁରୁଷମାନେ ଆବଶ୍ୟକ, ଯେପରି ଆମକୁ ପଲିଥିନ୍‌ ବ୍ୟାଗ ଦରକାର। ପଲିଥିନ ବ୍ୟାଗ୍‌ ସହିତ ପୁରୁଷଙ୍କ ତୁଳନାକୁ ଆଦୌ ପସନ୍ଦ କଲେନି କଙ୍ଗନା।

କଙ୍ଗନା ଲେଖିଛନ୍ତି, ‘ ଯେଉଁମାନେ ନିଜ ବ୍ୟକ୍ତିଙ୍କୁ ବ୍ୟାଗ୍‌ ବୋଲି ଡାକନ୍ତି ଏବଂ ଆପଣ ଏସବୁ କହି ଥଣ୍ଡା ହେବାକୁ ଚାହାଁନ୍ତି କି? ଏହି ନେପୋ ପିଲାମାନେ ରୁପା ଚାମଚ ସହିତ ଜନ୍ମ ହୁଅନ୍ତି। ସୁନାର ଥାଳିରେ ଏମାନଙ୍କୁ ଏକ ଫିଲ୍ମ କ୍ୟାରିଅର୍‌ ମିଳିଥାଏ। କେବଳ ଏଥିପାଇଁ ସେମାନଙ୍କର ସମ୍ମାନ ନାହିଁ, ସେମାନେ ଅତି କମରେ ମାତୃତ୍ୱ ଜୀବନକୁ ଉପଭୋଗ କରିବା ଉଚିତ୍‌। କିନ୍ତୁ ଏହା ମଧ୍ୟ ସେମାନଙ୍କ କ୍ଷେତ୍ରରେ ଅଭିଶାପ ପରି ମନେହୁଏ।  କ’ଣ ହେବାକୁ ଚାହୁଁଛ? ପନିପରିବା? ଏହା ନାରୀବାଦ?

Kangana Ranaut (Left) and Twinkle Khanna

ଟ୍ବିଙ୍କ୍‌ଲ ତାଙ୍କର ଏକ ପୁରୁଣା ଭିଡିଓରେ କହିଥିଲେ ଯେ, ତାଙ୍କ ମା ଡିମ୍ପଲ କାପାଡିଆ ତାଙ୍କୁ କିପରି ଶିକ୍ଷା ଦେଇଛନ୍ତି, ମହିଳାମାନେ ପୁରୁଷଙ୍କ ଆବଶ୍ୟକ କରନ୍ତି ନାହିଁ। ସେ କହିଥିଲେ, ‘ଆମେ ନାରୀବାଦ ଏବଂ ସମାନତା ବିଷୟରେ କଦାପି କଥାବାର୍ତ୍ତା କରୁନାହୁଁ। କିନ୍ତୁ ଏହା ବହୁତ ସ୍ପଷ୍ଟ ଯେ ପୁରୁଷର ଆବଶ୍ୟକତା ନାହିଁ। ହଁ, ଯଦି ଆପଣଙ୍କର ଭଲ ହ୍ୟାଣ୍ଡବ୍ୟାଗ ଅଛି ତେବେ ଜଣେ ପୁରୁଷ ଭଲ ଦେଖାଯାଏ, ତେଣୁ ମୁଁ ଏହି ପ୍ରକାର ଚିନ୍ତାଧାରା ସହିତ ବଢ଼ିଛି।

ଟ୍ବିଙ୍କଲ ତୁମର ସୁନ୍ଦର ହ୍ୟାଣ୍ଡବ୍ୟାଗ ଥିବା ଭଳି ଜଣେ ପୁରୁଷ ରହିବା ଭଲ। ଯଦି ଆପଣଙ୍କର ଏକ ପ୍ଲାଷ୍ଟିକ ବ୍ୟାଗ ଥାଏ ତେବେ ଏହା କାମ କରିବ। ତେଣୁ ମୁଁ ଏହି ଧାରଣା ସହିତ ବଢ଼ିଛି ଏବଂ ଦୀର୍ଘ ସମୟ ଧରି ମୁଁ ଅନୁଭବ କଲି ଯେ ସେମାନଙ୍କ ପାଇଁ କୌଣସି ବିଶେଷ ଆବଶ୍ୟକତା ନାହିଁ। ‘ସେ ଆହୁରି ମଧ୍ୟ କହିଥିଲେ ଯେ, ପୁରୁଷମାନେ ପ୍ରକୃତି ଅନୁସାରେ ମହିଳାମାନଙ୍କ ଅପେକ୍ଷା ଦୁର୍ବଳ। ସେମାନଙ୍କର କେଶ ଶୀଘ୍ର ଝଡ଼ିଥାଏ। ଯଦି ସେମାନେ ୧୦-୧୫ବର୍ଷ ଆମ ପୂର୍ବରୁ ମରନ୍ତି, ତେବେ ଆମେ ସେମାନଙ୍କ ପାଇଁ ଖରାପ ଅନୁଭବ କରୁ। ଏହି କଥାକୁ ଆଦୌ ହଜମ କରି ପାରି ନ ଥିଲେ କଙ୍ଗନା। ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ଟ୍ବିଙ୍କଲ୍‌ଙ୍କୁ କଡ଼ା ଜବାବ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri