ସେସୁ ସିଇଓ ଭାବେ ଦାୟିତ୍ୱ ନେଲେ ବୋଥ୍ରା

ଭୁବନେଶ୍ୱର,୧୪।୮(ବ୍ୟୁରୋ): ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ ସ୍ତରରେ ଅଦଳବଦଳ କରାଯାଇଥିଲା। ଏହି ସମୟରେ ଆଇଏଏସ୍‌ ଅଫିସର ମହମ୍ମଦ ସିଦ୍ଦିକ୍‌ ଆଲାମଙ୍କ ସ୍ଥାନରେ ବୋଥ୍ରାଙ୍କୁ ନୂଆ ନିଯୁକ୍ତି ମିଳିଥିଲା। ସେସୁ ମୁଖ୍ୟାଳୟରେ ଯୋଗଦେବା ସହ ବୋଥ୍ରା ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ବିଭିନ୍ନ ସୂତ୍ରରୁ ରାଜ୍ୟରେ ବିଜୁଳି ଉତ୍ପାଦନ ହେଉଥିଲେ ମଧ୍ୟ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସମ୍ଭବ ହେଉନାହିଁ। ଗାଁ ଗହଳି କଥା ବାଦ୍‌ ଦିଆଯାଉ, ରାଜଧାନୀରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଦେଖିବାକୁ ମିଳୁଛି। ତେଣୁ ଦାୟିତ୍ୱ ନେବା ପରେ ଆଇପିଏସ୍‌ ଅଫିସର ବୋଥ୍ରା କେତେ ସୁଧାର ଆଣୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫୧ ବର୍ଷ ପରେ କ୍ରିକେଟ୍‌ରେ ଘଟିଲା…ଗୋଟିଏ ଦଳରେ ୩ ଭାଇ

ନୂଆଦିଲ୍ଲୀ,୧୫।୧୨: ICC ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ନାମ୍ବିଆ ଏବଂ ଜିମ୍ବାୱେରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ଦେଶ ଗୋଟିଏ ପରେ ଗୋଟିଏ...

ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ: ତଥାଗତ

ଭୁବନେଶ୍ୱର,୧୫ା୧୨(ଜିତେନ୍ଦ୍ର କୁମାର ନାୟକ): ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ ବୋଲି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ରବିବାର ଦିବସବ୍ୟାପୀ ଅନୁଷ୍ଠିତ...

ମେସିଙ୍କୁ ସ୍ବାଗତ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ! ହ୍ୟାଣ୍ଡସେକ୍‌ କରିବାକୁ ଚାହୁଁଥିଲେ ଦେବାକୁ ପଡ଼ିବ ଏତିକି କୋଟି

ନୂଆଦିଲ୍ଲୀ,୧୫।୧୨: ଫୁଟବଲ ଜଗତର ସବୁଠାରୁ ବଡ ତାରକା ଏବଂ ଆର୍ଜେଣ୍ଟିନାକୁ ବିଶ୍ୱକପ ଗୌରବ ପ୍ରଦାନ କରିଥିବା ଅଧିନାୟକ ଲିଓନେଲ ମେସି ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ...

IND v SA, 3rd T20I: ଦକ୍ଷିଣ ଆଫ୍ରିକାକୁ ମହଙ୍ଗା ପଡିଲାକି ଗମ୍ଭୀରଙ୍କ ଚତୁର ରଣନୀତି, ହଠାତ୍…

ନୂଆଦିଲ୍ଲୀ,୧୫।୧୨: ତୃତୀୟ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଛି । ଅର୍ଶଦୀପ ସିଂହଙ୍କ ବୋଲିଂ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା...

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜରେ ଚମକିଲେ ରାକେଶ

ରାଇକିଆ,୧୫।୧୨,(ପ୍ରଦୀପ ବେହେରା): ଭୁବନେଶର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ଦେଖାଇଛନ୍ତି କନ୍ଧମାଳ ଜିଲା ରାଇକିଆ ବିଜୟ...

Lionel Messi India Tour: ଭାରତ ଗସ୍ତର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ଫୁଟବଲ କିମ୍ବଦନ୍ତୀ ମେସି

ନୂଆଦିଲ୍ଲୀ,୧୫।୧୨: ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଜଣେ ଭାବରେ ବିବେଚିତ ଲିଓନେଲ ମେସି (GOAT Tour of India 2025), ସୋମବାର ଦିଲ୍ଲୀରେ ଅନେକ...

ଝିଅ ସୋଫିଆଙ୍କୁ ନେଇ ବାପା ମୋକିମ କହିଲେ ବିଧାୟିକା ଭାବେ ସେ…

ଭୁବନେଶ୍ୱର,୧୫ା୧୨: କଂଗ୍ରେସ ବିଧାୟିକା ତଥା ନିଜ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ନେଇ ମଧ୍ୟ ମୁହଁ ଖୋଲିଲେ କଂଗ୍ରେସରୁ ବହିଷ୍କୃତ ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେ...

କଂଗ୍ରେସରୁ ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ, କହିଲେ ମୋ’ ବିଚାରଧାରାକୁ କେହି…

ଭୁବନେଶ୍ୱର,୧୫ା୧୨: କଂଗ୍ରେସରୁ ବହିଷ୍କୃତ ପରେ ମୁହଁ ଖୋଲିଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ। ସେ କହିଛନ୍ତି, ମୋ’ ଚିଠିକୁ ଗୁରୁତର ସହ ନେଇଥିବାରୁ ମିଡିଆକୁ ଧନ୍ୟବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri