Posted inଫୁରସତ

ହୃଦୟର ଆକାର କାହିଁକି ଏମିତିଆ? କେବେଠୁ କରାଯାଉଛି ବ୍ୟବହାର…

କିଛି ଗବେଷଣା ଦାବି କରେ ଯେ, ପୂର୍ବେ ଯେବେ ଯୁବତୀ ଯୁବକ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖୁଥିଲେ ଗର୍ଭଧାରଣ ଅଟକାଇବା ଲାଗି ଯୁବକମାନେ ଯୁବତୀଙ୍କୁ ସିଲିଫିୟମ ଗଛର ବିଜ ଦେଉଥିଲେ। ଯାହାର ଆକାର ଆଜିକାର ହାର୍ଟ ଶେପ୍‌ ପରି। ସିଲିଫିୟମ ଜୁଆଣି ପ୍ରଜାତିର ଅଟେ। ପ୍ରାଚିନ ଗ୍ରୀକ ଓ ରୋମରେ ଏହାକୁ ଭୋଜନ ସ୍ବାଦିଷ୍ଟ କରିବା ପାଇଁ ବ୍ୟବହାର କରିବା ସହ ଔଷଧ ଭାବେ ବ୍ୟବହାର କରାଯାଉଥିଲା। କୁହାଯାଏ ଏହା କାଶ ପଇଁ ଭଲ କାମ କରୁଥିଲା। ହେଲେ ଏହା ବେଶି ପରିଚିତ ଥିଲା ଜନ୍ମ ନିୟନ୍ତ୍ରକ ଭାବେ। ସମୟକ୍ରମେ ଏହି ଗଛର ବିଜକୁ ପ୍ରେମର ପ୍ରତୀକଭାବେ ଗଣନା କରାଗଲା । ଆଉ ତାକୁ ବିଭିନ୍ନ ସ୍ଥାନରେ ଅଙ୍କା ଗଲା। ପୁରାତନ ସହର ସାଇରେନ ଯେଉଁଠି ସିଫିଲିୟମ ପ୍ରଚୁର ହେଉଥିଲା ଓ ଏହାର ବ୍ୟବସାୟ କରାଯାଉଥିଲା ସେଠାକାର ମୁଦ୍ରାରେ ବି ଏହି ହାର୍ଟ ଶେପ୍‌କୁ ସ୍ଥାନ ଦିଆଯାଇଥିଲା। ଆଉ କିଛି ତଥ୍ୟ କହେ ଯେ, ଆଇଭି ଗଛର ପତ୍ରରୁ ହାର୍ଟଶେପ୍‌ ଆସିଛି। ଏହାବାଦ କେହି କେହି ଦାବି କରନ୍ତି ଯେ,ଏହି ଆକୃତିକୁ ନାରୀର ସ୍ତନ, ନିତମ୍ବ ଅବା ମାନବ ଶରୀରର ଅନ୍ୟ କିଛି ଭାଗର ଆଧାରରେ ତିଆରି କରାଯାଇଛି। ତେବେ ବିଦ୍ୱାନ ପିଏରେ ଭେନକିନ ଓ ମାର୍ଟିନ କେମ୍ପ ଦାବି କରନ୍ତି ଯେ, ଏହି ହାର୍ଟଶେପ୍‌ର ଉତ୍ପତି ଗାଲେନ ଓ ଦାର୍ଶନିକ ଆରିଷ୍ଟଟଲଙ୍କ କିଛି ଆଲେଖ୍ୟରୁ ହୋଇଛି। ସେମାନେ ବର୍ଣ୍ଣନା କରିଥିଲେ ଯେ, ମଣିଷ ହୃତପିଣ୍ଡର ତିନୋଟି ଚାମ୍ବର ବା କୋଠରୀ ଅଛି। ଦୁଇଟି ଉପରେ ଓ ଗୋଟେ ତଳେ। ଆଉ ଏହାର ଉପରଭାଗର ମଝିରେ ଏକ ଛୋଟ ସ୍ଥାନ ଚେପା ବା ଖାଲ ସଦୃଶ ଅଛି। କୁହାଯାଏ ଏହି ତଥ୍ୟକୁ ଆଧାର କରି ପରବର୍ତ୍ତୀ ସମୟରେ ଯେବେ ମଧ୍ୟଯୁଗର କଳାକାର ଓ ବୈଜ୍ଞାନିକମାନେ ସେହି ପ୍ରାଚୀନ ଚିକିତ୍ସା ସମ୍ବନ୍ଧୀୟ ଆଲେଖ୍ୟକୁ ଚିତ୍ରକରି ପୁନଃପ୍ରଦର୍ଶିତ କରିଥିବେ ସେତେବେଳେ ଉକ୍ତ ହାର୍ଟଶେପ୍‌ର ଉତ୍ପତି ହୋଇଥିବ। ଯେମିତିକି ଚତୁର୍ଦ୍ଦଶ ଶତାବ୍ଦିରେ ଇଟାଲୀର ପଦାର୍ଥ ବିଜ୍ଞାନୀ ଗୁଇଡୋ ଦା ଭିଗଭାନୋ ଶରୀର ସମ୍ବନ୍ଧୀୟ ଏକ ସିରିଜ ଚିତ୍ର କରିଥିଲେ ଯେଉଁଥିରେ ହୃତପିଣ୍ଡର ଚିତ୍ର ଆରିଷ୍ଟଟଲ ବର୍ଣ୍ଣନା କରିଥିବା ହୃତପିଣ୍ଡ ପରି ଥିଲା। ଅର୍ଥାତ୍‌ ହୃତପିଣ୍ଡର ଆକାର କିଛିଟା ଆଜିକାର ହାର୍ଟଶେପ୍‌ ପରି ଥିଲା।

ମଣିଷର ହୃତପିଣ୍ଡ ଖୁସି ସହ ବିଭିନ୍ନ ଭାବକୁ ଦର୍ଶାଇଥାଏ। ତେଣୁ ଏହି ଶେପ୍‌କୁ ପ୍ରେମ ଓ ପ୍ରଣୟର ପ୍ରତୀକଭାବେ ଗ୍ରହଣ କରାଗଲା। ଏହାର ବ୍ୟବହାର ଯେବେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ହୃଦୟ ଭାବେ କରାଗଲା ଏବଂ ତାସ୍‌ ଖେଳରେ ବ୍ୟବହାର ହେଲା ଏହି ଆକୃତିର ଲୋକପ୍ରିୟତା ବଢିଲା। ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀବେଳକୁ ତ ପ୍ରେମ ଚିଠି ଓ ଭାଲେଣ୍ଟାଇନ୍ସ ଡ଼େ’ କାର୍ଡରେ ଏହାର ବ୍ୟବହାର ହେବାକୁ ଲାଗିଲା। ଆଉ ଏହା ପ୍ରେମର ପ୍ରତୀକଭାବେ ଧୀରେ ଧୀରେ ସାରା ପୃଥିବୀରେ ପରିଚିତ ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri