Posted inଖେଳ

ସେମିରେ ଜୋକୋଭିଚ୍‌, ଗଫ୍‌

ମେଲବୋର୍ନ,୨୪ା୧(ପି.ଟି.): ଅଷ୍ଟ୍ରେଲିଆନ୍‌ ଓପନରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି କ୍ୱାର୍ଟର ଫାଇନାଲ ମ୍ୟାଚ୍‌। ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଏକ ନମ୍ବର ସିଡ୍‌ ନୋଭାକ୍‌ ଜୋକୋଭିଚ୍‌ ଓ ଜାନିକ୍‌ ସିନ୍ନର। ସେହିପରି ମହିଳା ସିଙ୍ଗଲ୍ସ ସେମି ଫାଇନାଲରେ ପହଞ୍ଚିଛନ୍ତି ଆରିନା ସାବାଲେଙ୍କା ଓ କୋକୋ ଗଫ୍‌। ଚଳିତ ଟୁର୍ନାମେଣ୍ଟର ଟପ୍‌ ସିଡ୍‌ର ମାନ୍ୟତା ପାଇଥିବା ଜୋକୋଭିଚ୍‌ ୧୧ ତମ ଅଷ୍ଟ୍ରେଲିଆନ୍‌ ଓପନ୍‌ ଲକ୍ଷ୍ୟରେ ରହିଛନ୍ତି। ମଙ୍ଗଳବାର ଆମେରିକୀୟ ଟେଲର ଫ୍ରିଜ୍‌ଙ୍କୁ ୭-୬(୭), ୪-୬, ୬-୨ ଓ ୬-୩ ସେଟ୍‌ରେ ପରାସ୍ତ କରିଥିଲେ ଜୋକୋଭିଚ୍‌। କଡା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚଟି ୩ ଘଣ୍ଟା ୪୫ ମିନିଟ ଧରି ଚାଲିଥିଲା। ୨୪ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଜୋକୋଭିଚ୍‌ ଅଷ୍ଟ୍ରେଲିଆନ୍‌ ଓପନର କ୍ୱାର୍ଟର ଫାଇନାଲ ପରବର୍ତ୍ତୀ ରାଉଣ୍ଡରେ କେବେ ବି ପରାଜିତ ହୋଇନାହାନ୍ତି। ଏହି ବିଜୟ ସହ ସେ ରେକର୍ଡ ୪୮ ତମ ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ପ୍ରଥମ ସେଟ୍‌ରୁ ହିଁ ଫ୍ରିଟ୍ଜଙ୍କଠାରୁ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ଜୋକୋଭିଚ୍‌। ଚମତ୍କାର ସର୍ଭିସ୍‌ କରିଥିବା ଟେଲର୍‌ ପ୍ରଥମ ସେଟ୍‌ରେ ୧୫ ବ୍ରେକ୍‌ ପଏଣ୍ଟ ରେକର୍ଡ କରିଥିଲେ। ଜୋକୋଭିଚ୍‌ ପ୍ରଥମ ସେଟ୍‌କୁ ଟାଇବ୍ରେକରରେ ଜିତିଥିଲେ। ପରବର୍ତ୍ତୀ ସେଟ୍‌କୁ ଟେଲର ୬-୪ରେ ଜିତିଥିଲେ ହେଁ ଅଭିଜ୍ଞତାର ଉପଯୋଗ କରି ଜୋକୋଭିଚ୍‌ ପରବର୍ତ୍ତୀ ଦୁଇ ସେଟ୍‌ ଜିତି ନେଇଥିଲେ। ଏହା ସହିତ କ୍ୟାରିୟରରେ ୧୧ତମ ଥର ପାଇଁ ସେ ଅଷ୍ଟ୍ରେଲିଆନ୍‌ ଓପନ ସେମିରେ ପ୍ରବେଶ କରିଥିଲେ।
ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଇଟାଲୀର ଜାନିକ୍‌ ସିନ୍ନର ଓ ଆଣ୍ଡି ରୁବଲେଭଙ୍କ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ୬-୪, ୭-୬(୭-୫) ଓ ୬-୩ରେ ଜିତି ନେବା ସହ ଜୋକୋଭିଚ୍‌ଙ୍କ ସହ ସେମିଫାଇନାଲ ମ୍ୟାଚ୍‌ ନିର୍ଦ୍ଧାରଣ କରିଥିଲେ ସିନ୍ନର। ପ୍ରଥମ ସେଟ୍‌ରେ ସହଜ ବିଜୟ ହାସଲ କରିବା ପରେ ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ ଟାଇବ୍ରେକରକୁ ଯାଇଥିଲା। ତେବେ ସିନ୍ନର ଏହାକୁ ମଧ୍ୟ ଜିତି ନେଇଥିଲେ। ନିର୍ଣ୍ଣାୟକ ସେଟ୍‌କୁ ସେ ୬-୩ରେ ଜିତି ନେବା ସହ ସେମିରେ ପ୍ରବେଶ କରିଥିଲେ ।
ମହିଳା ବିଭାଗରେ ୟୁଏସ୍‌ ଓପନ ଚାମ୍ପିୟନ କୋକୋ ଗଫ୍‌ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱ ମାନ୍ୟତାର ୪ ନମ୍ବର ସ୍ଥାନରେ ଥିବା କୋକୋ ଗଫ୍‌ ୟୁକ୍ରେନର ଅଣ ସିଡେଡ ଖେଳାଳି ମାର୍ଟା କୋଷ୍ଟ୍ୟୁକଙ୍କୁ ୭-୬(୬), ୬-୭(୩) ଓ ୬-୨ରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ଟି ଦୀର୍ଘ ୩ ଘଣ୍ଟା ୮ ମିନିଟ ଧରି ଚାଲିଥିଲା। ପ୍ରଥମ ସେଟ୍‌ରେ ଗଫ୍‌ ୫-୧ରେ ପଛୁଆ ରହିଥିଲେ। ତେବେ ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ମ୍ୟାଚ୍‌କୁ ଟାଇବ୍ରେକରକୁ ନେଇଥିଲେ ଓ ଶେଷରେ ଜିତି ନେଇଥିଲେ। ଦ୍ୱିତୀୟ ସେଟ୍‌ଟି ମଧ୍ୟ ଟାଇବ୍ରେକରକୁ ଯାଇଥିବା ବେଳେ କୋଷ୍ଟ୍ୟୁକ ଏହାକୁ ଜିତି ନେଇଥିଲେ। ଅନ୍ତିମ ତଥା ନିର୍ଣ୍ଣାୟକ ସେଟ୍‌କୁ ଜିତିବା ସହ ଆମେରିକୀୟ ଗଫ୍‌ ବାଜି ମାରି ନେଇଥିଲେ। ସେହିପରି ମହିଳା ବର୍ଗର ଅନ୍ୟତମ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଦ୍ୱିତୀୟ ସିଡ୍‌ ଆରିନା ସାବାଲେଙ୍କା ୬-୨, ୬-୩ ସେଟରେ ବାର୍ବରା କ୍ରେଜିକୋଭାଙ୍କୁ ପରାସ୍ତ କରିଥିଲେ। ସାବାଲେଙ୍କା ପ୍ରଥମ ସର୍ଭରେ ହିଁ ୬୫ ପ୍ରତିଶତ ପଏଣ୍ଟ ଅର୍ଜନ କରିଥିଲେ। ପ୍ରଥମ ସେମିଫାଇନାଲ କୋକୋ ଗଫ ଓ ଆରିନା ସାବାଲେଙ୍କାଙ୍କ ମଧ୍ୟରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ହେବାକୁ ଥିବା ସ୍ବତନ୍ତ୍ର ଅଲମ୍ପିକ୍ସ ସାଇକେଲିଂ ରେସରେ ଭାଗନେବେ ରାମ ବରିହା, ଅର୍ଥ ବାଧକ ସାଜିଥିବାରୁ…

ବଲାଙ୍ଗୀର, ୫।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଇଁନ୍ତଳାସ୍ଥିତ ସ୍ବତନ୍ତ୍ର ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟର ବୌଦ୍ଧିକ ଭିନ୍ନକ୍ଷମ ଛାତ୍ର ରାମ ବରିହା ବିଶ୍ୱସ୍ତରୀୟ ସ୍ବତନ୍ତ୍ର...

ଜିଲାର ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ଶାସନସଚିବଙ୍କୁ ଭେଟିଲେ ବିଧାୟକ

ଗଜପତି,୫।୧(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ସୋମବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ସାକ୍ଷାତ କରି ମୁଖ୍ୟଶାସନ...

ଏମିତି ଗାଁ, ଯେଉଁଠି କେବଳ ଜନ୍ମ ହୁଅନ୍ତି ଯାଆଁଳା ପିଲା

ବିଶ୍ୱର ଅନ୍ୟାନ୍ୟ ଦେଶ ପରି ଭାରତରେ ମଧ୍ୟ ଅନେକ ରହସ୍ୟମୟ ସ୍ଥାନ ଅଛି। ଏଥିମଧ୍ୟରୁ କେରଳର ଏକ ଛୋଟ ଗାଁ କୋଡିନିହି ରହିଛି। ଏହି ଗାଁରେ...

ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କ ବଡ଼ ଘୋଷଣା, କହିଲେ ମୁଁ ମୋର ନିଜସ୍ୱ ଦଳ…

ନୂଆଦିଲ୍ଲୀ,୫।୧: ଭାରତ ରାଷ୍ଟ୍ର ସମିତିର ସଭାପତି କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ଏବଂ ତେଲେଙ୍ଗାନାର ଏମ୍ଏଲସି କବିତା ଆଜି ତେଲେଙ୍ଗାନା ବିଧାନ ପରିଷଦରେ ଏକ ଅତ୍ୟନ୍ତ...

ଟି-୨୦ ବିଶ୍ୱକପ ପରେ ଏହି ୫ ଖେଳାଳି କରିବେ ଅବସର ଘୋଷଣା! ଲିଷ୍ଟରେ ଅଛନ୍ତି ଭାରତର ଏହି ଖେଳାଳି

ନୂଆଦିଲ୍ଲୀ,୫।୧: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ଆଗାମୀ ଟି-୨୦ ବିଶ୍ୱକପ ୨୦୨୬ ଫେବୃଆରୀ ୭ ତାରିଖରେ ଆରମ୍ଭ ହେଉଛି। ଏହି ୨୦ ଦଳର ଟୁର୍ନାମେଣ୍ଟ...

କର୍ମଚାରୀ-ମିଲର ଅସାଧୁ ମେଣ୍ଟ, ଚାଷୀଙ୍କୁ ଶୋଷଣ ଅଭିଯୋଗରେ…

ଭଞ୍ଜନଗର,୫ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ବିଭିନ୍ନ ଧାନମଣ୍ଡିରେ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ବିଭିନ୍ନ ସଂଗଠନ ପକ୍ଷରୁ ସୋମବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର...

ଜନଜାତି ସମ୍ମେଳନ: ପାରମ୍ପରିକ ବାଦ୍ୟଯନ୍ତ୍ରରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ୨ ଦିନିଆ ଜନଜାତି ସମ୍ମେଳନ ଆରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ...

ପ୍ରେମ ସମ୍ପର୍କକୁ ନେଇ ଗାଁରେ ଗୁଳିମାଡ଼ କଲେ ପ୍ରେମିକ, ଫେରାର ହୋଇଯିବା ବେଳେ ଗୋଡ଼ାଇ ଗୋଡ଼ାଇ…

ମୋହନା୫ା୧( ମନ୍ମଥ ମିଶ୍ର ): ପ୍ରେମ ସମ୍ପର୍କକୁ ନେଇ ଯୁବକକୁ ଗୁଳିମାଡ଼ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri