Posted inଖେଳ

ଲକ୍ଷ୍ୟ ପଥରେ ନୀରଜ

ଟୋକିଓ ଅଲିମ୍ପିକ୍‌ ଜାଭେଲିନ୍‌ ଥ୍ରୋ ଚାମ୍ପିୟନ ନୀରଜ ଚୋପ୍ରା ଗତ ସିଜନରେ ତାଙ୍କ ପ୍ରଦର୍ଶନକୁ ନେଇ ସନ୍ତୁଷ୍ଟ ନୁହନ୍ତି। ଗତବର୍ଷ ସେ ବିଶ୍ୱ ଚାମ୍ପିୟନ ହେବା ସହ ହାଙ୍ଗଝୋ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ବଜାୟ ରଖିଥିଲେ। ଡାଇମଣ୍ଡ ଲିଗ୍‌ ଫାଇନାଲ୍ସରେ ନୀରଜ ରୌପ୍ୟ ପଦକ ଜିଣିଥିଲେ। ହାଙ୍ଗ୍‌ଝୋ ଏସୀୟ କ୍ରୀଡ଼ାରେ ସେ ୮୬. ୭୭ମିଟର ଦୂରତା ହାସଲ କରିଥିଲେ। ବୁଦାପେଷ୍ଟ ବିଶ୍ୱ ଆଥଲେଟିକ୍‌ ଚାମ୍ପିୟନଶିପ୍‌ ଜାଭେଲିନ୍‌ ଥ୍ରୋରେ ସେ ୮୮. ୧୭ମିଟର ଦୂରତା ହାସଲ କରି ଚାମ୍ପିୟନ ହୋଇଥିଲେ। ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାରେ କିନ୍ତୁ ୮୮. ୭୭ମିଟର ଦୂରତା ହାସଲ କରିଥିଲେ। ହାଙ୍ଗ୍‌ଝୋରେ ନୀରଜ ପାଇଥିବା ଦୂରତା ମଧ୍ୟ ଉତ୍ସାହଜନକ ନ ଥିଲା। ତାଙ୍କ ଦୂରତା ଥିଲା ୮୬. ୭୭ମିଟର। ଏହା ନୀରଜଙ୍କ ଶ୍ରେଷ୍ଠ ପ୍ରଦର୍ଶନଠାରୁ ବେଶ୍‌ ପଛରେ। ଜୁରିଚ୍‌ ଡାଇମଣ୍ଡ ଲିଗ୍‌ ମିଟ୍‌ରେ ମଧ୍ୟ ନୀରଜ ପୂର୍ଣ୍ଣ ଦକ୍ଷତା ପ୍ରଦର୍ଶନରେ ବିଫଳ ହୋଇଥିଲେ। ତାଙ୍କ ଥ୍ରୋ ଦୂରତା ଥିଲା ୮୫. ୭୧ମିଟର। ସେଠାରେ ସେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ମିଟ୍‌ ଚାମ୍ପିୟନ୍‌ ହୋଇଥିଲେ ଚେକ୍‌ ରିପବ୍ଲିକ୍‌ର ଜାକ୍ୟୁବ୍‌ ଭାଦଲେକ୍‌। ସେ ମଧ୍ୟ ତାଙ୍କ ଶ୍ରେଷ୍ଠ ଦୂରତାରୁ ପଛରେ ରହି ୮୫. ୮୬ମିଟର ହାସଲ କରିଥିଲେ। ଭାରତରେ ନୀରଜଙ୍କର ଜାତୀୟ ରେକର୍ଡ ଥିଲା ୮୯. ୩୦ମିଟର। ଏହାକୁ ସେ ୨୦୨୨ ଷ୍ଟକହାମ୍‌ ଡାଇମଣ୍ଡ ଲିଗ୍‌ରେ ଅତିକ୍ରମ କରିଥିଲେ। ଷ୍ଟକ୍‌ହାମ୍‌ରେ ନୀରଜ କ୍ୟାରିୟରର ସର୍ବାଧିକ ୮୯. ୯୪ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗି ବିଜେତା ହୋଇଥିଲେ। ୯୦ମିଟର ଛୁଇଁବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇପଡ଼ିଛି। ଗତବର୍ଷ ଏହି ଦୂରତା ହାସଲ କରିବେ ବୋଲି ଆଶା କରାଯାଉଥିଲା, ହେଲେ ତାହା ସମ୍ଭବ ହୋଇ ନ ଥିଲା। ୨୦୨୪ସିଜନ୍‌ରେ ଏହା ହାସଲ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ନୀରଜ।

ନୀରଜ ତାଙ୍କ ପ୍ରସ୍ତୁତି ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛନ୍ତି। ଜର୍ମାନୀ ପ୍ରଶିକ୍ଷକ କ୍ଲଜ୍‌ ବାର୍ତ୍ତୋନିଜ୍‌ଙ୍କ ପରାମର୍ଶ ଅନୁସାରେ ସେ ଗତି କରୁଛନ୍ତି। ନୀରଜଙ୍କ ଟାର୍ଗେଟ୍‌ କେବଳ ପ୍ୟାରିସ ଅଲିମ୍ପିକ୍‌। ୨୦୨୪ଡାଇମଣ୍ଡ ଲିଗ୍‌ ପେସାଦାର ସର୍କିଟ୍‌ ମଧ୍ୟ ତାଙ୍କର ଲକ୍ଷ୍ୟ। ନୀରଜ ଜୁନିୟର ବିଶ୍ୱକପ୍‌, ଅଲିମ୍ପିକ୍‌ ଓ ବିଶ୍ୱ ଚାମ୍ପିୟନ ହୋଇ ଗୋଲଡେନ୍‌ ଗ୍ରାଣ୍ଡସ୍ଲାମ୍‌ ହାସଲ କରିବାରେ ଭାରତ ସମେତ ଏସିଆ ମହାଦେଶର ପ୍ରଥମ ଖେଳାଳି। ତଥାପି ପୂର୍ବ ବିଶ୍ୱ ଚାମ୍ପିୟନମାନେ ଯେଉଁ ଦୂରତା ହାସଲ କରିଥିଲେ ତାହା ନିଶ୍ଚିତ ଭାବେ ସ୍ତବ୍ଧକାରୀ। ଜାଭେଲିନ୍‌ ଇଭେଣ୍ଟର ୩ଜଣ ଜଣେ ଜଣେ କିମ୍ବଦନ୍ତୀ ଖେଳାଳି। ଶୀର୍ଷରେ ଅଛନ୍ତି ଜର୍ମାନୀର ଜନାଥନ୍‌ ଭିଟର୍‌। ତାଙ୍କ ଥ୍ରୋ ଦୂରତା ୯୭. ୭୬ମିଟର। ଏହି ବିଶ୍ୱ ରେକର୍ଡ ଅଦ୍ୟାବଧି କାଏମ ରହିଛି। ଜର୍ମାନୀର ଥୋମାସ ରୋଲର ଓ ଫ୍ରାନ୍ସର ଜାନ୍‌ ଜାଲେନୀ ଯଥାକ୍ରମେ ୯୩. ୯୦ମିଟର ଓ ୯୪. ୭୪ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗିବାକୁ ସକ୍ଷମ ହୋଇଥିଲେ। ଥୋମାସ ରୋଲର ୨୦୧୭ ଦୋହା ଡାଇମଣ୍ଡ ଲିଗ୍‌ରେ ୯୩. ୯୦ମିଟର ସହ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଜାନ୍‌ ଜାଲେନୀ ୧୯୯୨ ବାର୍ସେଲୋନା ଅଲିମ୍ପିକ୍‌ରେ ୯୪. ୭୪ମିଟର ଦୂରତା ପାଇ ଚାମ୍ପିୟନ୍‌ ହୋଇଥିଲେ। ନୀରଜ ଭାରତର ମିଶନ ଅଲିମ୍ପିକ୍‌ ସେଲ୍‌ ଅଧୀନରେ ଅଛନ୍ତି। ବଳିଷ୍ଠ ପ୍ରଦର୍ଶନ ପାଇଁ ତାଙ୍କୁ ୨୦୧୮ରେ ଅର୍ଜୁନ ଓ ୨୦୨୨ରେ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି। ନୀରଜଙ୍କର ପ୍ରଶିକ୍ଷକ କ୍ଲଜ୍‌ ବାର୍ତ୍ତୋନିଜ୍‌ ହେଉଛନ୍ତି ଜଣେ ଶରୀର ବିଶେଷଜ୍ଞ। ୨୦୧୯ରେ ଅନ୍ୟତମ ଜର୍ମାନୀ ପ୍ରଶିକ୍ଷକ ୱେ ହନ୍‌ଙ୍କୁ ବିଦାୟ ଦେଇ ବାର୍ତ୍ତୋନିଜ୍‌ଙ୍କୁ ଗ୍ରହଣ କରିଥିଲେ। ୱେ ହନ୍‌ ମଧ୍ୟ ଜଣେ ବିଶ୍ୱ ଶ୍ରେଷ୍ଠ ଜାଭେଲିନ୍‌ ଥ୍ରୋୟର୍‌। ତାଙ୍କ ଅଧୀନରେ ରହି ନୀରଜ ଜୁନିୟର ବିଶ୍ୱକପ୍‌ ଚାମ୍ପିୟନ ହୋଇଥିଲେ। ତେବେ ବାର୍ତୋନିଜ୍‌ ନୀରଜ୍‌ଙ୍କ କ୍ୟାରିୟରର ପ୍ରକୃତ ବିନ୍ଧାଣୀ ସାବ୍ୟସ୍ତ ହୋଇଛନ୍ତି।
(ଶ୍ରୀ ଗୌର କୁଟିର, ବଡ଼ବଜାର,
ବାରିପଦା, ମୟୂରଭଞ୍ଜ)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri