ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ: ଆଜିଠୁ ଯଜ୍ଞ

ପୁରୀ,୧୫ା୧(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ଏବେ ଶ୍ରୀକ୍ଷେତ୍ର ଉତ୍ସବମୁଖର। ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ। ଏଥିଲାଗି ଶ୍ରୀମନ୍ଦିର ଉତ୍ତର-ପୂର୍ବ ଐଶାନ୍ୟ କୋଣରେ ବେଶ୍‌ ନିଷ୍ଠାର ସହ ପୂଜାର୍ଚ୍ଚନା କାର୍ଯ୍ୟ ଜାରି ରହିଛି। ଶୁକ୍ରବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ବ୍ରାହ୍ମଣ ବରଣ କରାଯିବା ପରେ ଅଙ୍କୁରାରୋପଣ ନୀତି ଯଜ୍ଞବେଦି ନିକଟରେ ସମ୍ପନ୍ନ ହୋଇଥିଲା। ଅଙ୍କୁରାରୋପଣ ନୀତି ପରେ ଶନିବାର ବିଧି ବିଧାନ ଅନୁଯାୟୀ ଅଙ୍କୁର ପୂଜନ କରାଯିବା ସହ ମଣ୍ଡଳ କଟାଯାଇଥିଲା। କାର୍ଯ୍ୟକ୍ରମରେ ଗଜପତିଙ୍କ ଦ୍ୱାରା ବରଣ ହୋଇଥିବା ବ୍ରାହ୍ମଣମାନେ ଅଙ୍କୁର ପୂଜନ, ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ୱଜା ସ୍ଥାପନ ଏବଂ ତୋରଣ ସ୍ଥାପନ ଆଦି ପୂଜାବିଧି ସମ୍ପନ୍ନ କରିଥିଲେ। ତେବେ ପରମ୍ପରା ଅନୁଯାୟୀ, ୧୫ ତାରିଖ ଅର୍ଥାତ ସୋମବାରଠାରୁ ଅଖଣ୍ଡ ଦୀପ ସ୍ଥାପନ ସହିତ ଯଜ୍ଞ ବିଧି ଆରମ୍ଭ ହେବ। ସେହିପରି ଶ୍ରୀମନ୍ଦିର ଚାରିଦ୍ୱାରରେ ଋକ୍‌, ସାମ୍‌, ଯଜୁଃ ଏବଂ ଅଥର୍ବ ବେଦ ପାଠ ଆରମ୍ଭ ହେବ। ୧୭ ତାରିଖ ବୁଧବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଯଜ୍ଞର ପୂର୍ଣ୍ଣାହୁତି ହେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ।
କାର୍ଯ୍ୟକ୍ରମ ସମ୍ପର୍କରେ ପଣ୍ଡିତ ବିଶ୍ୱମ୍ବର ଦାଶ ସୂଚନା ଦେଇ କହିଛନ୍ତି, ରବିବାର ଅଙ୍କୁର ରୋପଣର ତୃତୀୟ ଦିବସ। ସକାଳ ପୂଜା ପରେ ଅଙ୍କୁର ପୂଜନ, ଦେବୀ ମଣ୍ଡଳ ଅଧିବାସ, ନୃସିଂହଙ୍କ ମଣ୍ଡଳ ଅଧିବାସ, ଘଟ ଓ ତୋରଣ ଅଧିବାସ ଇତ୍ୟାଦି କରାଯାଇଛି। ସମସ୍ତ ଅଧିବାସ କାର୍ଯ୍ୟ ସମ୍ପନ୍ନ ହେବା ପରେ ସୋମବାର ସକାଳେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇ ଯଜ୍ଞ କାର୍ଯ୍ୟ କରାଯିବ। କଳସ ଅଧିବାସରେ ବିଭିନ୍ନ ଦେବଦେବୀଙ୍କୁ ଅଧିବାସ କରାଯିବ। ସମସ୍ତ କାର୍ଯ୍ୟ ବୈଦିକ ରୀତିନୀତି ଅନୁଯାୟୀ କ୍ରମ ଅନୁସାରେ କରାଯାଉଛି ବୋଲି ଦାଶ କହିଛନ୍ତି। ସେହିପରି ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ କହିଛନ୍ତି, ଗଜପତି ହେଉଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ। ତେଣୁ ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିରର ଯେକୌଣସି କାର୍ଯ୍ୟ ହୋଇଥାଏ ସେଥିରେ ଗଜପତି କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ଗଜପତିଙ୍କ ନାମ ଓ ଗୋତ୍ର ଅନୁଯାୟୀ ବ୍ରାହ୍ମଣମାନେ ସଂକଳ୍ପ କରିଥାନ୍ତି। ଯେହେତୁ ଶ୍ରୀମନ୍ଦିର କାର୍ଯ୍ୟ ହେଉଛି, ତେଣୁ ଗଜପତି ମହାରାଜା କର୍ତ୍ତା ଭାବେ ରାଜଗୁରୁଙ୍କୁ ବରଣ କରିଥିଲେ। ପରେ ରାଜଗୁରୁ ଅନ୍ୟ ବ୍ରାହ୍ମଣମାନଙ୍କୁ ବରଣ କରିଥିଲେ। ଅଙ୍କୁରା ରୋପଣ, ଅଙ୍କୁର ପୂଜନ ସହ ଅନ୍ୟାନ୍ୟ ନୀତି ସମ୍ପନ୍ନ ପରେ ସୋମବାରଠାରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ସୂର୍ଯ୍ୟପୂଜା ପରେ ରାଜଗୁରୁ ଅନ୍ୟ ବ୍ରାହ୍ମଣମାନଙ୍କୁ ଗୁଆ, ନଡ଼ିଆ, ବସ୍ତ୍ର ଦେଇ ବରଣ କରିବେ। ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ। ୧୭ ତାରିଖରେ ଯଜ୍ଞରେ ପୂର୍ଣ୍ଣାହୁତି ଦେବା ପରେ ମଣ୍ଡଳରେ ପୁଷ୍ପାଞ୍ଜଳି ଅର୍ପଣ କରିବେ। ପରେ ଯଜ୍ଞ କାର୍ଯ୍ୟ ସମ୍ପନ୍ନ ହେବ ବୋଲି ରାଜଗୁରୁ ସୂଚନା ଦେଇଛନ୍ତି। ଏହି ଉତ୍ସବରେ ଦେଶ ବିଦେଶ ଓ ବିଭିନ୍ନ ଦେବାଳୟରୁ ୯ ଶହ ଅତିଥି ଯୋଗଦେବାକୁ ଥିବାରୁ ସେ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୧୭ ତାରିଖ ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ ସହ ପ୍ରକଳ୍ପ ଲୋକାର୍ପଣ ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri