କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ଆଶାୟୀ ଅଧିକ, ଅସ୍ତରଙ୍ଗରେ ବହିଲାଣି ରାଜନୈତିକ ହାଓ୍ବା

ପୁରୀ, ୧ ୨।୧ (ପ୍ରଦୀପ୍ତ ଦୀକ୍ଷିତ): ପୁରୀ ଜିଲା କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ଚଳଚଞ୍ଚଳ ହେଲାଣି। ବିଜେଡି, କଂଗ୍ରେସ ଓ ଭାଜପା ୩ ପ୍ରମୁଖ ଦଳ ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ପ୍ରସ୍ତୁତ। ବିଜେଡି ଓ ଭାଜପା ଶିବିରରେ ଟିକେଟ ପାଇବା ଆଶାରେ ଆଶାୟୀମାନେ ଆରମ୍ଭ କରିଦେଇଛନ୍ତି କସରତ। କଂଗ୍ରେସକୁ ତୃଣମୂଳ ସ୍ତରରୁ ସୃଦୃଢ଼ କରିବା ଲାଗି ନେତା ଓ କର୍ମୀ ଲାଗିପଡ଼ିଥିବା ଦେଖିବାକୁ ମିଳୁଛି। ବିଶେଷକରି ଅସ୍ତରଙ୍ଗ ଅଞ୍ଚଳରେ ରାଜନୈତିକ ହାଓ୍ବା ଅଧିକ ବହିଲାଣି।

ଭାଜପାରୁ ଆସି ବିଜେଡିରେ ଯୋଗଦେବା ପରେ ୨୦୧୯ରେ ତୁଷାରକାନ୍ତି ବେହେରା କଂଗ୍ରେସ ପ୍ରାର୍ଥୀ ବିଶ୍ୱଭୂଷଣ ଦାସଙ୍କୁ ହରାଇଥିଲେ। ସେ ଏବେ ମନ୍ତ୍ରୀ ଅଛନ୍ତି। ୨୦୨୪ ନିର୍ବାଚନରେ ବିଜେଡିରୁ କିଏ ଟିକେଟ ପାଇବେ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଲାଣି। ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଶାୟୀଙ୍କ ସଂଖ୍ୟା ବଢ଼ୁଛି। କିନ୍ତୁ ଶୁଣିବାକୁ ମିଳୁଛି କାକଟପୁର ନିର୍ବାଚନମଣ୍ଡଳୀରେ ଅନ୍ତଃକନ୍ଦଳ ଯୋଗୁଁ ବିଜେଡି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି। ଗୋଟେ ପଟେ ବର୍ତ୍ତମାନର ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଥିବାବେଳେ ଅନ୍ୟପଟେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଅଛନ୍ତି। ପୁରୀ ଜିଲା ପରିଷଦ ଉପାଧ୍ୟକ୍ଷ ସ୍ବାଧୀନ କୁମାର ନାୟକ ଓ ମନ୍ତ୍ରୀ ତୁଷାରକାନ୍ତି ବେହେରା ମିଶି କାର୍ଯ୍ୟକ୍ରମ କରୁଥିବା ବେଳେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାୟକ ଓ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକଙ୍କୁ ନେଇ ଚାଲିଛନ୍ତିି। ଗତ ପଞ୍ଚାୟତ ନିର୍ବାଚନରେ ସୁରେନ୍ଦ୍ର ଉଭୟ ଆରତୀ ଓ ଶ୍ରୀଧରଙ୍କୁ ପୂର୍ଣ୍ଣ ସମର୍ଥନ ଦେବାରୁ ଅସ୍ତରଙ୍ଗ ଓ କାକଟପୁର ବ୍ଲକରେ ସେମାନେ ଅଧ୍ୟକ୍ଷା ଓ ଅଧ୍ୟକ୍ଷ ନିର୍ବାଚିତ ହୋଇପାରିଥିଲେ। ଫଳରେ ଏହି ନିର୍ବାଚନମଣ୍ଡଳୀରୁ ସୁରେନ୍ଦ୍ର ଆଗାମୀ ନିର୍ବାଚନରେ ଟିକେଟ ପାଆନ୍ତୁ ବୋଲି ଦୁହେଁ ଚାହିଁବା ସ୍ବାଭାବିକ। ତେବେ ଏଥର ଏଠାରୁ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେବା ପାଇଁ ବହୁକର୍ମୀ ଓ ନେତାଙ୍କ ଭିତରେ ଜୋରସୋର ଆଲୋଚନା ହେଉଥିବା ଦେଖାଯାଉଛି। ଯଦିଓ ମହିଳାଙ୍କ ନାମ ସାମ୍ନାକୁ ଆସିନାହିଁ ତଥାପି ଜଣେ ମହିଳା ଡାକ୍ତରଙ୍କ କଥା ଉଠୁଛି। ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ ବର୍ତ୍ତମାନ ବିଧାୟକ ତୁଷାରକାନ୍ତି ବେହେରାଙ୍କ ମଧ୍ୟରେ ଅନ୍ତଃକନ୍ଦଳ ପଦାରେ ପଡ଼ିଯାଇଥିବାରୁ ଦଳୀୟ ମୁଖିଆ ସେଠାରେ ନୂଆ ଚେହେରା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ଭାଜପାର ଆଶାୟୀଙ୍କ ତାଲିକା ମଧ୍ୟ ଲମ୍ବା ରହିଛି। ପୂର୍ବତନ ବିଧାୟକ ରବି ମଲ୍ଲିକ ଗତ ନିର୍ବାଚନରେ ଭାଜପାରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ଦୀର୍ଘଦିନ ହେବ ନିର୍ବାଚନମଣ୍ଡଳୀରେ କାଁଭାଁ ବୈଠକରେ ଦେଖାଯାଉଛନ୍ତି। ଅନ୍ୟପଟେ ଭାଜପା ନେତା ବାଇଧର ମଲ୍ଲିକ ବହୁଦିନ ହେବ ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲି ବୈଠକ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ସେହିପରି ନିଖିଳ ଓଡ଼ିଶା କୈବର୍ତ୍ତ ମହାସଂଘ ପୁରୀ ଜିଲା ସଭାପତି ତଥା ଅବସରପ୍ରାପ୍ତ ଚକ୍ଷୁ ଚିକିତ୍ସା ସହାୟକ ଜୟନ୍ତ ବେହେରା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ ନିର୍ବାଚନମଣ୍ଡଳୀରେ ଘରକୁ ଘର ବୁଲି ସାଧାରଣ ଜନତା କିଭଳି ଭାବେ ଏହାର ସୁଫଳ ପାଇପାରିବେ ସେ ନେଇ ଜନସଚେତନତା ସୃଷ୍ଟି ଦିଗରେ କାର୍ଯ୍ୟଧାରା ଜାରିରଖିଛନ୍ତି। ଏଥିରୁ ବୁଝିବାକୁ ହେବ ଯେ, ସେଠାରେ ଭାଜପାରେ ମଧ୍ୟ ନେତାଙ୍କ ଭିତରେ ମନୋମାଳିନ୍ୟ ଅଛି। ତୁଳନାତ୍ମକ ଦୃଷ୍ଟିରୁ ଦେଖିଲେ ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଆଶାୟୀଙ୍କଠାରୁ ଭାଜପା ଆଶାୟୀ ଅଧିକ ରହିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ସେପଟେ କଂଗ୍ରେସ ପକ୍ଷରୁ ବିଶ୍ୱଭୂଷଣ ଦାସ ଦଳକୁ ତୃଣମୂଳ ସ୍ତରରୁ ସୃଦୃଢ଼ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ବୋଲି ତାଙ୍କ ସମର୍ଥକ କହୁଛନ୍ତି। କଂଗ୍ରେସ ପକ୍ଷରୁ ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ କାର୍ଯ୍ୟକ୍ରମ ଜାରି ରହିଛି। ନିକଟରେ ତେଲଙ୍ଗାନାରେ କଂଗ୍ରେସ ସରକାର ଗଢ଼ିବା, ଓଡ଼ିଶାରେ ନୂଆ ପ୍ରଭାରୀ ଅଜୟ କୁମାରଙ୍କ ଦାୟିତ୍ୱ ଗ୍ରହଣ ଓ ଆଗକୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଥିବାରୁ କଂଗ୍ରେସ ନେତା ଓ କର୍ମୀ ଉତ୍ସାହିତ ଥିବା ଦେଖାଯାଉଛି। ଏହି ଉତ୍ସାହକୁ ସ୍ଥାନୀୟ ନେତା ଓ କର୍ମୀ କିଭଳି ଉପଯୋଗ କରିପାରିବେ ତାହା ପରେ ଜଣାପଡ଼ିବ। ତେବେ ପ୍ରମୁଖ ତିନି ଦଳରେ କେଉଁମାନେ ପ୍ରାର୍ଥୀ ହେଉଛନ୍ତି ସେମାନଙ୍କ ଉପରେ ନିର୍ବାଚନମଣ୍ଡଳୀର ଭୋଟରଙ୍କ ଆଖି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋର କିଛି ହେଲେ ସ୍ବାମୀ ଓ ବିଧାୟକ ଦାୟୀ’

ଚାନ୍ଦବାଲି,୯ା୫(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ପରିବେଶ ସରଗରମ ଥିବା ବେଳେ ଚାନ୍ଦବାଲିର ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ମାନସୀ...

ଆଜି ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ

ଭୁବନେଶ୍ୱର,୯।୫: ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରୀୟ ନେତୃତ୍ୱ ଓଡିଶାରେ ଡେରା ପକେଇବାରେ ଲାଗିଛନ୍ତି। ରାଜ୍ୟରେ ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ପ୍ରଚାରର ରଙ୍ଗ...

ଆଜି କନ୍ଧମାଳ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୯।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର କନ୍ଧମାଳ ଜିଲା ଗସ୍ତରେ ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ପ୍ରାୟ...

ପଳାଶୁଣି ଫୁଟ ଓଭରବ୍ରିଜ୍‌ ହେଉନି, ଜୀବନ ଯାଉଛି

ଭୁବନେଶ୍ୱର,୯।୫(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀର ପଳାଶୁଣି ଛକ ଦୁର୍ଘଟଣାର ହଟସ୍ପଟ ପାଲଟିଛି। ଫୁଟ୍‌ ଓଭରବ୍ରିଜ୍‌ ନ ଥିବାରୁ ରାସ୍ତା ପାରି ହେବା, ବେପରୁଆ ଗାଡ଼ି ଚାଳନା ଏବଂ ପାର୍କିଂ...

ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ...

କଳାଧାନ ଚାଷ: ଜଳାଭାବ ଯୋଗୁ ଆଶଙ୍କାରେ ଚାଷୀ

ପାରଳାଖେମୁଣ୍ଡି, ୯ା୫ (ଗିରିଧାରୀ ପରିଛା):ଗଜପତି ଜିଲାରେ ମୂଲ୍ୟବାନ କଳାଧାନ ଚାଷ ହେଉଛି। ଏହି କଳା ଧାନ ଚାଷ ଓଡ଼ିଶାର ବରଗଡ ଜିଲା ସମେତ ଅନ୍ୟାନ୍ୟ ଜିଲାରେ...

ଆଇଟିଆଇ ସ୍ଥାପନ କରିବ ‘ଓ୍ବେଷ୍ଟ ଟୁ ଓ୍ବେଲଥ’ ମଡେଲ ବୁଥ୍‌

ବ୍ରହ୍ମପୁର,୯ା୫(ଅଶୋକ କୁମାର ସାହୁ):ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଆସନ୍ତା ୧୩ ତାରିଖରେ ସାଧାରଣ ନିର୍ବାଚନ ମତଦାନ ହେବ । ଭୋଟରଙ୍କୁ ସଚେତନ କରିବା ପାଇଁ ଭିନ୍ନ ମଡେଲ...

ମାଟିର ପୁଅ, ଆମଦାନୀ ନେତାଙ୍କୁ ନେଇ ରାଜନୀତି

ଜଗତ୍‌ସିଂହପୁର, ୯ା୫(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମାଟିର ପୁଅ ଓ ଆମଦାନୀ ନେତାଙ୍କୁ ନେଇ ଆଲୋଚନା ଜୋର ଧରିଛି। ବିଗତ ୨ଟି ନିର୍ବାଚନ କଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri