Posted inଖେଳ

ପ୍ରମାଣ ଅଭାବରୁ ମାମଲା ବନ୍ଦ କଲା ସିବିଆଇ

କେପ୍‌ଟାଉନ,୩ା୧(ପି.ଟି): ୨୦୧୯ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବେଟିଂ ମାମଲାକୁ ପ୍ରମାଣ ଅଭାବରୁ ବନ୍ଦ କରିଛି ସିବିଆଇ। ପାକିସ୍ତାନରୁ ମିଳିଥିବା ତଥ୍ୟ ଆଧାରରେ ମେ’ ୨୦୨୨ରେ ସିବିଆଇ ପକ୍ଷରୁ ଦୁଇଟି ମାମଲା ରୁଜୁ କରାଯାଇଥିଲା। ସିବିଆଇ ପକ୍ଷରୁ ଦିଲ୍ଲୀର ରୋହିଣୀରେ ରହୁଥିବା ଦିଲୀପ କୁମାର ଓ ହାଇଦ୍ରାବାଦର ଗୁରମ ବାସୁ ଓ ଗୁରମ୍‌ ସତୀଶଙ୍କ ନାମରେ ପ୍ରଥମ ମାମଲା ରୁଜୁ କରାଯାଇଥିଲା। ଦ୍ୱିତୀୟ ଏଫ୍‌ଆଇଆର୍‌ରେ ରାଜସ୍ଥାନର ସଜ୍ଜନ ସିଂ, ପ୍ରଭୁଲାଲ ମୀନା, ରାମ ଅବତାର ଓ ଅମିତ କୁମାର ଶର୍ମାଙ୍କ ନାମ ରୁଜୁ କରାଯାଇଥିଲା। ଦୁଇ ବର୍ଷ ଧରି ମାମଲାର ତଦନ୍ତ କରିବା ପରେ ପ୍ରମାଣ ନ ମିଳିବା କାରଣରୁ ମଙ୍ଗଳବାର ମାମଲାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଗତ ଡିସେମ୍ବର ୨୩ରେ ସିବିଆଇ ପକ୍ଷରୁ ଦାଖଲ କରାଯାଇଥିବା ଅନ୍ତିମ ରିପୋର୍ଟରେ ପ୍ରମାଣ ମିଳି ନ ଥିବା ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ମାମଲା ବନ୍ଦ କରାଯିବ କି ନାହିଁ ତାହା କୋର୍ଟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ। ପୂର୍ବରୁ ସିବିଆଇ ପକ୍ଷରୁ ଦାଖଲ କରାଯାଇଥିବା ଏଫ୍‌ଆଇଆରରେ ଅଭିଯୁକ୍ତମାନେ ପାକିସ୍ତାନୀ ନମ୍ବର ବ୍ୟବହାର କରୁଥିବା କହିଥିଲେ। ଏପରି କି ଅନେକ ବେନାମୀ ଆକାଉଣ୍ଟ ଜରିଆରେ ଲକ୍ଷ ଲକ୍ଷ ଟଙ୍କାର ଦେଣନେଣ ହୋଇଥିବା ଏଫ୍‌ଆଇଆରରେ ଉଲ୍ଲେଖ କରାଯାଇଥିଲା। ଦିଲୀପ କୁମାର ଏକାଧିକ ଆକାଉଣ୍ଟ ଜରିଆରେ ୪୩ ଲକ୍ଷ ଟଙ୍କାର ଦେଣନେଣ କରିଥିବା ବେଳେ ଗୁରମ ସତୀଶ ୬ଟି ଆକାଉଣ୍ଟରୁ ୪.୫୫ କୋଟି ଓ ଗୁରମ ବାସୁ ୫.୩୭ କୋଟି ଟଙ୍କାର ହେରଫେର କରିଥିଲେ।

 

 

 


Enter your email to get our daily news in your inbox.

All Right Reserved By Dharitri.Com

ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତିି ଘଟଣା: ଚିଠିକୁ ନେଇ ବଢ଼ୁଛି ଅଡୁଆ

ପୁରୁଷୋତ୍ତମପୁର,୫।୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଘଟିଥିବା ଜମି ଦୁର୍ନୀତି ଘଟଣାର କେବେ ଗୁମର ଫିଟିବ ସେ ନେଇ ଅଞ୍ଚଳବାସୀ ଚାହିଁ ବସିଥିବାବେଳେ...

ଓଡ଼ିଶାରେ ଗର୍ଜିଲା S-400: ଅପରେଶନ ସିନ୍ଦୂରରେ ହଜାଇଥିଲା ପାକିସ୍ତାନ ନିଦ

ଭୁବନେଶ୍ୱର,୫ା୧: ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ସୋମବାର ଏକ ବଡ଼ ସଫଳତା ମିଳିଛି। ଓଡ଼ିଶା ଉପକୂଳସ୍ଥିତ ଅବଦୁଲ କଲାମ ଦ୍ବୀପରୁ ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ୍ S-400...

ମହିଳା ସହକର୍ମୀଙ୍କ ନାବାଳିକା ଝିଅଙ୍କୁ ବଳାତ୍କାର କଲେ ସରକାରୀ କର୍ମଚାରୀ, ଅଶ୍ଳୀଳ ଭିଡିଓ କରି କରୁଥିଲେ…

ଲକ୍ଷ୍ନୌ,୫।୧: ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜଣେ ସରକାରୀ କର୍ମଚାରୀ ତାଙ୍କ ମହିଳା ସହକର୍ମୀଙ୍କ ୧୬ ବର୍ଷୀୟା ଝିଅକୁ ବଳାତ୍କାର କରିଥିବା...

ଆମେରିକାରେ ହେବାକୁ ଥିବା ସ୍ବତନ୍ତ୍ର ଅଲମ୍ପିକ୍ସ ସାଇକେଲିଂ ରେସରେ ଭାଗନେବେ ରାମ ବରିହା, ଅର୍ଥ ବାଧକ ସାଜିଥିବାରୁ…

ବଲାଙ୍ଗୀର, ୫।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସଇଁନ୍ତଳାସ୍ଥିତ ସ୍ବତନ୍ତ୍ର ଭିନ୍ନକ୍ଷମ ଆବାସିକ ବିଦ୍ୟାଳୟର ବୌଦ୍ଧିକ ଭିନ୍ନକ୍ଷମ ଛାତ୍ର ରାମ ବରିହା ବିଶ୍ୱସ୍ତରୀୟ ସ୍ବତନ୍ତ୍ର...

ଜିଲାର ବିଭିନ୍ନ ସମସ୍ୟା ନେଇ ମୁଖ୍ୟ ଶାସନସଚିବଙ୍କୁ ଭେଟିଲେ ବିଧାୟକ

ଗଜପତି,୫।୧(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ସୋମବାର ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କୁ ସାକ୍ଷାତ କରି ମୁଖ୍ୟଶାସନ...

ଲୋକ ଭବନ ଉଦ୍ୟାନକୁ କିଭଳି ଯିବେ ଜାଣନ୍ତୁ…

ଭୁବନେଶ୍ୱର,୫ା୧: ଆସନ୍ତା ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଲାଗି ଲୋକ ଭବନ ଉଦ୍ୟାନ ଖୋଲିବ। ସ୍କୁଲ୍‌ ଛାତ୍ରୀଛାତ୍ରଙ୍କ ପାଇଁ ସକାଳ ୮ଟା ୩୦ରୁ...

ଏମିତି ଗାଁ, ଯେଉଁଠି କେବଳ ଜନ୍ମ ହୁଅନ୍ତି ଯାଆଁଳା ପିଲା

ବିଶ୍ୱର ଅନ୍ୟାନ୍ୟ ଦେଶ ପରି ଭାରତରେ ମଧ୍ୟ ଅନେକ ରହସ୍ୟମୟ ସ୍ଥାନ ଅଛି। ଏଥିମଧ୍ୟରୁ କେରଳର ଏକ ଛୋଟ ଗାଁ କୋଡିନିହି ରହିଛି। ଏହି ଗାଁରେ...

ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କ ବଡ଼ ଘୋଷଣା, କହିଲେ ମୁଁ ମୋର ନିଜସ୍ୱ ଦଳ…

ନୂଆଦିଲ୍ଲୀ,୫।୧: ଭାରତ ରାଷ୍ଟ୍ର ସମିତିର ସଭାପତି କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ଏବଂ ତେଲେଙ୍ଗାନାର ଏମ୍ଏଲସି କବିତା ଆଜି ତେଲେଙ୍ଗାନା ବିଧାନ ପରିଷଦରେ ଏକ ଅତ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri