Posted inଫୁରସତ

କେଏଫ୍‌ସି ଚିକେନ ଥିମ୍‌ରେ ବିବାହ

ବିବାହ ଜୀବନର ଏକ ଅବିସ୍ମରଣୀୟ ମୁହୂର୍ତ୍ତ। ତେଣୁ ଏହାକୁ ଅଭୁଲା କରିବା ଲାଗି ଅନେକେ ଅଜବ ପନ୍ଥା ଆପଣେଇବାକୁ ପଛାଇ ନ ଥାଆନ୍ତି। ଯାହାର ଅନେକ ନଜିର ଦେଖିବାକୁ ମିଳିଛି। ସେମିତି ଏକ ଅଜବ ବିବାହ ସିଙ୍ଗାପୁରରେ ହୋଇଥିଲା। ଏହି ବିବାହ ପ୍ରସିଦ୍ଧ ଚିକେନ ରେଷ୍ଟୁରାଣ୍ଟ ଚେନ୍‌ କେଏଫସି ଉପରେ ଆଧାରିତ ଥିଲା। ସିଙ୍ଗାପୁରର ମହିଳା ଲାଇଙ୍ଗ ଲେ ଓ୍ବଙ୍ଗ କେଏଫ୍‌ସି ପାଇଁ ପାଗଳ ଥିଲେ। ତେଣୁ ସେ ସବୁବେଳେ ଚାହୁଁଥିଲେ ତାଙ୍କ ବିବାହ କେଏଫ୍‌ସି ଥିମ୍‌ରେ ହେଉ। ଏହାବାଦ୍‌ ଏଭଳି ବିବାହ ପଛର ଆଉ ଏକ କାରଣ ଥିଲା ଯେ, ସେ ତାଙ୍କ ଭାବି ସ୍ବାମୀଙ୍କୁ କେଏଫ୍‌ସିରେ ହିଁ ପ୍ରଥମେ ଭେଟିଥିଲେ। ତେଣୁ ଏଇ ବିବାହ କିଭଳି କେଏଫ୍‌ସି ଥିମ୍‌ରେ ହେବ ସେଥିପାଇଁ ସେ କେଏଫ୍‌ସିକୁ ଇ-ମେଲ୍‌ କରିଥିଲେ। କେଏଫ୍‌ସି ଅନୁମତି ମଧ୍ୟ ଦେଇଥିଲା। ଓ୍ବଙ୍ଗ ହ୍ବିଲଚେୟାର୍‌ ଉପରେ ନିର୍ଭରଶୀଳ। ତାଙ୍କର ଏଭଳି ବିବାହ ଯୋଜନା ସମ୍ପର୍କରେ ସ୍ଥାନୀୟ କେଏଫ୍‌ସି ଆଉଟଲେଟ୍‌ ଜାଣିବା ପରେ ଓ୍ବଙ୍ଗଙ୍କ ଖାଦ୍ୟଠୁ ଆରମ୍ଭ କରି ଡେକୋରେସନ୍‌ ପର୍ଯ୍ୟନ୍ତ ୫୦% ରିହାତି କରିଥିଲେ। ବିବାହ ସ୍ଥଳକୁ ପୁରାପୁରି କେଏଫସି ଥିମରେ ସଜାଯାଇଥିଲା। ତା’ସହ ଓ୍ବଙ୍ଗଙ୍କ ହାତରେ ଫୁଲର ବୁକେ ନ ଦିଆଯାଇ ଦିଆଯାଇଥିଲା ଚିକେନ ଲେଗ୍‌ପିସ୍‌ର ବୁକେ। ଭେନ୍ୟୁରେ ଚିକେନ୍‌ ବର୍ଗର ଆକାରର ବିନ୍‌ବ୍ୟାଗ ବି ରଖାଯାଇଥିଲା। ମେନ୍ୟୁରେ ତ କେଏଫ୍‌ସିର ଭଲ ଭଲ ଡିଶ୍‌ ଥିଲା। ଏଭଳି ଅଜବ ବିବାହ ଦେଖି ଅତିଥିମାନେ ଆଶ୍ଚର୍ଯ୍ୟ ହେବା ସହ ବିବାହକୁ ମନଭରି ଉପଭୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ, ବୁଲିବା ପାଇଁ ବେଷ୍ଟ ଯାଗା

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri