ନିଆଁ ସହ ଖେଳୁଛି ତାଲିବାନ: ହାସଲ କରିବାକୁ ଚାହୁଁଛି ଆଣବିକ ବୋମା !…

କାବୁଲ,୨୭।୧୨ : ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଆତଙ୍କବାଦୀମାନେ ବର୍ତ୍ତମାନ ଛୋଟ ଆଣବିକ ବୋମା ହାସଲ କରିବାକୁ ଚାହୁଁଥିବା ପ୍ରଶ୍ନ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଛି। ବାସ୍ତବରେ ଆଫଗାନିସ୍ତାନର ଜଣାଶୁଣା ଖବରଦାତା ସାମି ୟୁସୁଫଜାଇ ଏକ ଟୁଇଟରେ ଦାବି କରିଛନ୍ତି ତାଲିବାନର ଏକ ପ୍ରତିନିଧି ଦଳ ଏକ ଗୁପ୍ତ ଭ୍ରମଣରେ ଉତ୍ତର କୋରିଆ ଯାଇଥିଲେ। ଏଥିରେ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ତଥା କାନ୍ଦାହାରର ପୋଲିସ ମୁଖ୍ୟ ମଧ୍ୟ ସାମିଲ ହୋଇଥିଲେ। ସେ କହିଛନ୍ତି ଏହା ଅତ୍ୟନ୍ତ ଗୁପ୍ତ ପରିଦର୍ଶନ ଥିଲା। ଏହା ବିଷୟରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ। ବର୍ତ୍ତମାନ ପାଶ୍ଚାତ୍ୟ ଦେଶର ଗୁପ୍ତଚର ଏଜେନ୍ସି ତାଲିବାନ ଆତଙ୍କବାଦୀମାନେ ପ୍ରକୃତରେ ଉତ୍ତର କୋରିଆ ଯାଇଛନ୍ତି କି ନାହିଁ ଏବଂ ସେମାନଙ୍କର ଉଦ୍ଦେଶ୍ୟ ଛୋଟ ରଣନୈତିକ ପରମାଣୁ ବୋମା ହାସଲ କରିବା କି ନୁହେଁ ସେନେଇ ତଦନ୍ତ ଜାରି ରଖିଛନ୍ତି।

ସାମି ୟୁସୁଫଜାଇ କହିଛନ୍ତି ତାଲିବାନ ଏହି ଯାତ୍ରାକୁ ଖଣ୍ଡନ କରୁଛି। ଏହି ଯାତ୍ରା ବିଷୟରେ ସେମାନଙ୍କର ପାଖରେ କୌଣସି ସୂଚନା ନାହିଁ ବୋଲି କହୁଛି। ଉତ୍ତର କୋରିଆ ଏବଂ ତାଲିବାନ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଅସାଧାରଣ ଏବଂ ଏହା ପାଶ୍ଚାତ୍ୟ ଦେଶଗୁଡ଼ିକର ଚିନ୍ତା ବଢ଼ାଇଛି। ସେ କହିଛନ୍ତପୂର୍ବ ତାଲିବାନ ଶାସନ ସମୟରେ ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଗଡ଼ରେ ପରିଣତ ହୋଇଥିଲା ଏବଂ ଓସାମା ବିନ ଲାଦେନ ପରି ଆତଙ୍କବାଦୀମାନେ ଅଧିକ ଶକ୍ତିଶାଳୀ ହୋଇଥିଲେ। ସାମି ବିଶ୍ୱକୁ ଚେତାବନୀ ଦେଇଛନ୍ତି ବର୍ତ୍ତମାନର ତାଲିବାନ ଶାସନକୁ ଅଣଦେଖା କରାଯିବା ଉଚିତ ନୁହେଁ।

ଉତ୍ତର କୋରିଆର କ୍ଷେପଣାସ୍ତ୍ର ଏବଂ ଆଣବିକ ପ୍ରଯୁକ୍ତିବିଦ୍ୟା କାରବାରର ଏକ ଦୀର୍ଘ ଇତିହାସ ରହିଛି। ଏହି ଦୁଇଟି ପ୍ରସଙ୍ଗରେ ଉତ୍ତର କୋରିଆ ପାକିସ୍ତାନକୁ ସାହାଯ୍ୟ କରିଛି। ତାଲିବାନ ଆତଙ୍କବାଦୀଙ୍କ ଗସ୍ତ ଦାବି ପାଶ୍ଚାତ୍ୟ ଦେଶମାନଙ୍କୁ ଭୟଭୀତ କରିଛି। ଏହି ସମଗ୍ର ବିଷୟକୁ ଅତି ଗମ୍ଭୀରତାର ସହିତ ନିଆଯାଉଛି ଯାହା ସମଗ୍ର ବିଶ୍ୱ ଉପରେ ବିପଦଜନକ ପ୍ରଭାବ ପକାଇପାରେ । ଆଫଗାନିସ୍ତାନର ପଡୋଶୀ ଦେଶ ପାକିସ୍ତାନ ପାଖରେ ପରମାଣୁ ଅସ୍ତ୍ରଶସ୍ତ୍ର ଅଛି ଏବଂ ଅନେକ ଥର ଧମକ ଦିଆଯାଇଛି ତାଲିବାନ ପାକିସ୍ତାନକୁ ଟିଟିପି ଆତଙ୍କବାଦୀଙ୍କ ଜରିଆରେ ଦଖଲ କରିବାକୁ ଚେଷ୍ଟା କରିପାରେ।

ଏହାପୂର୍ବରୁ ଆଫଗାନିସ୍ତାନର ଆଶରଫ ଘାନି ସରକାରର ଗୁପ୍ତଚର ସଂସ୍ଥାର ମୁଖ୍ୟ ରହମୁତୁଲ୍ଲା ନାବିଲ ଦାବି କରିଥିଲେ ଯେ ତାଲିବାନ ଆତଙ୍କବାଦୀମାନେ ରଣନୈତିକ ଦୃଷ୍ଟିକୋଣରୁ ଆଣବିକ ବୋମା ହାସଲ କରିବାକୁ ଚାହୁଁଛନ୍ତି। ସେ କହିଥିଲେ ଆଫଗାନିସ୍ତାନ ଉପରେ ନିଜର କ୍ଷମତା ଜାହିତ କରିବା ପାଇଁ ତାଲିବାନ ଆତଙ୍କବାଦୀମାନେ ଆଣବିକ ବୋମା ହାସଲ କରିବାର ଉପାୟ ଖୋଜୁଛନ୍ତି। ଆଫଗାନିସ୍ତାନର ଜାତୀୟ ସୁରକ୍ଷା ସେବାର ପୂର୍ବତନ ମୁଖ୍ୟ ନାବିଲ ଦାବି କରିଛନ୍ତି ତାଲିବାନ ଉତ୍ତର କୋରିଆ, ଇରାନ, ଚାଇନା ଏବଂ ରୁଷିଆର ପଥ ଅନୁସରଣ କରିବାକୁ ଚାହୁଁଛି ଯାହା ଦ୍ୱାରା ସେମାନେ ଆଣବିକ ବୋମା ହାସଲ କରି ଏକ ଆଧୁନିକ ସାମରିକ ଶକ୍ତି ହୋଇପାରିବେ।

ତାଲିବାନ ପାକିସ୍ତାନରୁ କିମ୍ବା ଇଞ୍ଜିନିୟରମାନଙ୍କୁ ଟଙ୍କାର ଲୋଭ ଦେଖାଇ ଏହା ହାସଲ କରିବାକୁ ଚାହୁଁଥିବା କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri