ଭିଜିଲାନ୍ସ ଜାଲରେ ଇଡ୍‌କୋ ସିଜିଏମ୍‌

ଭୁବନେଶ୍ୱର,୨୭।୧୨ (ସତ୍ୟଜିତ୍‌ ରାଉତ): ରାଜ୍ୟ ସରକାରଙ୍କ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ଡେଭଲପ୍‌ମେଣ୍ଟ୍‌ କର୍ପୋରେଶନ୍‌(ଇଡ୍‌କୋ)ର ଚିଫ୍‌ ଜେନେରାଲ୍‌ ମ୍ୟାନେଜର୍‌ (ପି ଏଣ୍ଡ୍‌ ଏ) ସରୋଜ କାନ୍ତ ମହାନ୍ତି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ସରୋଜଙ୍କ ଘର ସମେତ ଭୁବନେଶ୍ୱର, କଟକ ଓ ଯାଜପୁର ଜିଲାର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇ ଯାଞ୍ଚ ଚାଲିଛି। ଏହି ସ୍ଥାନଗୁଡିକ ମଧ୍ୟରେ ସରୋଜଙ୍କ ଭୁବନେଶ୍ୱର ଇଡ୍‌କୋ ଟାୱାର୍‌ସ୍ଥିତ ଅଫିସ ଚାମ୍ବର, ନୟାପଲ୍ଲୀ ଆଇଆର୍‌ସି ଭିଲେଜ୍‌ସ୍ଥିତ ସମ୍ପର୍କୀୟଙ୍କ ଘର, ଯାଜପୁର ଜିଲା ଧର୍ମଶାଳା ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମବରଦାସ୍ଥିତ ପୈତୃକ ଘର ଆଦି ରହିଛି। ତେବେ ଯାଞ୍ଚରୁ ବିପୁଳ ସମ୍ପତ୍ତି ଭିଜିଲାନ୍ସ ପାଇଥିବା ସୂଚନା ମିଳିଛି। ତାଙ୍କ ଘରୁ ପୁଳାପୁଳା ସୁନା, ରୁପା ଅଳଙ୍କାର ମିଳିଥିବାବେଳେ ୨ କୋଠା, ୨ ଫ୍ଲାଟ୍‌, ୧୦ ପ୍ଲଟ୍‌, ବ୍ୟାଙ୍କ ଓ ବୀମା ଜମା ଆଦି ବହୁ କୋଟିର ସମ୍ପତ୍ତି ଠୁଳ କରିଥିବା ଜଣାପଡିଛି। ରିପୋର୍ଟ ଲେଖାହେବା ବେଳକୁ ସରୋଜଙ୍କ କଟକ ନୟାବଜାର ମହାନଦୀ ବିହାରସ୍ଥିତ ୬୨୦୦ ବର୍ଗଫୁଟରେ ଏକ ୩ ମହଲା କୋଠା, ଧର୍ମଶାଳା ବ୍ରହ୍ମବରଦାରେ ଏକ ଦୁଇ ମହଲା କୋଠା, ଭୁବନେଶ୍ୱର ଶୈଳଶ୍ରୀବିହାରସ୍ଥିତ ଅମ୍ରିତା ଆଳୟମ୍‌ ଆପାର୍ଟମେଣ୍ଟରେ ଏକ ୩ ବିଏଚ୍‌କେ ଫ୍ଲାଟ୍‌, କଟକ ବାରଙ୍ଗ ପାଟପୁରସ୍ଥିତ ମେଟ୍ରୋ ଗ୍ରୀନ୍‌ ଉଡ୍‌ସ ଆପାର୍ଟମେଣ୍ଟ୍‌ରେ ଏକ ୩ ବିଏଚ୍‌କେ ଫ୍ଲାଟ ଠାବ ହୋଇଛି। ସେହିପରି କଟକ, ଭୁବନେଶ୍ୱର ମୁଖ୍ୟ ଅଞ୍ଚଳରେ ୭ ପ୍ଲଟ୍‌ ସମେତ ମୋଟ ୧୦ଟି ପ୍ଲଟ୍‌ ଥିବା ଭିଜିଲାନ୍ସ ଟିମ୍‌ ଜାଣିବାକୁ ପାଇଛି। ପ୍ଲଟ୍‌, କୋଠା ଓ ଫ୍ଲାଟ୍‌ଗୁଡ଼ିକର ପ୍ରକୃତ ମୂଲ୍ୟ ଜାଣିବାକୁ ଭିଜିଲାନ୍ସ ଟେକ୍ନିକାଲ୍‌ ଟିମ୍‌ ଯାଞ୍ଚ ଜାରି ରଖିଛି। ସେହିପରି ସରୋଜଙ୍କ ଘରୁ ସୁନା ଅଳଙ୍କାର ୭୦୩.୩୮ ଗ୍ରାମ, ୮୬୯ ଗ୍ରାମର ରୁପା ଅଳଙ୍କାର, ବ୍ୟାଙ୍କ, ଜୀବନବୀମା ଓ ପୋଷ୍ଟାଲ ଜମା ୭୦.୫୫ ଲକ୍ଷ ଏବଂ ୨୦.୮୮ ଲକ୍ଷର ଗୋଟିଏ ଚାରି ଚକିଆ ଯାନ ଓ ଦୁଇଟି ଦୁଇ ଚକିଆ ଯାନ ଏବଂ ନଗଦ ଟଙ୍କା ଠାବ ହୋଇଛି। ସରୋଜଙ୍କୁ ଏ ସଂକ୍ରାନ୍ତରେ ଅଧିକ ପଚରାଉଚରା କରାଯାଉଛି। ଚଢ଼ାଉ ଓ ଯାଞ୍ଚ ସରିବା ପରେ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମିଳିଥିବା ସମ୍ପତ୍ତିରୁ କେତେ ଆୟବହିର୍ଭୂତ ବା ସରୋଜ ସରକାରୀ କ୍ଷମତାର ଦୁରୁପଯୋଗ କରି ବେଆଇନ ଭାବେ ଠୁଳ କରିଛନ୍ତି, ତାହା ହିସାବ ପରେ ଜଣାପଡିବ ବୋଲି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ହେଉଥିବା ଏହି ଚଢ଼ାଉରେ ଭିଜିଲାନ୍ସର ୭ଟି ଟିମ୍‌ରେ ୧୦ଜଣ ଡିଏସ୍‌ପି, ୬ ଇନ୍ସପେକ୍ଟରଙ୍କ ସମେତ ବହୁ କର୍ମଚାରୀ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri