ବନ ବିଭାଗର ତଥ୍ୟ ଖୋଲିଲା ଗୁମର

ନୟାଗଡ଼,୧୭।୧୨(ଲୋକନାଥ ମିଶ୍ର)ନୟାଗଡ଼ ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣ ଓ ପୁରୁଣା କ୍ୱାର୍ଟର୍ସ ମରାମତିରେ ଅନିୟମିତତା ଅଭିଯୋଗ ଆସିବା ପରେ ଏହାର ତଦନ୍ତ ନ ହୋଇ ପ୍ରସଙ୍ଗକୁ ଚାପି ଦେବାକୁ ଚେଷ୍ଟା ଚାଲିଛି। ତେବେ ବନବିଭାଗରୁ ଡିଏଫ୍‌ଓଙ୍କ କ୍ୱାର୍ଟର୍ସକୁ ନେଇ ମିଳିଥିବା ଆରଟିଆଇ ତଥ୍ୟ ଏହି ଅନିୟମିତତାର ଗୁମରକୁ ପଦାରେ ପକାଇଛି ା ଏହାକୁ ନେଇ ଡିଏଫ୍‌ଓଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ଲଗାଇଛି । ପର୍ବତ ୨ କିସମରେ ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣ ହେବା ବେଆଇନ ହୋଇଥିଲେ ହେଁ ଆଇନକୁ ଦଳି ଚକଟି କ୍ୱାର୍ଟର୍ସ ନିର୍ମାଣ ହୋଇଛି । ପୁଣି କ୍ୱାର୍ଟର୍ସ ନିର୍ମାଣ ପାଇଁ ନୟାଗଡ଼ ତହସିଲଦାରଙ୍କ ଠାରୁ ଅନୁମତି ନିଆଯାଇନାହିଁ । ଅନ୍ୟପକ୍ଷେ ଡିଏଫ୍‌ଓଙ୍କ ପୁରୁଣା କ୍ୱାର୍ଟର୍ସକୁ ବିପଦସଙ୍କୁଳ ଘୋଷଣା ପରେ ବି ସରକାରୀ ଅନୁଦାନ ଖର୍ଚ୍ଚ ହୋଇଛି ।
ଆରଟିଆଇରେ ମିଳିଥିବା ତଥ୍ୟ କହୁଛି, ୧୫।୯।୨୦୨୨ରେ ଡିଏଫ୍‌ଓଙ୍କ ପୁରୁଣା କ୍ୱାର୍ଟର୍ସକୁ ପୂର୍ତ୍ତ ବିଭାଗର ସୁପରିଟେଣ୍ଡଣ୍ଟ ଇଞ୍ଜିନିୟର(ଏସସି) ବିପଦସଙ୍କୁଳ ଘୋଷଣା କରିଛନ୍ତି । ତେବେ ଡିଏଫ୍‌ଓଙ୍କ ପୁରୁଣା କ୍ୱାର୍ଟର୍ସରେ ୨୦୧୯ ଜାନୁୟାରୀରୁ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ମରାମତି ବାବଦକୁ ୧୧ ଲକ୍ଷ ୮୭୮ ହଜାର ୫୪୫ ଟଙ୍କା ଖର୍ଚ୍ଚ ହୋଇଛି । ଯଦି ନୂଆ କ୍ୱାର୍ଟର୍ସ ନିର୍ମାଣ କରିବାର ଥିଲା ତେବେ ପରିତ୍ୟକ୍ତ କ୍ୱାର୍ଟର୍ସରେ ୧୧ ଲକ୍ଷ ୭୮ ହଜାର ୮୪୫ ଟଙ୍କା କାହିଁକି ଖର୍ଚ୍ଚ କରାଗଲା । ନୟାଗଡ଼ ବନଖଣ୍ଡରେ ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣ ଓ ପୁରୁଣା କ୍ୱାର୍ଟର୍ସ ମରାମତିରେ ପ୍ରାୟ ୬୫ ଲକ୍ଷ ଖର୍ଚ୍ଚ ପରେ ବି ଜିଲା ପ୍ରଶାସନ ପକ୍ଷରୁ ଅନିୟମିତତା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରି ଡିଏଫ୍‌ଓଙ୍କୁ ଅନୁକମ୍ପା ପ୍ରଦର୍ଶନ ସାଧାରଣରେ ଅସନ୍ତୋଷ ଓ ଉଦ୍‌ବେଗ ସୃଷ୍ଟି କରିଛି ।
ଅଭିଯୋଗ ଅନୁଯାୟୀ, ନୟାଗଡ଼ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପୂର୍ବରୁ ଖାତା ନଂ.୧୨୫୯, ପ୍ଲଟ ନଂ.୫୮୫ ରେ ବନବିଭାଗର ଏକ ନର୍ସରୀ ରହିଥିଲା । ନର୍ସରୀଟି ୫୧ ଡେସିମିଲ ଜମିରେ ଥିଲା । ନର୍ସରୀକୁ ବାରପଲ୍ଲା ସ୍ଥାନାନ୍ତରିତ କରାଇ ସଂପୃକ୍ତ ଜମି ଉପରେ ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣ ହୋଇଥିଲା । ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସରେ ୫୩ ଲକ୍ଷ ଖର୍ଚ୍ଚ ହୋଇଛି। ପୁରୁଣା କ୍ୱାର୍ଟର୍ସ ବିପଦସଙ୍କୁଳ ହେବା ପରେ ବିପଦସଙ୍କୁଳ ଘୋଷଣା କରାଯାଇ ନୂଆ କ୍ୱାର୍ଟର୍ସ ନିର୍ମାଣ ହୋଇଛି । ପୁଣି ନୂଆ କ୍ୱାର୍ଟର୍ସ ନିର୍ମାଣରେ ୫୩ ଲକ୍ଷ ଖର୍ଚ୍ଚ ପରେବି ଟେଣ୍ଡର ନ ହୋଇ ଡିପାର୍ଟମେଣ୍ଟାଲି କାମ ହୋଇଛି । ଡିପାର୍ଟମେଣ୍ଟାଲି କାମ, କ୍ୱାର୍ଟର୍ସ ନିର୍ମାଣ ଓ ପୁରୁଣା କ୍ୱାର୍ଟର୍ସ ମରାମତି କାମ ସରକାରୀ ନୀତି ନିୟମ ଭିତ୍ତିରେ ହୋଇଛି ବୋଲିି ଗତ ଅକ୍ଟୋବର ମାସରେ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ ଧରିତ୍ରୀକୁ କହିଥିଲେ। ଯଦି ଡିଏଫ୍‌ଓଙ୍କ ସୂଚନା ଅନୁସାରେ ଅନିୟମିତତା ହୋଇନି ତେବେ ନୂଆ ଡିଏଫ୍‌ଓଙ୍କ କ୍ୱାର୍ଟର୍ସ ନିର୍ମାଣ ପାଇଁ କାହିଁକି ତହସିଲଦାରଙ୍କ ଅନୁମତି ନିଆଯାଇନି। ପୁରୁଣା କ୍ୱାର୍ଟର୍ସରେ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ପରେ କିପରି ବିପଦସଙ୍କୁଳ ଘୋଷଣା ହେଲା ତାହା ସନ୍ଦେହ ଘେରରେ। ଡିଏଫ୍‌ଓଙ୍କ ପୁରୁଣା କ୍ୱାର୍ଟର୍ସକୁ ପୂର୍ତ୍ତ ବିଭାଗର ସୁପରିଟେଣ୍ଡିଂ ଇଞ୍ଜିନିୟର (ଏସସି) ବିପଦସଙ୍କୁଳ ଘୋଷଣା ସନ୍ଦେହ ଘେରକୁ ଆସିଛି। ଡିଏଫ୍‌ଓଙ୍କ ପୁରୁଣା କ୍ୱାର୍ଟର୍ସ ଯାଞ୍ଚ କରାଗଲେ ବିପଦସଙ୍କୁଳ ଘଟଣାର ରହସ୍ୟ ଉନ୍ମୋଚନ ହେବବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri