Posted inଖେଳ

ରୋନାଲ୍ଡୋ ବିଶ୍ୱର ଶ୍ରେଷ୍ଠ, କ୍ରିକେଟ୍‌ରେ କୋହଲି

ନୂଆଦିଲ୍ଲୀ,୧୩ା୧୨: ଗୁଗଲ ପକ୍ଷରୁ ସର୍ବାଧିକ ସର୍ଚ୍ଚ କରାଯାଇଥବା ଖେଳାଳିଙ୍କ ଏକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। କ୍ରିକେଟରଙ୍କ ମଧ୍ୟରେ ବିରାଟ କୋହଲି ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ବିଶ୍ୱରେ ସବୁଠାରୁ ଅଧିକ ଖୋଜା ଯାଇଥିବା ଆଥଲେଟଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ। ମଙ୍ଗଳବାର ବିଗତ ୨୫ ବର୍ଷ ମଧ୍ୟରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଖେଳାଳିଙ୍କ ତାଲିକାର ଏକ ଭିଡିଓ ଗୁଗଲ ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲା। ଗୁଗଲରେ କ୍ରିକେଟ ଓ କ୍ରିକେଟରଙ୍କ ସମ୍ପର୍କିତ ସର୍ଚ୍ଚରେ ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି। ତେବେ ବିଶ୍ୱରେ ସର୍ବାଧିକ ଖୋଜା ଯାଇଥିବା ଆଥଲେଟଙ୍କ ମଧ୍ୟରେ କିଙ୍ଗ କୋହଲି ପ୍ରଥମ ସ୍ଥାନରେ ନାହାନ୍ତି। ପର୍ତ୍ତୁଗାଲ ଫୁଟବଲ ଦଳର ଅଧିନାୟକ ତଥା ପୂର୍ବତନ ରିୟଲ ମାଡ୍ରିଡ ଓ ମାଞ୍ଚେଷ୍ଟର ୟୁନାଇଟେଡ୍‌ ଫରଓ୍ବାର୍ଡ କ୍ରିଷ୍ଟିଆନୋ ରୋନାଲ୍ଡୋ ପ୍ରଥମ ସ୍ଥାନରେ ରହିଛନ୍ତି। ତେବେ ରୋନାଲ୍ଡୋ କେବଳ ପ୍ରଥମ ସ୍ଥାନରେ ଅଛନ୍ତି ତାହା ନୁହେଁ ବରଂ ସେ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଲିଓନେଲ ମେସିଙ୍କୁ ପଛରେ ପକାଇଛନ୍ତି। ରୋନାଲ୍ଡୋଙ୍କୁ ୧୯୯.୪ ମିଲିୟନ ଲୋକ ସର୍ଚ୍ଚ କରିଛନ୍ତି। ଏପରିକି ସ୍ବୟଂ କୋହଲି ମଧ୍ୟ ଅନେକ ସାକ୍ଷାତକାରରେ ନିଜକୁ ରୋନାଲ୍ଡୋଙ୍କ ଫ୍ୟାନ୍‌ ଭାବରେ ନିଜକୁ ବର୍ଣ୍ଣନା କରିଛନ୍ତି। କୋହଲି କ୍ରିକେଟରଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ବିଶ୍ୱର ମୋଷ୍ଟ ସର୍ଚ୍ଚଡ୍‌ ଆଥଲେଟଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛନ୍ତି। ସମଗ୍ର ବିଶ୍ୱରେ କୋହଲିଙ୍କୁ ୬୮ ମିଲିୟନ ଲୋକ ସର୍ଚ୍ଚ କରିଛନ୍ତି। ଗୁଗଲ ପକ୍ଷରୁ ଜାରି କରାଯାଇଥିବା ତାଲିକା ଅନୁସାରେ ଫୁଟବଲ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଖେଳ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ମୋଡରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

ହାତୀ, ବାର୍‌ହାଙ୍କ ଉତ୍ପାତ: ଉଜାଡିଲେଣି ୬୪ ଏକର

ବେଗୁନିଆ,୨୯।୧୨(ହରପ୍ରସନ୍ନ ପଣ୍ଡା): ଚଳିତ ଖରିଫ ଋତୁରେ ଏବେ କ୍ଷେତରୁ ଧାନ ଫସଲ ଅମଳ ଜାରି ରହିଛି। ଏଥିସହ ଜମିରେ ରବି ଫସଲ ବୁଣାଯାଇଛି। ଅପରପକ୍ଷେ ପନିପରିବା,...

ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ...

ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ, ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍

କଟକ: ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ମତଭେଦ ଦେଖାଯାଉଥିବା ବେଳେ ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ ଦେଖାଯାଇଛି । BYJD(ବିଜୁ ଯୁବା...

ଉନ୍ନାଓ ଗଣବଳାତ୍କାର ମାମଲା: ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୨: ଦିଲ୍ଲୀ ହାଇକୋର୍ଟ ସମ୍ପ୍ରତି ଉନ୍ନାଓ ବଳାତ୍କାର ମାମଲାରେ ଅଭିଯୁକ୍ତ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗାରଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟ ସେଙ୍ଗାରଙ୍କ...

Children born on Ekadashi: ଏକାଦଶୀରେ ଜନ୍ମ ହୋଇଥିବା ପିଲାମାନେ ବହୁତ ସ୍ୱତନ୍ତ୍ର, ଏହି ଗୁଣ…

ଧାର୍ମିକ ଦୃଷ୍ଟିକୋଣରୁ ୨୦୨୫ ବର୍ଷର ଶେଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଡିସେମ୍ବର ୩୦ ତାରିଖରେ ବର୍ଷର ଶେଷ ପୁତ୍ରଦା ଏକାଦଶୀ ପାଳନ କରାଯିବ।...

ପିସିଆର ଭ୍ୟାନରେ ନାହିଁ ପ୍ରଦୂଷଣ ସାର୍ଟିଫିକେଟ୍‌, ମନଇଚ୍ଛା କରୁଛି ଯାତାୟାତ, ଲୋକେ କହିଲେ ଆମର ଚାଲାଣ କଟିଲେ…

ଭୁବନେଶ୍ୱର,୨୯।୧୨(ତ୍ରିନାଥ ମହାନ୍ତି): ଆଇନ ସମସ୍ତଙ୍କ ପାଇଁ ସମାନ। ସେ ଅଧିକାରୀ ହୁଅନ୍ତୁ ବା ସାଧାରଣ ଲୋକ। ଏବେ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ(ପିୟୁସି) ସାର୍ଟିଫିକେଟ ସବୁ ଗାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri