Posted inଫୁରସତ

ଗୁପ୍‌ଚୁପ୍‌ ବିକାଳି କହିଲେ ନିଜର ଗୋଟିଏ ଦିନର ରୋଜଗାର, ଚାକିରିଆଙ୍କୁ ବି ପକାଇଲେ ପଛରେ

ରାସ୍ତାକଡ଼ରେ ଗୁପ୍‌ଚୁପ୍‌ ବିକାଳିଙ୍କୁ ଦେଖିଥିବେ ନିଶ୍ଚିତ। ଏକ ଠେଲାରେ କିଛି ଗୁପ୍‌ଚୁପ୍‌ ଧରି ସେମାନେ ଗରାଖଙ୍କ ବାଟକୁ ଚାହିଁ ରହିଥାନ୍ତି। କେବେ ଭାବିଛନ୍ତି ଏହି ଗୁପ୍‌ଚୁପ୍‌ ବିକୁଥିବା ବ୍ୟକ୍ତିଙ୍କ ଦିନକର ରୋଜଗାର କେତେ? ଜଣେ ଚାକରିଆଙ୍କଠାରୁ ବି ଅଧିକ। ଏହା ଶୁଣିବା ପରେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ।

 

 

View this post on Instagram

 

A post shared by Vijay (@vijay_vox_)

ସାଧାରଣତଃ ଘରୋଇ କମ୍ପାନୀଗୁଡ଼ିକରେ ପ୍ରବେଶ ସ୍ତର କିମ୍ବା ମଧ୍ୟମ ସ୍ତରରେ କାର୍ଯ୍ୟ କରୁଥିବା ଲୋକଙ୍କ ମାସିକ ଦରମା ଏତେ କମ୍‌ ଯେ ସେମାନେ ସଠିକ ଭାବରେ ବଞ୍ଚିବାକୁ ମଧ୍ୟ ସକ୍ଷମ ନୁହନ୍ତି। ଜଣେ ଗୁପ୍‌ଚୁପ୍‌ ବିକାଳି ତାଙ୍କ ଦିନକର ରୋଜଗାର ବିଷୟରେ ସୋସିଆଲ ମିଡିଆରେ କହିଛନ୍ତି। ଯାହା ଏବେ ଭାଇରାଲ ହେଉଛି। vijay_vox_andcollege_arena_ ନାମକ ଏକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏଥିରେ ଗୁପ୍‌ଚୁପ୍‌ ବିକାଳି ତାଙ୍କ ଦିନକର ରୋଜଗାର ବିଷୟରେ କହୁଛନ୍ତି।

ସେ କହିଛନ୍ତି, ଗୁପ୍‌ଚୁପ୍‌ରୁ ତାଙ୍କର ଦିନକୁ ଲାଭ ୨୫୦୦ ଟଙ୍କା। ଅର୍ଥାତ୍‌ ସେ ମାସକୁ ୭୫୦୦୦ ଟଙ୍କା ରୋଜଗାର କରୁଛନ୍ତି। ଆଜିର ସମୟରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ଲୋକେ ମାତ୍ର ୨୦୦୦୦ରୁ ୨୫୦୦୦ ଟଙ୍କା ରୋଜଗାର କରୁଥିବା ବେଳେ ମଧ୍ୟମ ସ୍ତରରେ ଲୋକମାନେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବାରେ ବି ସକ୍ଷମ ନୁହନ୍ତି।

ଏହି ଭିଡିଓଟି ୪ କୋଟିରୁ ଅଧିକ ଲୋକ ଦେଖିଥିବା ବେଳେ ଅନେକ ଲୋକ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି, ସେ କରିଥିବା ପରିଶ୍ରମ ପାଇଁ ଟଙ୍କା ମୂଲ୍ୟବାନ ଅଟେ। ଆଉ ଜଣେ କହିଛନ୍ତି, ତାଙ୍କ ଆୟକୁ ଖୋଲାଖୋଲି ଭାବରେ ପ୍ରକାଶ କରିବା ଭୁଲ୍‌, ଯଦି କେହି ତାଙ୍କୁ ଲୁଟିବାକୁ ଆସନ୍ତି! ସେହିପରି ଆଉ ଜଣେ କହିଛନ୍ତି, ସେ ଅନାବଶ୍ୟକ ଭାବରେ ଏମ୍‌ବିଏ କରିଛନ୍ତି। ଅନ୍ୟ ଜଣେ କହିଛନ୍ତି, ପାଠପଢ଼ାରେ କିଛି ଲାଭ ନାହିଁ, ସେ ମଧ୍ୟ ବର୍ତ୍ତମାନ ଗୁପ୍‌ଚୁପ୍‌ ବିକ୍ରି କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri