ବର୍ଷାରେ ଭିଜିଲା ମାଣ୍ଡିଆ ଫସଲ

ଭବାନୀପାଟଣା,୧୦।୧୨(ଉତ୍ତମ କୁମାର ଦାଶ)ଧାନଚାଷ ପରି ବର୍ଷାରେ ଭିଜିଯାଇଛି ମାଣ୍ଡିଆ ଫସଲ। ନଷ୍ଟ ହେବାର ଆଶଙ୍କା ଥିବାରୁ କଳାହାଣ୍ଡି ଜିଲାରେ ମାଣ୍ଡିଆ ଚାଷ କରିଥିବା ଚାଷୀ ଚିନ୍ତିତ ହୋଇପଡ଼ିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ପାହାଡିଆ ଅଞ୍ଚଳରେ ହୋଇଥିବା ଚାଷ ବେଶ ପ୍ରଭାବିତ ହେଇଛି। ବିଶେଷକରି ପାହାଡିଆ ଅଞ୍ଚଳରେ ହେଉଥିବା ମାଣ୍ଡିଆ, କୋଶଲା, ସୋରିଷ, ଅଳସୀ, କାଙ୍ଗୁ, କାନ୍ଦୁଲ ଭଳି ବିଭିନ୍ନ ଖାଦ୍ୟ ଏବଂ ଡାଲି ଜାତୀୟ ଶସ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। ସରକାର ଏବେ ମାଣ୍ଡିଆ ଚାଷ ଉପରେ ବେଶି ଗୁରୁତ୍ୱ ଦେଉଥିବାରୁ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଚାଷୀମାନେ ଭଲ ବିକ୍ରି ହେବା ଆଶାରେ ପ୍ରାୟ ୮୨୪୫ ହେକ୍ଟର ଜାଗାରେ ମାଣ୍ଡିଆ ଚାଷ କରିଥିଲେ। କିନ୍ତୁ ଅଦିନିଆ ବର୍ଷାରେ ଭିଜି ଏହି ଚାଷ ସବୁ ନଷ୍ଟ ହେବାରେ ଲାଗିଲାଣି। ଥୁଆମୂଳ ରାମପୁର ବ୍ଲକର କୋଷାବରା ଅଞ୍ଚଳରେ ଏହାର ପ୍ରଭାବ ବେଶୀ ଦେଖିବାକୁ ମିଳିଛି। ଜଙ୍ଗଲୀ ଜନ୍ତୁ ଓ ଗୋରୁଙ୍କଠାରୁ ଚାଷକୁ ବଞ୍ଚାଇବାକୁ ଯାଇ ଚାଷୀ ମାସ ମାସ ଧରି ଜଙ୍ଗଲ ପାହାଡ଼ ଉପରେ ଜଗି ବସୁଥିଲେ। ଯେଉଁ ଚାଷକୁ ଏତେ କଷ୍ଟରେ ବଞ୍ଚାଇ ରଖିଥିଲେ ଆଜି ସେହି ଫସଲ ଉଜୁଡି ଯାଇଛି। ପୂର୍ବରୁ ସୂଚନା ପାଇ ଫସଲ କାଟି ଅମଳ କରିବାକୁ ଉଦ୍ୟମ କରୁଥିବାବେଳେ ଖଳାରେ ଭିଜି ନଷ୍ଟ ହେବାକୁ ବସିଲାଣି। ଅନେକ ଚାଷୀଙ୍କ ବର୍ଷକର ଅମଳ ଉଜୁଡ଼ି ଯାଇଥିବାରୁ ସେମାନେ ଭାଙ୍ଗିପଡ଼ିଛନ୍ତି। ଏସବୁ ଫସଲରୁ ଉତ୍ପନ୍ନ ଖାଦ୍ୟ ଏହି ଅଞ୍ଚଳର ଲୋକଙ୍କ ପେଟକୁ ଆହାର ଯୋଗାଉଥିବାବେଳେ କଣ ଖାଇବେ ଭାବି ହେଉଛନ୍ତି। ଏହି ଫସଲ ମଧ୍ୟ ରୋଜଗାରର ମାଧ୍ୟମ ହୋଇଥିବାବେଳେ ଏହା ନଷ୍ଟ ହେବା ପରେ ଚଳିବେ କେମିତି ବୋଲି କେତେଜଣ ଚାଷୀ କହିଛନ୍ତି। ପ୍ରଶାସନ କେବଳ ଧାନ ଚାଷ କରୁଥିବା ଚାଷୀଙ୍କୁ ଗୁରୁତ୍ୱ ନ ଦେଇ ବରଂ ଏହି ପାହାଡ ଅଞ୍ଚଳରେ ହେଉଥିବା ମାଣ୍ଡିଆ, ଡାଲି ଜାତୀୟ ଶସ୍ୟ ଚାଷ କରୁଥିବା ଚାଷୀମାନଙ୍କ ଉପରେ ନଜର ଦେବା ପାଇଁ ଦାବି କରିଛନ୍ତି ଅନେକ ଚାଷୀ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

ଟସ୍‌ ଜିତିଲା ଭାରତ: ସୂର୍ଯ୍ୟକୁମାରଙ୍କୁ ମିଳିଲା ବଡ଼…

ଚଣ୍ଡିଗଡ,୧୧।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri