Posted inଖେଳ

ଶହୀଦ ସ୍ପୋର୍ଟିଂ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର : ରାଜେଶ, ପ୍ରିୟଙ୍କା ପୁରସ୍କୃତ

ଭୁବନେଶ୍ୱର, ୧୧।୮(ସ୍ପୋଟର୍‌ସ ବ୍ୟୁରୋ): ଜଣାଶୁଣା କ୍ରିକେଟ କ୍ଲବ ଶହୀଦ ସ୍ପୋର୍ଟିଂ ଆନୁକୂଲ୍ୟରେ ରବିବାର ବାର୍ଷିକ କ୍ରୀଡ଼ା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି। ରାଜ୍ୟର ଦୁଇ ସଫଳ କ୍ରିକେଟର ରାଜେଶ ମହନ୍ତି ଓ ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁଙ୍କୁ ଶହୀଦ ସ୍ପୋଟର୍ିଂ- ମାରୁତି ଇଷ୍ଟେଟ ଇଣ୍ଡିଆ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୮-୧୯ ସିଜନରେ ରଣଜୀ ଟ୍ରଫିରେ ସଫଳ ପ୍ରଦର୍ଶନ କରିଥିବା ରାଜେଶଙ୍କୁ ୨୭ତମ କ୍ରିକେଟ ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ରାଜେଶ ମହାନ୍ତ ଦୁଲୀପ ଟ୍ରଫି ଖେଳିବାକୁ ଯାଇଥିବାରୁ ଉତ୍ସବରେ ଅନୁପସ୍ଥିତ ରହିଥିଲେ। ତାଙ୍କ ପାଇଁ ଅନ୍ୟତମ କ୍ରିକେଟର ଦୀପକ ମଙ୍ଗରାଜ ଏହି ପୁରସ୍କାର ଗ୍ରହଣ କରିଥିଲେ। ସେହିପରି ଗତ ସିଜନରେ ସଫଳ ପ୍ରଦର୍ଶନ ପାଇଁ ପ୍ରିୟଙ୍କାଙ୍କୁ ଷଷ୍ଠ ମହିଳା କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ବାବଦରେ ସ୍ବତନ୍ତ୍ର ଟଫି ସହ ବ୍ଲେଜର ଓ ୩୧ ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା। କ୍ଲବ ସମ୍ପାଦକ ପଙ୍କଜ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସେହିପରି କ୍ରୀଡ଼ା ପୁରସ୍କାର ପ୍ରାୟୋଜକ ମାରୁତି ଇଷ୍ଟେଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ସାମାରୋହକୁ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର ସଂଯୋଜନା କରିଥିଲେ।
ରାଜ୍ୟର କ୍ରିକେଟ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପ୍ରଦାନ କରାଯାଇ ଆସୁଥିବା ଏହି ଏକମାତ୍ର ବାର୍ଷିକ କ୍ରିକେଟ ପୁରସ୍କାର ୧୯୯୨-୯୩ ସେସନରୁ ଆରମ୍ଭ ହୋଇଥିଲା। ରଞ୍ଜୀବ ବଶ୍ୱାଳ, ପି. ଜୟଚନ୍ଦ୍ର, ରଶ୍ମୀରଞ୍ଜନ ପରିଡ଼ା, ପ୍ରଶାନ୍ତ ମହାପାତ୍ର, ଦେବାଶିଷ ମହାନ୍ତି, ପ୍ରଭଞ୍ଜନ ମଲିକ, ଶିବସୁନ୍ଦର ଦାସ, ସଞ୍ଜୟ ଶତପଥୀ, ବି.ବି.ସି.ସି. ମହାପାତ୍ର, ଦୀପକ ମଙ୍ଗରାଜ, ବସନ୍ତ ମହାନ୍ତି, ଧୀରଜ ସିଂ, ବିପ୍ଳବ ସାମନ୍ତରାୟ, ନଟରାଜ ବେହେରା, ଦୀପ ବେହେରା, ଗୋବିନ୍ଦ ପୋଦ୍ଦାର, ଶୁଭ୍ରାଂଶୁ ସେନାପତି ଓ ରାଜେଶ ଧୂପରଙ୍କୁ ପୂର୍ବରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏମାନଙ୍କ ମଧ୍ୟରୁ କେତେକ କ୍ରିକେଟ ଏହି ପୁରସ୍କାର ଏକାଧିକ ବାର ହାସଲ କରିଛନ୍ତି। ସେହିପରି ୨୦୧୩-୧୪ରେ ପ୍ରଥମ କରି ମହିଳା କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯିବା ଧାରା ଆରମ୍ଭ ହୋଇଥିଲା। କ୍ରୀଡ଼ା ସାମ୍ବାଦିକ ସନାତନ ପାଣି, ସୁଶାନ୍ତ ମହାନ୍ତି, ସୁରେଶ ସ୍ବାଇଁ, ସମ୍ବିତ ମହାପାତ୍ର, ସମୀକ୍ଷା ପଟ୍ଟନାୟକ, ସଞ୍ଜୀବ ବିଶ୍ୱାଳ, ତପନ ସ୍ବାଇଁ, ନିରଞ୍ଜନ ରେଡ୍ଡୀ, ଉମାକାନ୍ତ ମିଶ୍ର ଓ ସମୀର ରାଉତ୍‌, ପ୍ରାୟୋଜକ ଜିତେନ୍ଦ୍ର ପ୍ରସାଦ ସିଂ ଓ କ୍ଲବ ସମ୍ପାଦକ ପଙ୍କଜ ପଟ୍ଟନାୟକଙ୍କୁ ନେଇ ଗଠିତ ଜୁରି କମିଟି ପୁରସ୍କାର ପାଇଁ ରାଜେଶ ଓ ପ୍ରିୟଙ୍କାଙ୍କ ନାମ ଚୟନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri