ରେଳଟ୍ରାକରେ ଶୋଇଗଲେ ବୃଦ୍ଧ, ଉପର ଦେଇ ମାଡିଗଲା ଟ୍ରେନ; ହେଲେ ଜିଅନ୍ତା ଫେରିଲେ!

ଗୁନା,୨।୧୨: ମଧ୍ୟପ୍ରଦେଶର ଗୁନା ରେଲଓ୍ବେ ଷ୍ଟେଶନରେ ଏପରି କିଛି ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣଙ୍କ ଶରୀରର ରୁମ ଟାଙ୍କୁରି ଉଠିବ। ହଠାତ୍‌ ଜଣେ ୭୦ବର୍ଷିୟ ବୃଦ୍ଧ ରେଳଟ୍ରାକରେ ଆସି ଶୋଇ ପଡିଥିଲେ। କିଛି କହିବା ପୂର୍ବରୁ ଆଖି ପିଛୁଳାକେ ଏକ ଟ୍ରେନ ତାଙ୍କ ଉପର ଦେଇ ଚାଲିଗଲା। କିନ୍ତୁ ଭିତରେ ଅଟକି ରହିଥିବା ବୃଦ୍ଧଙ୍କର ଟିକିଏ ଆଞ୍ଚୁଡି ମଧ୍ୟ ହୋଇ ନ ଥିଲା।
ବୃଦ୍ଧ ଜଣକୁ ଗୁନା ରେଲଓ୍ବେ ଷ୍ଟେଶନ ନିକଟରେ ରହୁଛନ୍ତି। ତାଙ୍କ ପରିବାର ବୋଲି କେହି ନାହାନ୍ତି। କୁହାଯାଉଛି କି, ଏକଲାପଣରେ ରହି ଅବସାଦରେ ଆତ୍ମହତ୍ୟା ପାଇଁ ଟ୍ରାକରେ ଶୋଇ ପଡିଥିଲେ। ଭାଗ୍ୟକୁ ତାଙ୍କର ମୁଣ୍ଡ ଟ୍ରାକରୁ ତଳକୁ ଥିଲା। ଅନ୍ୟଥା ତାଙ୍କ ଜୀବନ ଚାଲି ଯାଇଥାନ୍ତା। ପରେ ରେଲସ୍ବେ ପୋଲିସ ବୃଦ୍ଧଙ୍କୁ ବୁଝାଇସୁଝାଇ ବୃଦ୍ଧାଶ୍ରମକୁ ପଠାଇ ଦେଇଛନ୍ତି।
ଷ୍ଟେଶନରେ ଉପସ୍ଥିତ ଥିବା ଲୋକ ଏହି ଘଟଣାକୁ କଏଦ କରିଥିଲେ ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏସମ୍ପର୍କରେ ଜଣେ ରେଳ ଅଧିକାରୀ କହିଛନ୍ତି, ଘଟଣା ଘଟିବାର ଘଣ୍ଟାକ ପୂର୍ବରୁ ବୃଦ୍ଧ ଜଣକ ଷ୍ଟେଶନରେ ବସିଥିଲେ। ଅଚାନକ ମାଲଗାଡି ଆସିବା ଦେଖି ଟ୍ରାକ ଉପରକୁ ଯାଇ ଶୋଇପଡିଥିଲେ। ଯେତେବେଳେ ଜେଆରପେ ଯବାନ ତାଙ୍କୁ ଦେଖିଲେ ସେ ତୁରନ୍ତ ବଞ୍ଚାଇବାକୁ ଧାଇଁ ଯାଇଥିଲେ। ହେଲେ ଏହା ପୂର୍ବରୁ ମାଲଗାଡି ତାଙ୍କ ଉପର ଦେଇ ଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

ଏହି ମୁସଲମାନ ଦେଶରୁ ମିଳିଲା ୪୫୦୦ ବର୍ଷର ପୁରୁଣା ସୂର୍ଯ୍ୟମନ୍ଦିର

କାଇରୋ,୨୧ା୧୨: ମିଶରର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ମିଶରର ରାଜଧାନୀ କାଇରୋରେ ଏକ ଆବିଷ୍କାର କରିଛି, ଯାହା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ପ୍ରାୟ ୪,୫୦୦ ବର୍ଷ...

ଚିଲିକାରେ ଅଘଟଣ, ବୁଲିବାକୁ ଯାଇଥିବା ବେଳେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ

ଖୋର୍ଦ୍ଧା,୨୧।୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ । ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ମିଳିଲା ଯୁବକଙ୍କ ମୃତଦେହ, ପାଟିରୁ ରକ୍ତ ବାହାରିବାକୁ ନେଇ ସନ୍ଦେହ

ଭୁବନେଶ୍ବର,୨୧।୧୨:   ଭୁବନେଶ୍ୱର ନାଲ୍‌କୋ ଛକ ଏକ ଗେଷ୍ଟ ହାଉସରୁ ଉଦ୍ଧାର ହେଲା ମୃତଦେହ । ଖବରପାଇ ମୈତ୍ରୀବିହାର ଥାନା ପୋଲିସ ଗେଷ୍ଟହାଉସରେ ପହଞ୍ଚି ମୃତଦେହ ଉଦ୍ଧାର...

ପ୍ରେମ ସମ୍ପର୍କକୁ ନେଇ ହତ୍ୟା ଅଭିଯୋଗ: ପୋଲିସ ଗାଡ଼ି ଅଟକାଇଲେ ଗାଁ ଲୋକେ, ଜିଲାପାଳ ନ ଆସିଲେ…

ବଲାଙ୍ଗୀର,୨୧ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଏକ କୁକୁଡ଼ା ଫାର୍ମର ପଛପଟ ଏକ ଗଛରେ ଶୁକ୍ରବାର ଜଣେ ଯୁବକଙ୍କର ମୃତଦେହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri