Posted inଖେଳ

ଜୁନିୟର ମହିଳା ହକି ବିଶ୍ୱକପ୍‌: ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ଭାରତ ପରାସ୍ତ

ସାଣ୍ଟିଆଗୋ, ୨।୧୨: ଏଠାରେ ଚାଲିଥିବା ଜୁନିୟର ମହିଳା ହକି ବିଶ୍ୱକପ୍‌ରେ ଭାରତ ଏହାର ଦ୍ୱିତୀୟ ମ୍ୟାଚରେ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ଜର୍ମାନୀଠାରୁ ୩-୪ ଗୋଲରେ ହାରିଯାଇଛି। ପ୍ରଥମ ମ୍ୟାଚରେ କାନାଡା ବିପକ୍ଷରେ ୧୨-୦ ଗୋଲରେ ବିଜୟୀ ହୋଇଥିବା ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚରେ ଜର୍ମାନୀକୁ କଡ଼ା ଟକ୍କର ଦେଇଥିଲା। ମାତ୍ର ଶେଷ ଭାଗରେ ଜର୍ମାନୀ ରକ୍ଷଣାତ୍ମକ ଖେଳି ଭାରତକୁ ବରାବର ସ୍ଥିତିକୁ ଆସିବାରେ ରୋକିଥିଲା। ପ୍ରଥମ କ୍ୱାର୍ଟରରେ ଭାରତ ପ୍ରଭାବୀ ପ୍ରଦର୍ଶନ କରିଥିଲା। କ୍ରମାଗତ ୨ଟି ପେନାଲ୍ଟି କର୍ନର ମିଳିଥିବାବେଳେ ମ୍ୟାଚର ୧୧ତମ ମିନିଟରେ ଅନୁ ଦ୍ୱିତୀୟଟିକୁ ଗୋଲରେ ପରିଣତ କରି ଭାରତକୁ ଅଗ୍ରଣୀ କରିଥିଲେ। ୧୪ତମ ମିନିଟରେ ରୋପ୍‌ନି କୁମାରୀ ପେନାଲ୍ଟି କର୍ନରରୁ ଆଉ ଏକ ଗୋଲ ସ୍କୋର କରି ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଅର୍ଥାତ୍‌ ୧୭ତମ ମିନିଟରେ ସୋଫିଆ ସ୍କ୍ବାବେ ଗୋଟିଏ ଗୋଲ ପରିଶୋଧ କରିବାରୁ ଜର୍ମାନୀ ପ୍ରତ୍ୟାବର୍ତ୍ତନ କରିଥିଲା। ଲୌରା ପ୍ଲୁଥ୍‌ ୨୧ତମ ମିନିଟରେ ଗୋଲ ଦେଇ ମ୍ୟାଚକୁ ୨-୨ ସ୍ଥିତିକୁ ନେଇ ଆସିଥିଲେ। ୨ଟି ଯାକ ଫିଲ୍ଡଗୋଲ ଥିଲା। ତେବେ ମୁମ୍‌ତାଜ ଖାଁ ୨୪ତମ ମିନିଟରେ ଫିଲ୍ଡ ଗୋଲ ଦେବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତର ଅଗ୍ରଣୀ ବ୍ୟବଧାନ ୩-୨ରେ ପହଞ୍ଚତ୍ ଯାଇଥିଲା। ତୃତୀୟ କ୍ୱାର୍ଟରରେ ଆକ୍ରମଣକୁ ଜୋରଦାର କରି ସଫଳ ହୋଇଥିଲା ଜର୍ମାନୀ। ୩୬ତମ ମିନିଟରେ ଲୌରା ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପକ୍ଷରୁ ୩ୟ ଗୋଲଟି ଦେବାରୁ ମ୍ୟାଚ ୩-୩ ସ୍ଥିତିକୁ ଚାଲି ଆସିଥିଲା। ଏହାର ୨ ମିନିଟ ପରେ ଅର୍ଥାତ୍‌ ୩୮ତମ ମିନିଟରେ କାରୋଲିନ ସେଇଡେଲ ପେନାଲ୍ଟି କର୍ନରର ସଦୁପଯୋଗ କରି ଦେଇଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ପରବର୍ତ୍ତୀ ୨୨ ମିନିଟରେ ବିଶେଷକରି ୪ର୍ଥ କ୍ୱାର୍ଟରରେ ଭାରତ ବହୁବାର ଉଦ୍ୟମ କରିଥିଲେ ମଧ୍ୟ ଗୋଲ ପରିଶୋଧ କରିବାରେ ଅସମର୍ଥ ରହିଥିଲା। ଭାରତୀୟ ଦଳର ଗୋଲକିପର ମାଧୁରୀ କିଣ୍ଡୋ ଚମତ୍କାର ପ୍ରଦର୍ଶନ କରି ଜର୍ମାନୀର ଏକାଧିକ ଉଦ୍ୟମକୁ ପଣ୍ଡ କରିଥିଲେ। ଭାରତ ଏହାର ପରବର୍ତ୍ତୀ ମ୍ୟାଚ ବେଲଜିୟମ ବିପକ୍ଷରେ ଖେଳିବ। ଶନିବାର ସନ୍ଧ୍ୟା ୬ଟା ୩୦ରେ ଏହି ମ୍ୟାଚ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri