Posted inଜାତୀୟ

ଧନୀ-ଗରିବ ଆୟ ବ୍ୟବଧାନ ବଢୁଛି

ନୂଆଦିଲ୍ଲୀ,୧୪ା୧୧: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଗତ ଅକ୍ଟୋବରର ଆର୍ଥତ୍କ ରିପୋର୍ଟ ଅନୁଯାୟୀ ପ୍ରଥମତଃ ଘରୋଇ ଚାହିଦା ଓ ଉପଭୋଗ ବଢ଼ିଥିବାରୁ ଭାରତର ଅଭିବୃଦ୍ଧି ସମ୍ଭାବନା ମଜଭୁତ ହୋଇଛି। ଚଳିତ ଆର୍ଥତ୍କ ବର୍ଷ ପାଇଁ ସରକାରୀ ଭାବେ ସକଳ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୬.୫ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ଅଧିକାଂଶ ସ୍ବାଧୀନ ସଂସ୍ଥା ସମାନ ପୂର୍ବାନୁମାନ କରିଛନ୍ତି। ଭାରତ ବିଶ୍ୱର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍‌ ଅର୍ଥନୀତି ବୋଲି ଏହି ରିପୋର୍ଟଗୁଡ଼ିକରେ କୁହାଯାଇଛି। ଚାହିଦା ବଢ଼ୁଥିବାର ଏକ ବିଶ୍ୱସନୀୟ ତଥ୍ୟ ଦେଖାଯାଇଛି। ଅକ୍ଟୋବରରେ ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ସଂଗ୍ରହ ଦ୍ୱିତୀୟ ସର୍ବାଧିକ। ଗତ କିଛି ମାସ ହେଲା କାର୍‌ ବିକ୍ରି ଯଥେଷ୍ଟ ବଢ଼ିଛି। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତ୍ତିଭୂମି ନିର୍ମାଣ ବାବଦ ଖର୍ଚ୍ଚ ମଧ୍ୟ ସର୍ବାଧିକ ରହିଛି। ଘରୋଇ ସେକ୍ଟର ପୁଞ୍ଜି ସୃଷ୍ଟି ମଧ୍ୟ ଶୀର୍ଷରେ ରହିଛି।
ତେବେ ବାସ୍ତବ ସ୍ଥିତି ଅନୁଧ୍ୟାନ କଲେ ଦେଖାଯାଉଛି ଯେ, ଚାହିଦାକୁ ନେଇ ଯାହା କୁହାଯାଉଛି, ସେଥିରେ କେତେକ ଦୁର୍ବଳତା ରହିଛି। କାରଣ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା ଉଚ୍ଚମଧ୍ୟବିତ୍ତ ଆୟକର ଓ ତଦୂର୍ଦ୍ଧ୍ୱ ବର୍ଗଙ୍କ ଉପରେ ଆଧାରିତ। ସମଗ୍ର ଦେଶର ସ୍ଥିତି ସମାନ ନୁହେଁ। କାରଣ ଗ୍ରାମୀଣ ଭାରତ ଏବେ ମାନ୍ଦାବସ୍ଥାରେ ବୁଡ଼ିରହିଛି। ଏପରିକି ସହରାଞ୍ଚଳର କେତେକ ବେତନଭୋଗୀ ଗୋଷ୍ଠୀ ମଧ୍ୟ ମାନ୍ଦାବସ୍ଥାରୁ ବାଦ୍‌ ପଡ଼ିନାହାନ୍ତି। କୋଭିଡ୍‌-୧୯ ମହାମାରୀ ପରଠାରୁ ସୁଧାର ଇଂଲିଶ ‘କେ’ ଆକୃତିର ହୋଇଛି। ଧନୀ ଅଧିକ ଧନୀ ହେଉଥିବାବେଳେ ଗରିବ ଅଧିକରୁ ଅଧିକ ଦାରିଦ୍ର୍ୟ ମଧ୍ୟକୁ ଠେଲିହୋଇଯାଉଛନ୍ତି। ଆକଳନ ଅନୁଯାୟୀ ୨୦୨୬ ବେଳକୁ ଭାରତରେ ଅତି ଧନୀ (ନିୟୁତପତି)ଙ୍କ ସଂଖ୍ୟା ଦୁଇଗୁଣ ହେବା ଆଶା କରାଯାଉଥିବାବେଳେ ବିଳାସ ସାମଗ୍ରୀ ବଜାର ୨୦୩୦ ବେଳକୁ ୩ ଗୁଣା ହେବ। ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଖାଉଟି ବ୍ୟବହାର ଓ ମଜୁରି ସ୍ଥିର ରହିଛି। ଏପରିକି ଦରଦାମ୍‌ ବୃଦ୍ଧି (ମୁଦ୍ରାସ୍ଫୀତି) ସହ ତାଳଦେଇ ସହରାଞ୍ଚଳ ଆୟ ମଧ୍ୟ ବଢ଼ିପାରି ନାହିଁ।
ଭାରତର ଜିଡିପି ଅଭିବୃଦ୍ଧି ଭଲ ରହିଛି, ତେବେ ଏହା କେବଳ ଶୀର୍ଷ ଧନୀମାନଙ୍କୁ ଯାଉଛି। ଏଥିରେ ସୁଧାର ଆଣିବାକୁ ହେବ। ବିଶ୍ୱ ଅସମାନତା ରିପୋର୍ଟ, ୨୦୨୨ ଅନୁଯାୟୀ ଭାରତରେ ଆୟ ଏବଂ ସମ୍ପତ୍ତିରେ ଅସମାନତା ଅତ୍ୟଧିକ ବଢ଼ିଛି। ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କୌଶିକ ବସୁ ‘ଏକ୍ଦ’ରେ ଏହା ଲେଖିଛନ୍ତି। ରିପୋର୍ଟରେ ଭାରତକୁ ସବୁଠୁ ଅସମାନ ଦେଶ ଭାବେ ଉଲ୍ଲେଖ କରାଯାଇଛି। ମହାମାରୀ ପରବର୍ତ୍ତୀ ସ୍ଥିତିକୁ ଦେଖିଲେ ଧନୀ-ଗରିବଙ୍କ ମଧ୍ୟରେ ଆୟ ବ୍ୟବଧାନ ଯଥେଷ୍ଟ ବଢ଼ିଛି। ରିପୋର୍ଟ ଅନୁଯାୟୀ ୧୦ ପ୍ରତିଶତ ଅତି ଧନୀଙ୍କ ଆୟ ସବାତଳେ ଥିବା ୫୦ ପ୍ରତିଶତଙ୍କ ଆୟର ୨୦ ଗୁଣରୁ ଅଧିକ। ଦେଶର ଶୀର୍ଷ ୧ ପ୍ରତିଶତଙ୍କ ପାଖରେ ୨୨ ପ୍ରତିଶତ ସମ୍ପତ୍ତି ଥିବାବେଳେ ତଳ ଭାଗରେ ଥିବା ୫୦ ପ୍ରତିଶତଙ୍କ ପାଖରେ କେବଳ ଅବଶିଷ୍ଟ ସମ୍ପତ୍ତିର ୧୩ ପ୍ରତିଶତ ରହିଛି। ଦେଶର ଶୀର୍ଷ ୧୦ ପ୍ରତିଶତ ମୋଟ ଆୟର ୫୭%ରୁ ଅଧିକ କରୁଥିବାବେଳେ ସେମାନେ ହିଁ ଚାହିଦା ଓ ବ୍ୟବହାରକୁ ବଢ଼ାଉଛନ୍ତି।
ଦୁଇଟି କ୍ଷେତ୍ରକୁ ଦେଖିଲେ ଚାହିଦା ତାରତମ୍ୟର ପ୍ରମାଣ ମିଳିଯିବ। ତାହା ହେଲା ଗାଡ଼ି ଏବଂ ରିଅଲ ଇଷ୍ଟେଟ୍‌ ସେକ୍ଟର। ଚଳିତ ଆର୍ଥତ୍କ ବର୍ଷରେ କାର୍‌ ବିକ୍ରି ଯଥେଷ୍ଟ ବଢ଼ିଛି। ଏହା ୪୦ ଲକ୍ଷ ୟୁନିଟ୍‌ ଅତିକ୍ରମ କରିବା ଆଶା ରହିଛି। ବିଶେଷ କରି ୧୦ ଲକ୍ଷ ଟଙ୍କା ବା ତଦୂର୍ଦ୍ଧ୍ୱ ମୂଲ୍ୟର ବିଳାସପୂର୍ଣ୍ଣ କାର୍‌ ବିକ୍ରି ଅଧିକ ବଢ଼ିଛି, ଯାହା ଧନୀମାନେ ହିଁ କିଣିଥାନ୍ତି। ଅନ୍ୟପକ୍ଷରେ ଦୁଇଚକିଆ ଯାନ ବିକ୍ରି ମହାମାରୀ ପରେ କମିଛି। ୨୦୧୯ ଆର୍ଥତ୍କ ବର୍ଷରେ ୨.୧୨ କୋଟି ବାଇକ୍‌ ବିକ୍ରି ହୋଇଥିବାବେଳେ ୨୦୨୩ ଆର୍ଥତ୍କ ବର୍ଷରେ ତାହା ୫୩ ଲକ୍ଷ ହ୍ରାସ ପାଇଁ ୧.୫୯ କୋଟି ରହିଥିବା ଆଇସିଆର୍‌ଏ ତଥ୍ୟରୁ ଜଣାପଡ଼ିଛି। ସାଧାରଣ ବର୍ଗର ଲୋକେ ଦୁଇଚକିଆ ଯାନ କିଣିଥାନ୍ତି। ସେହିପରି ରିଅଲ ଇଷ୍ଟେଟ୍‌ ସେକ୍ଟର, ଯାହା ଦ୍ୱିତୀୟ ସର୍ବାଧିକ ନିଯୁକ୍ତି ସୃଷ୍ଟି କରିଥାଏ, ତାହା ୨୦୩୦ ବେଳକୁ ୧ ଟ୍ରିଲିୟନ ଡଲାର ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ତେବେ ଲକ୍‌ଜୁରି ଘର ଚାହିଦା ବଢ଼ୁଥିବାବେଳେ ଶସ୍ତା ଘର ପାଇଁ ଚାହିଦା ହ୍ରାସ ପାଇଚାଲିଛି। ପ୍ରପର୍ଟି କନ୍‌ସଲ୍ଟାଣ୍ଟ ଆନାରକ୍‌ର ତଥ୍ୟ ଅନୁଯାୟୀ ୧.୫ କୋଟି ଟଙ୍କା ଓ ତଦୂର୍ଦ୍ଧ୍ୱ ମୂଲ୍ୟର ବିଳାସପୂର୍ଣ୍ଣ ଘର ବିକ୍ରି ୨୦୨୩ର ପ୍ରଥମ ୯ ମାସରେ ଗତବର୍ଷ ଏହି ସମୟ ତୁଳନାରେ ୧୧୫ ପ୍ରତିଶତ ବଢ଼ିଛି। ଅନ୍ୟପକ୍ଷରେ ୮୦ ଲକ୍ଷରୁ କମ୍‌ ମୂଲ୍ୟର ଘର ବିକ୍ରି ୫୧ ପ୍ରତିଶତକୁ ହ୍ରାସ ପାଇଛି, ଯାହା ୨୦୨୨ରେ ୬୮ ପ୍ରତିଶତ ଥିଲା। ସେହିପରି ୫୦ ଲକ୍ଷ ଟଙ୍କାରୁ କମ୍‌ ମୂଲ୍ୟର ଘର ବିକ୍ରି ଚଳିତ ବର୍ଷର ପ୍ରଥମ ୯ ମାସରେ ଦଶନ୍ଧିର ସବୁଠୁ କମ୍‌ ହୋଇଥିବା କନ୍‌ସଲ୍ଟାନ୍ସି ସଂସ୍ଥା ନାଇଟ୍‌ ଫ୍ରାଙ୍କ ଇଣ୍ଡିଆ ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

ବାଂଲାଦେଶ ପୋଲିସର ବଡ଼ ଦାବି, ହାଦି ମୃତ୍ୟୁର ସନ୍ଦିଗ୍ଧ ଭାରତ…

ନୂଆଦିଲ୍ଲୀ,୨୮।୧୨: ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ବାଂଲାଦେଶରେ ହଇଚଇ ସୃଷ୍ଟି କରିଛି । ହାଦିଙ୍କ ହତ୍ୟାକାରୀଙ୍କୁ ଧରିବା ପାଇଁ ସାରା ଦେଶରେ ପ୍ରତିବାଦ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri