ଉଷ୍ମ ଜଳବାୟୁ, ଚିନ୍ତାରେ କୋବିଚାଷୀ

ରସୁଲପୁର,୨୬ା୧୦(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଞ୍ଚଳ ଏକ କୃଷି ପ୍ରଧାନ ବ୍ଲକ ଭାବେ ପରିଚିତ। ପରିବା ଚାଷ ପାଇଁ ରାଜ୍ୟରେ ଏହି ଅଞ୍ଚଳର ସ୍ବତନ୍ତ୍ର ପରିଚୟ ରହିଛି। ବାରବାଟୀ ଅଞ୍ଚଳରୁ ଉତ୍ପାଦିତ କୋବି ବ୍ୟବସାୟ ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ପରିବହନ ହୋଇଥାଏ। ସେହି ଅନୁଯାୟୀ ଚାଷୀ ରବି ଋତୁରେ କୋବି ଫସଲ ଆଗୁଆ ଚାଷ କରିଥାନ୍ତି। ଏଥର କିନ୍ତୁ କୋବି ଚାଷୀଙ୍କୁ ନିରାଶ କରିଛି ଉଷ୍ମ ଜଳବାୟୁ। ଚଳିତ ଋତୁର ଜଳବାୟୁ କୋବି ପାଇଁ ଅନୁକୂଳ ନୁହେଁ ବୋଲି ଚାଷୀ ମତ ରଖିଛନ୍ତି। କୋବି ଚାଷ ପାଇଁ ବାୟୁମଣ୍ଡଳରେ ଦିନର ତାପମାତ୍ରା ୩୦ ଡିଗ୍ରୀରୁ କମ୍‌ ରହିବା ଉଚିତ। ଏଥର କିନ୍ତୁ ସ୍ଥିତି ଭିନ୍ନ ରହିଛି। ବାୟୁମଣ୍ଡଳର ତାପମାତ୍ରା ଏବେ ୩୫ଡିଗ୍ରୀ ଉପରେ। ଏଭଳି ସ୍ଥିତିରେ କୋବି ଗଛ ବଢ଼ି ପାରୁନାହିଁ। ରାତିରେ ଆଶାନୁରୂପକ କାକର ଓ ଥଣ୍ଡା ଅନୁଭୂତ ହେଉ ନ ଥିବାରୁ କୋବି ଫୁଲ ଠିକ୍‌ରେ ପ୍ରସ୍ଫୁଟିତ ହୋଇପାରିବା ସମ୍ଭାବନା କମିଯାଇଛି। କୋବି ଚାରା ଲଗାଇବାର ୨ ମାସ ମଧ୍ୟରେ କୋବି ଅମଳ କରିବାକୁ ଚାଷୀ ଲକ୍ଷ୍ୟ ରଖିଥାନ୍ତି। ତେବେ ଉଷ୍ମ ପାଣିପାଗ ଯୋଗୁ କୋବି ଉପତ୍ାଦନ ଠିକ୍‌ ସମୟରେ ହେବା ନେଇ ଆଶଙ୍କା ଉପୁଜିଛି। ସେପ୍ଟେମ୍ବର ଶେଷ ଆଡ଼କୁ କୋବି ଚାଷ କରିଥିବା ଚାଷୀ ନଭେମ୍ବର ଶେଷ ପର୍ଯ୍ୟାୟରେ ଅମଳ କରିବାକୁ ଲକ୍ଷ୍ୟ ରଖିଥିଲେ। ଏଥର ତାହା ସମ୍ଭବପର ହେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋବି ଚାଷୀ କ୍ଷତି ସହିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।
ପ୍ରକାଶଥାଉ କି, ଏହି ବ୍ଲକ ଅଞ୍ଚଳର ପ୍ରାୟ ୧୦୦ ଏକରରୁ ଊର୍ଦ୍ଧ୍ୱ ଜମିରେ ଆଗୁଆ କୋବି ଚାଷ ହୋଇଛି। ବ୍ଲକର ଦକ୍ଷିଣ ପଶ୍ଚିମାଞ୍ଚଳ, ଅରିତିଆ, ବାହାବଳପୁର, କଲଣ, ଜାବରା, ମାନପୁର, ସିଂହାପୁର, ବ୍ରାହ୍ମଣବାଡ଼, ବଡ଼କଇଞ୍ଚତ୍, ନୂଆହାଟ, ଟାକୁଆଠେଙ୍ଗ, ଶ୍ରୀବନ୍ତପୁର, ଗୋପୀନାଥପୁର, ଢିଅକଇଞ୍ଚତ୍, ନଗୁଆଁ, ନାଉପାଳ, ଭଗୀରଥପୁର, ଭୋଟକା, ମୁଗୁପାଳ ଓ ବାରବାଟୀ ଆଦି ବହୁ ଗ୍ରାମରେ କୋବି ଚାଷ କରାଯାଉଛି। ଗୋଟିଏ ଏକର କୋବି କ୍ଷେତରେ ୧୨ରୁ୧୩ ହଜାର କୋବି ଚାରାରୋପଣ କରାଯାଉଛି। ପ୍ରତ୍ୟେକ ଚାରା କୋବି ହେବା ପର୍ଯ୍ୟନ୍ତ ଅନୂ୍ୟନ ୬ରୁ୭ଟଙ୍କା ଖର୍ଚ୍ଚ ହେଉଛି। ସେହି ଆଧାରରେ ଗୋଟିଏ ଏକରରେ ୭୫ରୁ୮୦ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏହାପରେ ଅମଳ, ପରିବହନ ଖର୍ଚ୍ଚ ରହିଛି। ସବୁକୁ ଦୃଷ୍ଟିରେ ରଖିଲେ ଗୋଟିଏ କୋବିକୁ ଚାଷୀମାନେ ଅନ୍ୟୁନ ୧୫ ଟଙ୍କାରୁ ଅଧିକ ଦରରେ ବିକ୍ରି ନ କରିଲେ ଲାଭବାନ ହୋଇପାରିବେ ନାହିଁ। ତେବେ ଏଥର ସେଭଳି ସ୍ଥିତି ରହିଥିବା ଭଳି ମନେ ହେଉନାହିଁ। କୋବିର ଆକାର ସେତିକି ବଡ଼ ହୋଇପାରିବ ଯେ, ଯାହାକୁ ଚାଷୀ ୧୫ରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରିପାରିବେ ବୋଲି ଅଗ୍ରଣୀ କୋବି ଚାଷୀମାନଙ୍କ ମହଲରେ ଆଲୋଚନା ହେଉଛି। ତେବେ ଏଥିପ୍ରତି ସକରାର ଦୃଷ୍ଟି ଦେବା ସହ ପରିବା ମଣ୍ଡି ଜରିଆରେ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟକୁ ଉଚିତ୍‌ ମୂଲ୍ୟରେ କ୍ରୟ କରନ୍ତୁ। ନଚେତ କ୍ଷତିଗ୍ରସ୍ତ କୋବି ଚାଷୀଙ୍କୁ ସରକାରୀ ସବିସିଡ୍‌ ଭାବରେ ଆର୍ଥତ୍କ ପ୍ରୋତ୍ସାହନ ପ୍ରଦାନ କରନ୍ତୁ ବୋଲି ଚାଷୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri