ବିକାଶ ଅପେକ୍ଷାରେ ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଗଡ଼ଖୋର୍ଦ୍ଧା

ଖୋର୍ଦ୍ଧା,୧୩ା୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା-ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକଠାରୁ ୨ଶହ ମିଟର ଦୂରରେ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର। ଗଡ଼ଖୋର୍ଦ୍ଧାଠାରେ ମହାପ୍ରଭୁ ୩ଥର ପଦାର୍ପଣ କରିଛନ୍ତି। ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଏହି ମନ୍ଦିରକୁ ପରବର୍ତ୍ତୀ ସମୟରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପୁନଃ ନିର୍ମାଣ କରାଯାଇଥିଲା। ଏହି ମନ୍ଦିର ଏବେବି ଅବହେଳିତ ଅବସ୍ଥାରେ ରହିଛି। ଏହାର ପୁନରୁଦ୍ଧାର ଓ ବିକାଶ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।
ଖୋର୍ଦ୍ଧା ରାଜବଂଶ ଖୋର୍ଦ୍ଧା ଦୁର୍ଗ ପରିସରରେ କୁଞ୍ଜବିହାରୀ ମନ୍ଦିର, ଗୋପାଳ ମନ୍ଦିର, ରାଧାକାନ୍ତ ମନ୍ଦିର, ରଘୁନାଥ ମନ୍ଦିର, ବୃନ୍ଦାବନ ଚନ୍ଦ୍ର ମନ୍ଦିର(ଓଡ଼ିଆ ମଠ), ଗୋବିନ୍ଦଜୀଉ ମଠ, କପିଳେଶ୍ୱର ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର ସ୍ଥାପନ କରିଥିଲେ। ୧୫୬୮ରୁ ୧୮୦୪ ପ୍ରାୟ ୨୩୫ବର୍ଷ ମଧ୍ୟରେ ଖୋର୍ଦ୍ଧା ରାଜ୍ୟରେ ୬୭୯ ଦେବ ଓ ୪୬୧ ଦେବୀ ମନ୍ଦିର ୫୮୭ଟି ଭଗବତୀ ମନ୍ଦିର ନିର୍ମାଣ କରିଥିବା ଗବେଷକଙ୍କ ମତ ରହିଛି। ଗଜପତି ପ୍ରଥମ ରାମଚନ୍ଦ୍ରଦେବ ଖ୍ରୀ.୧୫୬୮ରେ ଗଡ଼ଖୋର୍ଦ୍ଧାରେ ଓଡ଼ିଶାର ରାଜଧାନୀ ସ୍ଥାପନା କରିଥିଲେ। ପରେ ଖ୍ରୀ.୧୫୭୫ରେ କୁଜଙ୍ଗଗଡରୁ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମ ଅଣାଇ ଗଡଖୋର୍ଦ୍ଧା ସ୍ଥିତ ମନ୍ଦିରରେ ନବକଳେବର କରାଇ କଳାପାହାଡ ଆକ୍ରମଣ ଯୋଗୁ ୮ବର୍ଷ ଶୂନ୍ୟ ରହିଥିବା ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କୁ ପୁନଃ ଶ୍ରୀମନ୍ଦିରରେ ସ୍ଥାପନା କରାଇଥିଲେ। ଏଥିଲାଗି ଗଜପତି ରାମଚନ୍ଦ୍ର ଦେବଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ଭାବେ ଶ୍ରୀମନ୍ଦିର ସେବାୟତ, ୧୬ଶାସନ ବ୍ରାହ୍ମଣଙ୍କ ଦ୍ୱାରା ଭୂଷିତ ହୋଇଥିଲେ ବୋଲି ଐତିହାସିକ କେଦାର ନାଥ ମହାପାତ୍ରଙ୍କ ଖୁରୁଧା ଇତିହାସ ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ଏହି ସମୟରେ ଗଜପତି ରାମଚନ୍ଦ୍ର ଦେବ ଖୋର୍ଦ୍ଧା ଦୁର୍ଗକୁ ଶ୍ରୀଜଗନ୍ନାଥପୁର-କଟକ ଭାବେ ନାମକରଣ କରିଥିଲେ। କୁଞ୍ଜବିହାରୀ ମନ୍ଦିରରେ ବାରବାଟୀ ଦୁର୍ଗରୁ କାଞ୍ଚି ବିଜୟର ସ୍ମାରକୀ ଶ୍ରୀସାକ୍ଷୀଗୋପାଳ ବିଗ୍ରହ ଖ୍ରୀ.୧୬୧୫ ପର୍ଯ୍ୟନ୍ତ ପ୍ରାୟ ୪୭ବର୍ଷ ଧରି ଏଠାରେ ପୂଜିତ ହେଉଥିଲେ। ବର୍ତ୍ତମାନ ସତ୍ୟବାଦୀରେ ସାକ୍ଷୀଗୋପାଳ ଭାବେ ପୂଜା ପାଉଛନ୍ତି। ପୁନଶ୍ଚ ଗଜପତି ପୁରୁଷୋତ୍ତମ ଦେବଙ୍କ ରାଜତ୍ୱ କାଳରେ ଖ୍ରୀ.୧୬୦୭ରେ ମୋଗଲଙ୍କ ଆକ୍ରମଣ ଯୋଗୁ ଶ୍ରୀଜଗନ୍ନାଥ ଏହି ମନ୍ଦିରରେ ୩ମାସ ୪ଦିନ ଅବସ୍ଥାନ କରିଥିଲେ। ଏଠାରେ ଗୁପ୍ତଭାବେ ପୂଜା ପାଉଥିଲେ। ମାଦଳା ପାଞ୍ଜିରେ ଏହି ପ୍ରସଙ୍ଗରେ ବର୍ଣ୍ଣିତ ଅଛି ଯେ, ସେବକ ପରମେଶ୍ୱରଙ୍କ୍‌ୁ ନେଇ ଖୁରୁଧାରେ ଗୋପାଳ ଦେଉଳେ ବିଜେ କରାଇଲେ। ଏଣୁ ଏହି ଗୋପାଳ ମନ୍ଦିର ସମଗ୍ର ହିନ୍ଦୁ ସମାଜ ପାଇଁ ପରମପାବନ ତୀର୍ଥକ୍ଷେତ୍ର। ଭକ୍ତ ସାଲବେଗ ଏଠାରେ ପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିଲେ ବୋଲି ଐତିହ୍ୟ ବିଷାରଦ ଡ.ସୁରେନ୍ଦ୍ର ମିଶ୍ର ମତ ଦେଇଛନ୍ତି। ପରବର୍ତ୍ତୀ ସମୟରେ ଦ୍ୱିତୀୟ ରାମଚନ୍ଦ୍ରଦେବଙ୍କ ସମୟରେ ତକି ଖାଁ ଖୋର୍ଦ୍ଧା ଆକ୍ରମଣ ସମୟରେ ଗଜପତି ଓ ଶ୍ରୀଜଗନ୍ନାଥ ଚତୁର୍ଦ୍ଧାବିଗ୍ରହ ବୋଲଗଡରେ ଅବସ୍ଥାନ କରିଥିଲେ। ସେଠାରୁ ପୁନଶ୍ଚ ପୁରୀ ଶ୍ରୀମନ୍ଦରିକୁ ପତ୍ୟାବର୍ତ୍ତନ କରିବା ସମୟରେ ଏହି ଗୋପାଳ ମନ୍ଦିରରେ ଅବସ୍ଥାନ କରିଥିଲେ। ଏହି ପ୍ରସଙ୍ଗ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ହିମାଂଶୁ ଶେଖର ପଟ୍ଟନାୟକ ଏବଂ ବୋଲଗଡର ଇତିହାସ ଲେଖକ ରବୀନ୍ଦ୍ର କୁମାର ପରିଡାଙ୍କ ପୁସ୍ତକରେ ଉଲ୍ଲେଖ ରହିଛି। ଉତ୍କଳକେଶରୀ ଡ.ହରେକୃଷ୍ଣ ମହତାବଙ୍କ ହିଷ୍ଟ୍ରି ଅଫ ଓଡ଼ିଶା ଏବଂ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କ ରଚିତ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଉପନ୍ୟାସ ନୀଳଶୈଳରେ ଉଲ୍ଲେଖ ରହିଥିବା ଗବେଷକ ଗୋପାଳକୃଷ୍ଣ ଦାସ କହିଛନ୍ତି। ଏଠାରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶ୍ରୀମନ୍ଦିର ଢାଞ୍ଚାରେ ହୋଇଥାଏ। ମନ୍ଦିର ପରିଚାଳନା ଲାଗି ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର କମିିଟି ଗଠନ କରାଯାଇଛି। ଶ୍ରୀମନ୍ଦିର ରୀତିନୀତି ପ୍ରକାରେ ସମସ୍ତ ଦୈନନ୍ଦିନ ନୀତିକାନ୍ତି କରାଯାଉଛି। ମନ୍ଦିର ପରିସରରେ କାଶୀଲୋକନାଥ ମନ୍ଦିର ଏବଂ ପରବର୍ତ୍ତୀ ସମୟରେ ମାତା ଲକ୍ଷ୍ମୀ ବିଗ୍ରହ ପ୍ରତିଷ୍ଠା କରାଯାଇଛି। ମନ୍ଦିରରେ ଅକ୍ଷୟ ମହାପାତ୍ର, ଅରୁପା ମହାପାତ୍ର ବର୍ଷବ୍ୟାପୀ ସମସ୍ତ ନୀତିକାନ୍ତି ସେବାପୂଜା କରି ଆସୁଛନ୍ତି। ଗତ ୨ବର୍ଷ ହେବ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଉଛି। ବେଷକ ଦାସ କୁହନ୍ତି, ମହାପ୍ରଭୁଙ୍କ ଏହି ଲୀଳାକ୍ଷେତ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା। ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ସମ୍ପର୍କରେ ଜାଣିବା ପରେ ୨୦୦୭ ମସିହାରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଏହି ସ୍ଥାନ ପରିଦର୍ଶନରେ ଆସିଥିଲେ। ଡାକ ବଙ୍ଗଳାରେ ଏହି ଲୀଳାକ୍ଷେତ୍ର ସମ୍ପର୍କରେ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ ଲୀଳାକ୍ଷେତ୍ରରେ ଚତୁର୍ଦ୍ଧାବିଗ୍ରହ ପ୍ରତିଷ୍ଠା ଲାଗି ସ୍ଥିର ହୋଇଥିଲା। ୨୦୧୪ ଜୁନ ୨୭, ୨୮ ଓ ୨୯ ତାରିଖରେ ତିନିଦିନ ମହାପ୍ରଭୁଙ୍କ ଚତୁର୍ଦ୍ଧା ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେହି ସମୟରେ ଏହି ପ୍ରତିଷ୍ଠା ଉତ୍ସବରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ସଭାପତି ଭୀମସେନ ମିଶ୍ର, ସମ୍ପାଦକ ରବି ନାରାୟଣ ମିଶ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ.ସିଦ୍ଧେଶ୍ୱର ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ତତ୍କାଳୀନ ଗବେଷଣା ଅଧିକାରୀ ଡ.ସୁରେନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri