Odisha Elections 2024
Posted inଫୁରସତ

ପ୍ରାଣୀଙ୍କ ସଂରକ୍ଷଣ ଅପରିହାର୍ଯ୍ୟ

ପରିବେଶୀୟ ସନ୍ତୁଳନ ପାଇଁ ପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଅପରିହାର୍ଯ୍ୟ। ମୁଖ୍ୟତଃ ଜଙ୍ଗଲରେ ରହୁଥିବା ପ୍ରାଣୀଙ୍କ ଯୋଗୁ ଜୈବ ବିବିଧତା ବଜାୟ ରହିଥାଏ। ଜଙ୍ଗଲ ବିନା ଜଳବାୟୁ ପରିବର୍ତ୍ତନର ଆଶଙ୍କା ଅଧିକ। ତେବେ ପୃଥିବୀର ସ୍ଥାୟିତ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଥିବା ପ୍ରାଣୀଙ୍କ ସୁରକ୍ଷା ଲାଗି ପ୍ରତିବର୍ଷ ଅକ୍ଟୋବର ୪ରେ ବିଶ୍ୱ ପ୍ରାଣୀ ଦିବସ ପାଳନ କରାଯାଇଥାଏ। ଏନେଇ ବିଶ୍ୱସ୍ତରରେ ସଚେତନତା ସୃଷ୍ଟି ଲାଗି ୧୯୨୫ ମାର୍ଚ୍ଚ ୨୪ରେ ଜର୍ମାନୀର ବର୍ଲିନ୍‌ରେ ପ୍ରଥମେ ଉଦ୍ୟମ ଆରମ୍ଭ ହୋଇଥିଲା। ୧୯୨୯ରେ ଏହାକୁ ଅକ୍ଟୋବର ୪କୁ ଘୁଞ୍ଚାଯାଇଥିଲା। ପରେ ୧୯୩୧ ମେ’ରେ ଇଟାଲୀର ଫ୍ଲୋରେନ୍ସରେ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ ଆନିମଲ କଂଗ୍ରେସରେ ଏହି ଦିବସ ପାଳନ ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା।
ଦିବସ ପାଳନ ନେଇ ୨୦୦୬ ଅକ୍ଟୋବର ୨୭ରେ ପୋଲାଣ୍ଡ ପାର୍ଲାମେଣ୍ଟରେ ଏକ ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ତେବେ ୨୦୦୭ଠାରୁ ପ୍ରତିବର୍ଷ ଏହି ଦିବସକୁ ଅକ୍ଟୋବର ୪ରେ ବିଶ୍ୱସ୍ତରରେ ପାଳନ କରାଯାଉଛି। ଲଗାତର ଜଙ୍ଗଲ କଟା ଯୋଗୁ ବାସସ୍ଥଳ ଅଭାବରୁ ବହୁ ପ୍ରଜାତିର ପ୍ରାଣୀ ଲୋପପାଇବା ଆଶଙ୍କା ବଢ଼ିଲାଣି। ୨୦୦୩ରେ ନେଚର ଓ୍ବାଚ୍‌ ଫାଉଣ୍ଡେଶନ ପକ୍ଷରୁ ପ୍ରଥମେ ବିଶ୍ୱ ପ୍ରାଣୀ ଦିବସ ଓ୍ବେବ୍‌ସାଇଟ୍‌ର ଶୁଭାରମ୍ଭ କରାଯାଇଥିଲା। ପ୍ରାଣୀଙ୍କ ବିକାଶ ଲକ୍ଷ୍ୟ ନେଇ ଏହା ମାଧ୍ୟମରେ ବିଭିନ୍ନ ବିଶ୍ୱସ୍ତରୀୟ ସଂସ୍ଥା ସହ ଯୋଗାଯୋଗକୁ ଗୁରୁତ୍ୱାରୋପ କରାଯାଇଥିଲା। ୨୦୦୭ରେ ଏନେଇ ବିଶ୍ୱସ୍ତରୀୟ ଭଲ୍ୟୁଣ୍ଟାରି ଆମ୍ବାସାଡର ପ୍ରୋଗ୍ରାମ ମଧ୍ୟ ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri