Posted inଫୁରସତ

୭୮ ବର୍ଷ ପୁରୁଣା ପେଣ୍ଟିଂରେ ୪୩ ବର୍ଷୀୟାଙ୍କ ଫଟୋଚିତ୍ର

ବୋଗୋଟା: ଜଣଙ୍କ ଭଳି ଚେହେରା ଯଦି ଅନ୍ୟ ଜଣକ ଚେହେରା ସହ ଖାପ ଖାଏ, ତେବେ ତାହା ଅତ୍ୟନ୍ତ ରୋମାଞ୍ଚକର ହୋଇଥାଏ। କିନ୍ତୁ ଏପରି ଘଟଣା ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ। ଯଦି ଏକ ପୁରୁଣା ପେଣ୍ଟିଂ ସହିତ ନିଜ ଚେହେରା ମେଳ ଖାଏ, ତେବେ ତାକୁ ଟାଇମ୍‌ ଟ୍ରାଭେଲର ମାନ୍ୟତା ଦିଆଯାଏ। ନିକଟରେ କଲମ୍ବିଆର ଜଣେ ମହିଳାଙ୍କ ସହିତ କିଛି ଏପରି ହୋଇଛି। ୪୩ ବର୍ଷୀୟା ଜେନି ସ୍ମିଥ୍‌ ଏକ ମିଡିଆକୁ କହିଛନ୍ତି, ତାଙ୍କ ଭଉଣୀ ତାଙ୍କୁ ଫେସବୁକ୍‌ ପୋଷ୍ଟର ଏକ ଲିଙ୍କ୍‌ ପଠାଇଥିଲେ। ଜୁନ୍‌ରେ କରାଯାଇଥିବା ଏହି ପୋଷ୍ଟ ବହୁତ ପୁରୁଣା। ହେଲେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସେଥିରେ ପ୍ରସ୍ତୁତ ପେଣ୍ଟିଂ ଜେନିଙ୍କ ମୁହଁ ସହ ମିଶୁଥିଲା। ପରେ ସେ ଏହି ପେଣ୍ଟିଂ ବାବଦରେ ଅଧିକ ଜାଣିବାକୁ ଇଚ୍ଛା ପ୍ରକାଶ କଲେ। ଅନେକ ପ୍ରଚେଷ୍ଟା କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନ ଥିଲା। ପରେ ଜାଣିପାରିଲେ କି, ସେହି ପେଣ୍ଟିଂ ଉତ୍ତର କରୋଲିନାର ସ୍ପ୍ରୁର୍ସ ପାଇନ୍‌ରେ ଅଛି। ଟିକ୍‌ଟକ୍‌ରେ କେହି ଜଣେ ସେଠାରେ ରହୁଥିବା ଜାଣିବାକୁ ପାଇଲେ। ହେଲେ ସେଠାରୁ ମଧ୍ୟ କିଛି ସାହାଯ୍ୟ ମିଳିଲାନି। ପରେ ସୋସିଆଲ ମିଡିଆର ଜଣେ ବ୍ୟକ୍ତି ସେହି ପାଖରେ ରହିବା ସହ ସେଠାକାର ପାଖ ଦୋକାନରେ ଏହି ପେଣ୍ଟିଂ ବିକ୍ରି ହୋଇଥିବା କହିଥିଲେ। ସେ ସେହି ପେଣ୍ଟିଂକୁ ୧୦ ଡଲାରରେ କିଣି ଜେନିଙ୍କୁ କୋରିଅର କରିଦେଲେ। ଜେନି ସେହି ପେଣ୍ଟିଂର ସମ୍ପୂର୍ଣ୍ଣ ନିଜ ଭଳି ଚେହେରାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସେହି ପେଣ୍ଟିଂକୁ ତିଆରି କରିଥିବା କଳାକାର ଷ୍ଟିଫେନ୍‌ ଫରିସ୍‌ଙ୍କ ବାବଦରେ ଜେନି ଅଧିକ ଜାଣିବାକୁ ଚେଷ୍ଟା କଲେ। ଯିଏ ଦିବଂଗତ ଚିତ୍ରକର ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ(୧୯୩୯-୧୯୪୫)ର ଏକ ଲଡ଼ାଖୁ ପାଇଲଟ୍‌ ଥିଲେ। ସେ ଆମେରିକା ବାୟୁସେନାରେ ଥିଲେ। ଏହାର ଅର୍ଥ ଏହି ପେଣ୍ଟିଂ ୭୮ ବର୍ଷ ପୁରୁଣା। ଏହି ପେଣ୍ଟିଂର ରହସ୍ୟ ଜାଣିବାକୁ ଜେନି ଚିତ୍ରକରଙ୍କ ନାତୁଣୀଙ୍କ ପାଖରେ ପହଞ୍ଚିଥିଲେ। ସେ ତାଙ୍କ ଜେଜେଙ୍କ ବାବଦରେ କହିଥିଲେ, ସେ କୌଣସି ବ୍ୟକ୍ତିଙ୍କୁ ଦେଖି ତାଙ୍କ ଚିତ୍ର ପ୍ରସ୍ତୁତ କରିଦେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଷ୍ଟେଶନକୁ ଚାଲି ଚାଲି ଗଲେ ମୃତକ, ଯାହାଙ୍କ ୬୧ ଦିନ ପୂର୍ବରୁ ହୋଇଥିଲା ଶେଷକୃତ୍ୟ, ସମ୍ପୂର୍ଣ୍ଣ ଖବର ଜାଣିଲେ…

ରାୟପୁର,୨୩।୧୨: ଛତିଶଗଡ଼ର ଜଶପୁର ଜିଲାରେ ପଞ୍ଜିକୃତ ଏକ ହତ୍ୟା ମାମଲା ପୋଲିସ ଷ୍ଟେଶନରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ମୋଡ଼ ନେଇଥିଲା। ମୃତ ବୋଲି ଧରି ଦାହ...

ଶୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବାଚସ୍ପତି, ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ...

ତାମିଲନାଡୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ଆଣିବା ପାଇଁ ଜିଲାପାଳଙ୍କୁ ଅସହାୟ ପରିବାରର ଗୁହାରି 

ଦିଗପହଣ୍ଡି,୨୩|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକଙ୍କ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ମୃତ୍ୟୁ...

ହସ୍ପିଟାଲରେ ରୋଗୀଙ୍କୁ ଲାତ ମୁଥ ମାରିଲେ ଡାକ୍ତର, ଭିଡିଓ ଭାଇରାଲ ପରେ ମୁଖ୍ୟମନ୍ତ୍ରୀ…..

ନୂଆଦିଲ୍ଲୀ,୨୩।୧୨: ହିମାଚଳ ପ୍ରଦେଶର ସବୁଠାରୁ ବଡ଼ ଡାକ୍ତରଖାନାରେ ଜଣେ ରୋଗୀ ଏବଂ ଜଣେ ଡାକ୍ତରଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ...

ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ, ବାଂଲାଦେଶରେ ଦୀପୁଙ୍କ ବନ୍ଧୁମାନେ ବିଶ୍ୱାସଘାତକତା କରି…

ବାଂଲାଦେଶର ମୈମନସିଂ ଜିଲାର ଏକ କପଡ଼ା କାରଖାନାରେ କାମ କରୁଥିବା ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କୁ ଗୁରୁବାର (ଡିସେମ୍ବର ୧୬) ଦିନ...

ପାକିସ୍ତାନଠାରୁ ହାରିବା ପରେ ଜବାବ ମାଗିଲା BCCI

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପାକିସ୍ତାନଠାରୁ ଭାରତର ୧୯ ବର୍ଷରୁ କମ ଫାଇନାଲ ପରାଜୟରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଟୁର୍ଣ୍ଣାମେଣ୍ଟରେ ଉପବିଜେତା ପାଇଁ...

ପ୍ରବଳ କୁହୁଡି ଯୋଗୁ ଦେଖାଗଲାନି ରାସ୍ତା: ଗଛରେ ପିଟିହେଲା ପରିବା ବୋଝେଇ ମିନିଟ୍ରକ, ଘଟଣାସ୍ଥଳରେ…

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଏକ ପନିପରିବା ବୋଝେଇ ମିନିଟ୍ରକ ଦୁର୍ଘଟଣା ଘଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି। ପ୍ରକାଶଯେ,...

ଠକ ସଂସ୍ଥାର ୩ ଅଧିକାରୀ ଅଟକ: ଚାକିରି, ଋଣ କରାଇଦେବେ କହି ନେଉଥିଲେ ଟଙ୍କା

ପାରଳାଖେମୁଣ୍ଡି,୨୩ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ବେକାର ଯୁବତୀ ଯୁବକଙ୍କୁ ବିଭିନ୍ନ ଚାକିରି ଆଉ ସେମାନଙ୍କ ପାଇଁ ଋଣ କରାଇଦେବା ଏବଂ ଘରେ ବସି ଡିଜିଟାଲରେ ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri