କାଙ୍ଗାଳ ପାକିସ୍ତାନର ଅମ୍ବାନୀ ହେଉଛନ୍ତି ଏହି ବ୍ୟକ୍ତି, ୧ ଲକ୍ଷ କୋଟି ସମ୍ପତ୍ତିର ମାଲିକ…

ଭାରତର ପଡ଼ୋଶୀ ଦେଶ ପାକିସ୍ତାନ କାଙ୍ଗାଳ ହୋଇସାରିଛି। ଦେଶରେ ପ୍ରତିଟି ଜିନିଷର ଦରଦାମ ଆକାଶଛୁଆଁ ହୋଇଛି। ଅଟା କିଲୋପିଛା ୨୫୦ ଟଙ୍କା ଥିବା ବେଳେ ଚାଉଳ ୩୩୦ ଟଙ୍କା, କ୍ଷୀର ୧୯୨ ଟଙ୍କା ଏବଂ ଚିକେନ କିଲୋ ପିଛା ୫୦୦ ଟଙ୍କା ବିକ୍ରି ହେଉଛି। ଏହାକୁ ନେଇ ଦେଶବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ପାକିସ୍ତାନର କାଙ୍ଗାଳ ଅବସ୍ଥା ସମୟରେ କିଛି ଲୋକ ଏଭଳି ଅଛନ୍ତି ଯାହାଙ୍କ ସମ୍ପତ୍ତି ଲଗାତର ବୃଦ୍ଧି ପାଉଛି। ସେମାନଙ୍କ ମଧ୍ୟରେ ଜଣେ କୋଟିପତି ଅଛନ୍ତି ଯାହାଙ୍କୁ ‘ପାକିସ୍ତାନର ଅମ୍ବାନୀ’ କୁହାଯାଏ।

ପାକିସ୍ତାନର ଏହି କୋଟିପତିଙ୍କ ଆମେରିକାରେ ରୁହନ୍ତି। ହେଲେ ସେ ନିଜ ଦେଶରେ ସମାଜସେବା କାମ କରିଆସୁଛନ୍ତି। ତାଙ୍କ ସମ୍ପତ୍ତି ଅନେକ ଭାରତୀୟ କୋଟିପତିଙ୍କଠାରୁ ମଧ୍ୟ ଅଧିକା। ନିକଟରେ ତାଙ୍କ ଝିଅ ସନ୍ନା ଖାନ୍‌ ନିଜର ୧୨୩ କୋଟି ଟଙ୍କାର ସମ୍ପତ୍ତି ଦାନ କରି ଚର୍ଚ୍ଚାକୁ ଆସିଥିଲେ।

ଆମେରିକାରେ ପାକିସ୍ତାନୀ ବଶୋଦ୍ଭବ ସବୁଠାରୁ ଧନୀ କୁହାଯାଉଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ‘ଶାହିଦ ଖାନ୍‌’। ତାଙ୍କୁ ସ୍ପୋଟ୍ସ ଟାଇକୁନ୍‌ ମଧ୍ୟ କୁହାଯାଏ। ଆମେରିକାର ଲୋକପ୍ରିୟ ମୋଟର ସାଇକେଲ ସପ୍ଲାୟାର କମ୍ପାନୀ ଫ୍ଲେକ୍ସ-ଏନ୍‌-ଗେଟ୍‌ର ସେ ମାଲିକ। ଏହାଛଡ଼ା ନ୍ୟାଶନାଲ ଫୁଟବଲ ଲିଗ୍‌ ଟିମ୍‌ ଜ୍ୟାକ୍‌ଶନଭିଲେ ଜାଗୁଆର୍ସ, ପ୍ରିମିୟର ଲିଗର ଫୁଟବଲ କ୍ଲବ ଫୁଲହାମ ଏଫସି ଏବଂ ରେସଲିଂ ଟିମ୍‌ ଏଲିଟ୍‌ ରେସଲିଂର ମଧ୍ୟ ସେ ମାଲିକ। ଏହାଛଡ଼ା ସେ ଅନେକ ଗଣମାଧ୍ୟମ କମ୍ପାନୀରେ ମଧ୍ୟ ନିବେଶ କରିଛନ୍ତି।

୧୯୫୦ ଜୁଲାଇ ୧୮ରେ ଶାହିଦଙ୍କ ଜନ୍ମ ଲାହୋରରେ ହୋଇଥିଲା। ସେ ୨୦୧୨ରେ ଫୋବ୍ସ ପତ୍ରିକାର ଫ୍ରଣ୍ଟ କଭରରେ ନଜର ଆtସିଚନ୍ତି। ୨୦୨୧ରେ ଫୋବ୍ସର ଧନୀ ବ୍ୟବସାୟୀ ତାଲିକାରେ ସେ ୯୪ତମ ସ୍ଥାନରେ ଏବଂ ବିଶ୍ୱର ଧନୀ ବ୍ୟବସାୟୀ ତାଲିକାରେ ୨୯୧ ନଂ ସ୍ଥାନରେ ରହିଥିଲେ। ଏବେ ତାଙ୍କର ମୋଟ ସମ୍ପତ୍ତି ୧ ଲକ୍ଷ କୋଟି ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri