ପୁଣି ଜିଲା ବିଜେଡି ମଙ୍ଗ ସମ୍ଭାଳି ପାରନ୍ତି ରୋହିତ

ସମ୍ବଲପୁର,୨୨ା୯ (ଶୁଭାଶିଷ ପାଢୀ): ସମ୍ବଲପୁର ଜିଲା ବିଜେଡି ସଙ୍ଗଠନରେ ପରିବର୍ତ୍ତନ ହେବା ନେଇ ପ୍ରାୟ ୫ ମାସ ହେବ ଆଲୋଚନା ହେଉଛି। ଏପରିକି ଜିଲା ଓ ରାଜ୍ୟସ୍ତରର ନେତାଙ୍କ ମଧ୍ୟରେ ବାରମ୍ବାର ବୈଠକ ହେଉଛି। ହେଲେ ନିଷ୍କର୍ସ ବାହାରି ପାରୁ ନ ଥିଲା। ବାରମ୍ବାର ବୈଠକ, ସବୁ ବିଧାନସଭା କ୍ଷେତ୍ରର ମତାମତ ନେଇ ଶେଷରେ ଦଳ ଶୀଘ୍ର ଜିଲା ସଭାପତି ସହିତ ଜିଲା ସଙ୍ଗଠନରେ ପରିବର୍ତ୍ତନ ତାଲିକା ପ୍ରକାଶ କରିବ ବୋଲି ଶୁଣିବାକୁ ମିଳିଛି। ଏହାକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଆଲୋଚନା ହେଉଛି। ହେଲେ ପୁଣି ସଭାପତି ପଦ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମିଳିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ବିଧାୟକ ପୂଜାରୀ ପୂର୍ବରୁ ଜିଲା ସଭାପତି ଭାବେ ଦୁଇଟି ପର୍ଯ୍ୟାୟରେ ୫ ବର୍ଷରୁ ଅଧିକ ଦାୟିତ୍ୱ ତୁଲାଇ ଆସିଥିଲେ। ସମ୍ବଲପୁର ସହରରେ ତାଙ୍କର ସଙ୍ଗଠନ ଆରମ୍ଭ କରିଥିଲେ। ଏପରିକି ସମ୍ବଲପୁର ମ୍ୟୁନିସିପାଲଟିରେ ପ୍ରଥମ ୱାଡ ୮ରେ ବିଜେଡି ପ୍ରାର୍ଥି କାଉନସିଲର ବିଜୟୀ ହୋଇ ଦଳ ଖାତା ଖୋଲିଥିଲା। ଏହା ପରେ ବିଜୟର ଯାତ୍ରା ଆରମ୍ଭ ହୋଇଥିଲା। କୁଚିଣ୍ଡା ଏନ୍‌ଏସି, ହୀରାକୁଦ ଏନ୍‌ଏସି ସହିତ ୪ ବ୍ଲକରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇ ଥିଲେ। ତାଙ୍କ ଜିଲା ସଭାପତି ଥିବା ସମୟରେ ୪ ବିଧାନ ସଭା କ୍ଷେତ୍ରରୁ ୩ଟିରେ ବିଜେଡି ବିଜୟୀ ହୋଇଥିଲା। ୨୦୧୪ ମସିହାରେ ରେଢାଖୋଲ ବିଧାନସଭାରେ ଦଳ ପ୍ରାର୍ଥି କରିଥିଲା। ପ୍ରାୟ ୫ ହଜାର ଭୋଟରେ ବିଜୟୀ ହୋଇଥିଲେ। ୨୦୧୫ ପରେ ଜିଲା ସଭାପତି ପଦ ଦଳ ଅନ୍ୟଙ୍କୁ କରିଥିଲା। ୨୦୧୯ ମସିହା ବିଧାନ ସଭାରେ ଦ୍ୱିତୀୟ ଥର ବିଜୟୀ ହୋଇଛନ୍ତି। ହେଲେ ଭୋଟ ବ୍ୟବଧାନ ବୃଦ୍ଧି ପାଇ ୧୩ ହଜାର ୪ ଶହ ହୋଇଥିଲା। ତେଣୁ ସମ୍ବଲପୁର ବିଜେଡିର ସଙ୍ଗଠନରେ ତାଙ୍କର ଭୂମିକା ରହିଥିଲା ବୋଲି ବରିଷ୍ଟ ନେତାମାନେ କହନ୍ତି। ତେଣୁ ସମ୍ବଲପୁର ସମେତ ରେଢାଖୋଲ ନିର୍ବାଚନରେ ମଧ୍ୟ ସଙ୍ଗଠନ ବୃଦ୍ଧି କରିଛନ୍ତି। ସେହିପରି ସମ୍ବଲପୁର ସହରରେ ପୁରୁଣା ସଙ୍ଗଠନ, ଯୁବ ସଙ୍ଗଠନ ତାଙ୍କର ସମର୍ଥକ ଅଛନ୍ତି। ଶିଳ୍ପ ନଗରୀ ରେଙ୍ଗାଲି ବିଧାନ ସଭାରେ ମଧ୍ୟ ସଙ୍ଗଠନ କରିଛନ୍ତି । କୁଚିଣ୍ଡା ନିର୍ବାଚନ ମଣ୍ଡଳରେ ମଧ୍ୟ ତାଙ୍କର ସମର୍ଥକ ରହିଛନ୍ତି। କିଛି ଦିନ ପୂର୍ବରୁ ମୃତ୍ୟବରଣ କରିଥିବା ବରିଷ୍ଟ ତଥା ସଙ୍ଗଠକ ଦିନୁ ଅଗ୍ରୱାଲ ସହିତ ଘନିଷ୍ଠତା ରହିଥିଲା। ଅନେକ ଯୁବ ସମର୍ଥକ ରହିଛନ୍ତି। ଦେଖିବାକୁ ଗଲେ ୪ ବିଧାନ ସଭା ମଣ୍ଡଳରେ ରୋହିତଙ୍କ ସଙ୍ଗଠନ ରହିଛି। ଜଣେ ଭଲ ସଙ୍ଗଠକ, ଆର୍ଥତ୍କ ସ୍ବଚ୍ଛଳ ଥିବା ଜଣେ ଯୁବନେତା ଭାବେ ପରିଚିତ ରୋହିତ ଜିଲା ସଭାପତି ହେଲେ ଦଳ ପାଇଁ ଲାଭଦାୟକ ହେବ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ମନ୍ତ୍ରୀମଣ୍ଡଳରେ ଥିବା ସମୟରେ ତାଙ୍କୁ ବିଦାୟ କରାଯାଇଥିଲା। ଯାହାକି ରୋହିତଙ୍କୁ ନେଇ ତାଙ୍କ ବିରୋଧିମାନେ କଡ଼ା ସମାଲୋଚନା କରିଥିଲେ। ହେଲେ ଏବେ ରୋହିତଙ୍କୁ ଦଳ ପୁଣି ଭରଷା କରିଛି। ଅନ୍ୟ ପଟେ ଜିଲାରେ ଦଳରେ ଖାଲି ପଡିଥିବା ଦଳୀୟ ପଦଗୁଡିକ ପୂରଣ ହେବ। କେତେକ ବ୍ଲକସ୍ତରରେ ଓ ଜିଲାସ୍ତରରେ ନୂତନ ଚେହେରାଙ୍କୁ ଦାୟିତ୍ୱ ମିଳିପାରେ। ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଜିଲା ପର୍ଯ୍ୟବେକ୍ଷକ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି), ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଉପସ୍ଥିତ ରହି ବାରମ୍ବାର ବୈଠକ ହୋଇଥିଲା। ଜିଲାରେ ସଙ୍ଗଠନକୁ ଆହୁରୀ ମଜବୁତ କରାଯିବ। ପୁରୁଣା କର୍ମୀଙ୍କୁ ଅଗ୍ରାଧିକାର ମଧ୍ୟ ଦିଆଯିବ। ଯୁବ, ମହିଳା ସଙ୍ଗଠନ ମଧ୍ୟ ପରିବର୍ତ୍ତନ ହୋଇପାରେ। ସମ୍ବଲପୁର ଜିଲା ପର୍ଯ୍ୟବେକ୍ଷକ ଭାବେ ପ୍ରଣବ ପ୍ରକାଶ ଦାସ ଦାୟିତ୍ୱ ପାଇବା ପରେ ଦଳୀୟ ସଙ୍ଗଠନ ସଜାଡିବାକୁ ସାଙ୍ଗଠନିକ ସମ୍ପାଦକ ପୁରା ଦମରେ ଲାଗି ପଡିଛନ୍ତି। ଜିଲା ସଭାପତି ଦୌଡରେ ଜିଲା ସଭାପତି ସିଦ୍ଦାର୍ଥ ଦାସ, ଦେବେନ ପତି, ସଞ୍ଜିତ ମହାନ୍ତି, ଡ. ପ୍ରମୋଦ କୁମାର ରଥ ନାମ ଚର୍ଚ୍ଚାରେ ରହଛି। ଏ ସମ୍ପର୍କରେ ବିଧାୟକ ପୂଜାରୀ କହିଛନ୍ତି ଯେ, ମୋ ପାଖରେ କିଛି ଖବର ନାହିଁ । ଦଳ ସଙ୍ଗଠନ ପାଇଁ କାମ କରୁଛି। ଆଗକୁ ମଧ୍ୟ ଜାରି ରହିବ । କୌଣସି ପଦ ନିଯୁକ୍ତି କରିବା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇଚ୍ଛାଧିନ ଓ ହାତରେ ରହିଥାଏ। ଏଭଳି ଅନେକ ଚର୍ଚ୍ଚା ହୋଇଥାଏ ବୋଲି କହିଥିଲେ ।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରେ ବଡ଼ ଧରଣର ଆଇଟି ରେଡ୍‌, ୨ କୋଟିରୁ ଅଧିକ ଟଙ୍କା ଜବତ

ଭୁବନେଶ୍ୱର,୯ା୫: ରାଜଧାନୀରେ ଗୁରୁବାର ବଡ଼ ଧରଣର ଆଇଟି ରେଡ୍‌ ହୋଇଛି। ପୁରୁଣ ପୋଷ୍ଟ ଅଫିସ୍‌ ଲେନ୍‌ ବୁଦ୍ଧେଶ୍ୱରୀ କଲୋନୀରେ ଥିବା ଏକ ଫ୍ଲେକ୍ସ ପ୍ରିଣ୍ଟ ମିଡିଆ...

ପ୍ରାର୍ଥିପତ୍ର ଦାଖଲ କଲେ ଅରିନ୍ଦମ

ସାଲେପୁର,୯ା୫: ସାଲେପୁରର ଭାଜପା ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟ ଗୁରୁବାର ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଆସି ଅରିନ୍ଦମ ଆଜି ତାଙ୍କର...

ସ୍ତ୍ରୀ, ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟକ୍ତି

ଝାରସୁଗୁଡ଼ା,୯ା୫: ସ୍ତ୍ରୀ ଓ ଝିଅକୁ ଗୁଳି ହତ୍ୟା କରିବା ପରେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟକ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲାର...

ଗୁରୁବାର ସଂନ୍ଧ୍ୟାରେ ବଡ଼ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ଦେଲେ ସୂଚନା

ଗଞ୍ଜାମ,୯।୫: ଗୁରୁବାର ଗଞ୍ଜାମ କନିଷିରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ମଞ୍ଚରୁ ବିରୋଧୀଙ୍କୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀଙ୍କ ବିକାଶ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ...

ଚୋର ପ୍ରାର୍ଥୀଙ୍କୁ ଭୋଟ୍‌ ଦିଅନ୍ତୁନି: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୯ା୫: ଗଞ୍ଜାମ ଜିଲା କନିଷିଠାରେ ଗୁରୁବାର ମୁଖ୍ୟମନ୍ତ୍ରୀ ମାରାଥନ ପ୍ରଚାର କରିଛନ୍ତି। ଏଠାରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି, ଆପଣମାନେ ଏତେ...

ଦବିଲା ରାସ୍ତା, ଫସିଲା ସାର ବୋଝେଇ ଟ୍ରକ୍‌

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ କଂକ୍ରିଟ ରାସ୍ତାରେ ଗୁରୁବାର ଏକ ସାର ବୋଝେଇ...

ଭାଜପାର ପ୍ରଚାର ଜୋରଦାର: ଘରେ ଘରେ ପହଞ୍ଚିଲେ ମାନଗୋବିନ୍ଦ

ଦାରିଙ୍ଗବାଡି, ୯/୫ (ଅରୁଣ ସାହୁ):କନ୍ଧମାଳ ଜିଲା ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀରେ ଭାଜପାର ବିଧାନସଭା ପ୍ରାର୍ଥୀ ମାନଗୋବିନ୍ଦ ପ୍ରଧାନ ନିଜ ପ୍ରଚାର ଜୋରଦାର କରିଛନ୍ତି। ସେ...

ବିଶ୍ୱ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ଭାରତର ସ୍ଥାନ ୧୬୧

ସମ୍ବଲପୁର, ୯ା୫(ପ୍ରମୋଦ ବହିଦାର)ଓଡିଶାର ସାମ୍ବାଦିକମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକ ସଭା ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତିକୁ ଧୂଆଁବାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri