ଓଡ଼ିଶାର କଳା, ସଂସ୍କୃତି ସହ କାରିଗରଙ୍କ ପରିଚୟ ବୃଦ୍ଧି ପାଇଛି

ଭୁବନେଶ୍ୱର,୭।୯(ଶର୍ମିଷ୍ଠା ପାଣିଗ୍ରାହୀ)ସ୍ବାଧୀନତା ଦିବସ ଅବସରରେ ଟାଇମ୍ସ ସ୍କୋୟାର୍‌ରେ ପ୍ରଦର୍ଶିତ ହୋଇଥିଲା ଓଡ଼ିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ପ୍ରତୀକ ‘କୋଣାର୍କ ଚକ୍ର’ର ପଥର ନିର୍ମିତ ପ୍ରତିକୃତି। ସେଫ୍‌ ବିକାଶ ଖାନ୍ନାଙ୍କ ଚେଷ୍ଟାରେ ଓଡ଼ିଶାର ଟିମ୍‌ ଏହାକୁ ସେଠାରେ ପ୍ରଦର୍ଶନ କରିଥିଲେ। ତେବେ ଏହା ପଛରେ ପ୍ରମୁଖ ଭୂମିକା ନେଇଥିଲେ ଟିମ୍‌ର କ୍ୟୁରେଟର ତଥା ବିଶିଷ୍ଟ ଫିଲ୍ମ ନିର୍ମାତା ଜିତେନ୍ଦ୍ର ମିଶ୍ର ଓ କାରିଗର ଅମରେଶ ଚନ୍ଦ୍ର ବିନ୍ଧାଣୀ। ବୁଧବାର ବକୁଳ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀ ଓ ଭାବବିନିମୟ କାର୍ଯ୍ୟକ୍ରମରେ ଜିତେନ୍ଦ୍ର ଓ ଅମରେଶ ସେମାନଙ୍କ ଅଭିଯାନର ଅନୁଭୂତି ବଖାଣିଥିଲେ। ଫାଉଣ୍ଡେଶନ୍‌ର ପ୍ରତିଷ୍ଠାତା ସୁଜିତ୍‌ ମହାପାତ୍ର କାର୍ଯ୍ୟକ୍ରମରେ ପୌରାହିତ୍ୟ କରିଥିବାବେଳେ କୋଣାର୍କ ଚକ୍ରର ପ୍ରତିକୃତି ପ୍ରଦର୍ଶନକୁ ନେଇ ଉପସ୍ଥିତ ଦର୍ଶକ ସେମାନଙ୍କଠାରୁ ପଚାରି ବୁଝିଥିଲେ।
ମିଶ୍ର କହିଥିଲେ, ପ୍ରଥମେ ସେଫ୍‌ ଖାନ୍ନା ଆଉ ମୁଁ ଯୋଜନା କଲୁ, ମୁଁ ପରେ ଆମ ପଶ୍ଚିମ ଓଡ଼ିଶାର ଜଣେ ଭାଇ ସୁବାସ ଭାଇଙ୍କ ସହ କଥା ହେଲି। ତାଙ୍କ ସହ କଥା ହୋଇ ଡିଜାଇନ ଓ କାମ କେମିତି ହେବ ସେ ସମ୍ପର୍କରେ ଆଲୋଚନା କଲୁ। ପରେ ସେ କାରିଗରଙ୍କ ସହ କଥା କରାଇଲେ। ସମସ୍ତଙ୍କ ଚେଷ୍ଟାରେ ଏହା ପ୍ରସ୍ତୁତ ହେଲା। ନିକଟରେ ସ୍ବାଧୀନତା ଦିବସରେ ଏହା ଟାଇମ୍ସ ସ୍କୋୟାର୍‌ରେ ପ୍ରଦର୍ଶିତ ହେଲା। ସମସ୍ତଙ୍କ ପ୍ରତିକ୍ରିୟା ବହୁତ ଭଲ ଥିଲା। ଗ୍ଲୋବାଲି ଏହା ପରିଚିତ ହେଲା। ଓଡ଼ିଶାର କଳା, ସଂସ୍କୃତି ସହ ପର୍ଯ୍ୟଟନର ମଧ୍ୟ ପ୍ରଚାର ପ୍ରାସର ହୋଇପାରିଲା। ଓଡ଼ିଶା ପାଇଁ ଯାହା କିଛି ମୋ ଦ୍ୱାରା ସମ୍ଭବ ହୋଇପାରିବ ମୁଁ ତାହା କରିବାକୁ ଚେଷ୍ଟା କରିବି ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ କାରିଗର ଅମରେଶ କହିଛନ୍ତି, ପ୍ରଥମେ ତ ମୁଁ ଜାଣି ନ ଥିଲି ଏମିତି କିଛି ହେଉଛି ବୋଲି। ମୁଁ ମୋର ସିନିୟର୍‌ ସୁବାସ ପୂଜାରୀଙ୍କଠାରି ଜାଣିଲି। ସେ ଆମକୁ ଡିଜାଇନ ବିଷୟରେ ଜଣାଇଲେ। ତା’ପରେ ଆମ ଟିମ୍‌ର ୮ଜଣ କାରିଗର ଏହାକୁ ପୂର୍ଣ୍ଣାଙ୍ଗ ରୂପ ଦେବାରେ ଲାଗିପଡିଲୁ। ତିଆରି ସରିବା ପରେ ଗତବର୍ଷ ଏହା ନ୍ୟୁୟର୍କରେ ପହଞ୍ଚତ୍ ଥିଲା। କିନ୍ତୁ ନିର୍ଦ୍ଧାରିତ ସମୟଠାରୁ ଡେରି ହେବାରୁ ଏବର୍ଷ ଏହାକୁ ଅନବାରଣ କରାଗଲା। ମୁଁ ପ୍ରଥମଥର ପାଇଁ ବିଶ୍ୱରେ ପ୍ରଦର୍ଶିତ ହେବାକୁ ଥିବା ଏକ କଳାକୃତିର କାମ ପାଇଥିଲି। ଏହି କାମ ଦ୍ୱାରା ଆମ ଓଡ଼ିଶାର କଳା, ସଂସ୍କୃତି ସହ ଆମ ଭଳି କାରିଗରଙ୍କ ପରିଚୟ ବାହାରେ ବୃଦ୍ଧି ପାଇଛି ବୋଲି ମୁଁ ଭାବୁଛି। ଭବିଷ୍ୟତରେ ଆମକୁ ଆହୁରି କାମ ମିଳିବ ବୋଲି ମଧ୍ୟ ଆଶା କରୁଛି। ଯେତେବେଳେ ଏହା ପ୍ରଦର୍ଶିତ ହେଲା ଆଉ ଖବର ପ୍ରସାରିତ ହେଲା, ମୋ ନାମ ଆସିଲା, ଏହା ଦେଖି ମୋତେ ବହୁତ ଖୁସି ଲାଗିଲା। ପୂରା ପରିବାର, ସମ୍ପର୍କୀୟ ସମସ୍ତେ ଖୁସି ହୋଇଥିଲେ। ଏହାର ଓଜନ ୧୭୫୦ କିଲୋଗ୍ରାମ ରହିଛି। ୮ଫୁଟ ଲମ୍ବ ୬ଫୁଟ ଉଚ୍ଚ ଏବଂ ୧ଫୁଟ ମୋଟେଇ ବିଶିଷ୍ଟ ଏହି ପ୍ରତିକୃତି ବାଲି ପଥରରେ ପ୍ରସ୍ତୁତ ହୋଇଛି। ତିଆରି କରିବାକୁ ୩ମାସ ସମୟ ଲାଗିଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତା ସବ୍ୟସାଚୀ ମିଶ୍ର, ଡିଜାଇନର୍‌ ସୁବାସ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

‘ନା ପୋଷ୍ଟ, ନା ଲାଇକ, ନା କମେଣ୍ଟ, ଏବେ ସେନାକୁ ଇନଷ୍ଟାଗ୍ରାମରେ କେବଳ ରିଲ ଦେଖିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ସୋସିଆଲ ମିଡିଆ ବ୍ୟବହାର ସମ୍ପର୍କରେ ଏହାର ନୀତି ସଂଶୋଧନ କରିଛି। ନୂତନ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଅନୁଯାୟୀ, ସେନା ସୈନିକ ଏବଂ ଅଧିକାରୀମାନେ...

ଏଣିକି ଘରର ଝିଅ-ବୋହୂଙ୍କୁ ସ୍ମାର୍ଟଫୋନ୍‌ ମନା, ବ୍ୟବହାର କରିବେ ପୁରୁଷ

ଜୟପୁର,୨୫ା୧୨: ଏଣିକି ଘରର ଝିଅ-ବୋହୂ ବ୍ୟବହାର କରିପାରିବେନି ସ୍ମାର୍ଟଫୋନ୍‌। ମାତ୍ର ଏହାକୁ ଘରର ପୁରୁଷମାନେ ବ୍ୟବହାର କରିପାରିବେ। ଘରର ମହିଳାମାନେ କେବଳ କି-ପ୍ୟାଡ୍‌ ଫୋନ୍‌ ବ୍ୟବହାର...

ପ୍ରଭୁ ଯିଶୁଙ୍କ ଧରାବତରଣ, ଉତ୍ସବମୁଖର ଜି.ଉଦୟଗିରିର ଚର୍ଚ୍ଚ

ଜି.ଉଦୟଗିରି,୨୫/୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ...

‘ସେ ତେନ୍ଦୁଲକର ଥିଲେ…’ Vaibhav Suryavanshiଙ୍କୁ ଭାରତୀୟ ଟିମରେ ସ୍ଥାନ ଦିଆଯାଉ, BCCI ନିକଟରେ ବଡ଼ ଦାବି କଲେ ଥରୁର

ନୂଆଦିଲ୍ଲୀ,୨୫।୧୨: କଂଗ୍ରେସ ଏମପି ଶଶି ଥରୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରତିଭାକୁ କିମ୍ବଦନ୍ତୀ ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କ ସହ ତୁଳନା କରିଛନ୍ତି। ଥରୁର BCCIକୁ ୧୪ ବର୍ଷୀୟ...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

ସକାଳ ଜଳଖିଆ ନଖାଉଥିଲେ ସାବଧାନ! ମସ୍ତିଷ୍କ ଉପରେ….

ଏହା ବହୁ ଦିନ ଧରି ପ୍ରଚଳିତ ଏକ ପ୍ରବାଦ ଯେ ପୂର୍ଣ୍ଣ ଜଳଖିଆ ଖାଇବା ଉଚିତ। ଏହା ଶରୀରକୁ ସୁସ୍ଥ ରଖେ। ତଥାପି, ସାମ୍ପ୍ରତିକ ବର୍ଷଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri