ଚଳିତମାସରେ ପରିଣୀତି-ରାଘବଙ୍କ ପଡ଼ିବ ହାତଗଣ୍ଠି

ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା ସାତ ଜନ୍ମର ସାଥି ହେବାକୁ ଯାଉଛନ୍ତି। ଖବ୍ଶୀଘ୍ର ଉଭୟଙ୍କ ହାତଗଣ୍ଠି ପଡିବ। ସେପ୍ଟେମ୍ବର ୨୫ରେ ଉଭୟ ବିବାହ କରିବେ ବୋଲି କୁହାଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କୁହାଯାଉଛି ଯେ ଏହି ବିବାହ ରାଜସ୍ଥାନର ଉଦୟପୁରର ଦ ଓବରୟ ଉଦୟବିଳାସ ହୋଟେଲରେ ଅନୁଷ୍ଠିତ ହେବ। ବିବାହରେ କେବଳ ପରିବାର ଲୋକେ ଏବଂ କିଛି ଖାସ୍‌ ବନ୍ଧୁ ଯୋଗ ଦେବେ। ପରିଣୀତି-ରାଘବଙ୍କ ବିବାହ ସମାରୋହ ଦୁଇ ଦିନ ପୂର୍ବରୁ ଅର୍ଥାତ୍‌ ୨୩ ସେପ୍ଟେମ୍ବରରୁ ଆରମ୍ଭ ହେବ। ୨୩ ସେପ୍ଟେମ୍ବରରେ ହଳଦୀ, ମେହେନ୍ଦି ଏବଂ ସଂଗୀତ ହେବ। ବିବାହରେ ଯୋଗଦେବା ପାଇଁ ସମ୍ପର୍କୀୟମାନେ ୨୨ ସେପ୍ଟେମ୍ବରରେ ଉଦୟପୁରରେ ପହଞ୍ଚିବେ। ଏହି ବିବାହରେ ପ୍ରିୟଙ୍କା ଏବଂ ନିକ ମଧ୍ୟ ଯୋଗଦେବାକୁ ଯାଉଛନ୍ତି। ଗୁରୁଗ୍ରାମରେ ରିସେପ୍ସନ ଅନୁଷ୍ଠିତ ହେବ।
ମେ ୧୩ ୨୦୨୩ରେ ଦିଲ୍ଲୀ କପୁରତାଲାରେ ଥିବା ରାଘବ ଚଢାଙ୍କ ଘରେ ଦୁହିଁଙ୍କ ନିର୍ବନ୍ଧରୀତି ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା।
ରାଘବ ଏବଂ ପରିଣୀତି ପରସ୍ପରକୁ କଲେଜ ବେଳୁ ଜାଣିଥିଲେ। ଚଳିତ ବର୍ଷ ଜାନୁୟାରୀରେ ଉଭୟଙ୍କୁ ‘ଇଣ୍ଡିଆ ୟୁକେ ଆଉଟଷ୍ଟାଣ୍ଡିଙ୍ଗ ଆଚିଭର୍‌ ଅନର୍ସ’ରେ ସମ୍ମାନିତ କରାଯାଇଥିଲା। ଭାରତରେ ପ୍ରଥମଥର ପାଇଁ କେହି ଏହି ସମ୍ମାନ ପାଇଥିଲେ।
ନ୍ୟାଶନାଲ ଇଣ୍ଡିଆନ ଷ୍ଟୁଡେଣ୍ଟସ ଏବଂ ଆଲୁମିନି ୟୁନିଅନ (ଏନଆଇଏସଏୟୁ) ଏବଂ ଭାରତର ବ୍ରିଟିଶ କାଉନସିଲ ଏବଂ ବ୍ରିଟେନର ଅନ୍ତର୍ଜାତୀୟ ବାଣିଜ୍ୟ ବିଭାଗ (ଡିଆଇଟି)ର ମିଳିତ ସହଯୋଗରେ ଏହି ସମ୍ମାନ ସମାରୋହ ଆୟୋଜନ କରାଯାଇଥିଲା। ବ୍ରିଟିଶ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରମାନଙ୍କୁ ଧ୍ୟାନରେ ରଖି ଏହି ସମାରୋହ କରାଯାଇଥିଲା। ବିଶେଷ କଥା ହେଉଛି ଭାରତୀୟ ଛାତ୍ରମାନଙ୍କ ସଫଳତାକୁ ବିଚାର କରି ଏଠାରେ ପାଳନ କରାଯାଇଥିଲା।
୧୫ ବର୍ଷ ପୂର୍ବେ ପରିଣୀତି ଚୋପ୍ରା ବ୍ରିଟେନର ମଞ୍ଚେଷ୍ଟର ସ୍କୁଲର ଛାତ୍ରୀ ଥିଲେ। ରାଘବ ଚଢା ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରୁ ଅଧ୍ୟୟନ କରିଛନ୍ତି। ଉଭୟ ପରିଣୀତି ଏବଂ ରାଘବ ଅଧ୍ୟୟନରେ ସ୍ମାର୍ଟ ଥିଲେ ଏବଂ ସେମାନଙ୍କ ଶ୍ରେଣୀର ଟପ୍ପର ମଧ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri