ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ ପଦକ୍ଷେପ

କିଛି ସପ୍ତାହ ତଳେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ‘ପେପରଲେସ୍‌ ଗ୍ରୀନ୍‌ କୋର୍ଟ ରୁମ୍‌’ ଅର୍ଥାତ୍‌ ‘କାଗଜବିହୀନ ସବୁଜିମା ନ୍ୟାୟାଳୟ କକ୍ଷ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ପଦକ୍ଷେପକୁ ସାରା ଦେଶ ସ୍ବାଗତ କରୁଛି। ଦେଶର ଯେକୌଣସି ସ୍ତରର ନ୍ୟାୟାଳୟକୁ ପରିଦର୍ଶନରେ ଗଲେ ଦେଖିପାରିବା ସେହି ନ୍ୟାୟାଳୟର କୋଠରିଗୁଡିକ କିଭଳି ବିଭିନ୍ନ ଗ୍ରନ୍ଥ, କାଗଜପତ୍ର ଓ ଦଲିଲର ପାହାଡ଼ରେ ଭରି ରହିଛି। ନ୍ୟାୟାଧୀଶ, ଆଇନଜୀବୀ, ନ୍ୟାୟାଳୟର କର୍ମଚାରୀ, ବାଦୀ, ପ୍ରତିବାଦୀଙ୍କୁ ସର୍ବଦା ବାଧ୍ୟବାଧକତାରେ ଏପରି ଏକ ଅଣନିଃଶ୍ବାସୀ ପରିବେଶରେ ରହି କାମ କରିବାକୁ ପଡୁଛି। ତେବେ ‘ପେପରଲେସ୍‌ ଗ୍ରୀନ୍‌ କୋର୍ଟ ରୁମ୍‌’ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ପରେ ସର୍ବୋଚ୍ଚ ନ୍ୟାୟାଳୟ ସମ୍ପୂର୍ଣ୍ଣ ହାଇଟେକ୍‌ ଦିଗକୁ ଅଗ୍ରସର ହେଉଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର ଯୋଗୁ ନ୍ୟାୟାଧୀଶଙ୍କ ପାଇଁ କାଗଜର ସେହି ପାହାଡ଼ ଗଦାର ସ୍ଥାନ ଏବେ ଏକ ପତଳା ପପ୍‌-ଅପ୍‌ ପରଦା ନେଇଛି। ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଡିଜିଟାଲ ଲାଇବ୍ରେରି ମଧ୍ୟ ଆରମ୍ଭ ହୋଇଛି, ଯେଉଁଠି ଆଇନ ସହ ଜଡ଼ିତ ସମସ୍ତ ପୁସ୍ତକକୁ ତୁରନ୍ତ ଅବଲୋକନ କରିହେବ। ୭୩ ବର୍ଷର ଇତିହାସରେ ଭାରତୀୟ ନ୍ୟାୟପାଳିକାର ସମ୍ପୂର୍ଣ୍ଣ ଡିଜିଟାଲୀକରଣ ପ୍ରକ୍ରିୟା ଆରମ୍ଭ ହେବା ଦିଗରେ ଏହା ଏକ ସୋପାନ ମାତ୍ର। ବାସ୍ତବିକ ଏହା ହେଉଛି ସର୍ବୋଚ୍ଚ ନ୍ୟାୟାଳୟଙ୍କ ପ୍ରଥମ ପଦକ୍ଷେପ। ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଥମ ୩ଟି ଅଦାଲତ ‘ସବୁଜ ନ୍ୟାୟାଳୟ’ ହୋଇଛି। ଆଗାମୀ ଦିନରେ ଏହି ତିନୋଟି ଅଦାଲତରେ ପୂର୍ବ ଭଳି ମୋଟାମୋଟା କେସ୍‌ ଫାଇଲ କିମ୍ବା ଗତ ୫୦ବର୍ଷର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିଗୁଡ଼ିକର ଶହ ଶହ ନଥିପତ୍ର ଏବଂ କାଗଜପତ୍ର ଦୃଷ୍ଟିଗୋଚର ହେବନାହିଁ।
ଅନ୍‌ଲାଇନ ଶୁଣାଣି ପାଇଁ ଏହି ନ୍ୟାୟାଳୟଗୁଡ଼ିକର କୋଠରିରେ ଆଜି ବଡ଼ବଡ଼ ଏଲ୍‌ସିଡି ସ୍ଥାପିତ ହୋଇଛି। ଓକିଲମାନଙ୍କ ପାଇଁ ହାଇଟେକ୍‌ ସୁବିଧା ଆରମ୍ଭ ହୋଇଛି। ଏଣିକି ଓକିଲମାନଙ୍କୁ ବିଭିନ୍ନ ମାମଲା ସମ୍ବନ୍ଧୀୟ ମୋଟାମୋଟା ଗ୍ରନ୍ଥ, କାଗଜପତ୍ର ଆଦି ବହନ କରିବାକୁ ପଡ଼ିବ ନାହିଁ। ସେମାନେ ଲାପ୍‌ଟପ୍‌ ଏବଂ ଟାବ୍‌ଲେଟ୍‌ ମାଧ୍ୟମରେ ବିଚାରପତିମାନଙ୍କୁ ବିଭିନ୍ନ ତଥ୍ୟ ଜଣାଇପାରିବେ। ଏହାକୁ ସହଜରେ ପାଠ କରାଯାଇ ପାରିବ। ବିଭିନ୍ନ ମାମଲା ସହ ଜଡ଼ିତ ଆଇନଗତ ଦଲିଲର ସହଜ ଉପଲବ୍ଧତା ପାଇଁ ବିଚାରପତିଙ୍କ ପାଖରେ ଡକ୍ୟୁମେଣ୍ଟ ଭ୍ୟୁଇଙ୍ଗ୍‌ ଟେକ୍ନୋଲୋଜି (ଦସ୍ତାବିଜ ଅବଲୋକନ କୌଶଳ) ମଧ୍ୟ ରହିବ। ଏହାକୁ ବ୍ୟବହାର କରିବା ପରେ ଡକ୍ୟୁମେଣ୍ଟଗୁଡ଼ିକୁ ମେଶିନରେ ରଖାଯାଇପାରିବ। ଯାହାକୁ ଓକିଲମାନେ ନିଜ ସ୍କ୍ରିନ୍‌ ଅବା କୋର୍ଟର ବଡ଼ ପରଦାରେ ଦେଖି ସହଜରେ ତର୍ଜମା କରିପାରିବେ। ବିଭିନ୍ନ ଦସ୍ତାବିଜ ଅବା ଦଲିଲ ପଢ଼ିବା ପାଇଁ ଓକିଲମାନଙ୍କ ପାଖରେ ସ୍ମାର୍ଟ ସ୍କ୍ରିନ୍‌ର ସୁବିଧା ମଧ୍ୟ ଉପଲବ୍ଧ ରହିବ। ଅଦାଲତରେ ଉପସ୍ଥିତ ବିଚାରପତିଗଣ ବିଭିନ୍ନ ପୁରୁଣା ବିଚାରର ନ୍ୟାୟିକ ତଥ୍ୟ ଏବଂ ଆଇନର ବିଭିନ୍ନ ଦିଗକୁ ଡିଜିଟାଲ ପ୍ଲାଟ୍‌ଫର୍ମରେ ଦେଖିପାରିବେ। ସର୍ବୋଚ୍ଚ ନ୍ୟାୟାଳୟର ୧ମ ରୁ ୫ମ ନ୍ୟାୟିକ କରିଡର ବ୍ୟତୀତ ମିଡିଆ (ଗଣମାଧ୍ୟମ ଯୋଗାଯୋଗ) କକ୍ଷ ଏବଂ ବିଶ୍ରାମାଗାରରେ ଓକିଲ, ମହକିଲ ତଥା ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ମାଗଣା ୱାଇଫାଇର ସୁବିଧା ଉପଲବ୍ଧ ରହିଛି। ଆଶା କରାଯାଉଛି ଆସନ୍ତା ଦିନରେ ଅନ୍ୟ ନ୍ୟାୟାଳୟଗୁଡ଼ିକରେ ମଧ୍ୟ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିବ।
ଉଲ୍ଲେଖନୀୟ ଯେ , ନ୍ୟାୟାଳୟର ପରିସର ତଥା କକ୍ଷଗୁଡ଼ିକର ଆଧୁନିକୀକରଣ ପାଇଁ ଭାରତର ପ୍ରଧାନ ବିଚାରପତି ନ୍ୟାୟାଧୀଶ ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୂଡ଼ ହିଁ ପ୍ରସ୍ତାବ ଦେଇଥିଲେ। ସେ ଆହୁରି ମଧ୍ୟ ଚାହିଁଥିଲେ ଯେ, ସର୍ବୋଚ୍ଚ ନ୍ୟାୟାଳୟର କାର୍ଯ୍ୟକ୍ରମ କାଗଜବିହୀନ ହେଉ, ଯାହା ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଆରମ୍ଭ ହୋଇଛି। କାଗଜ ସଂରକ୍ଷଣ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଏକାଧିକ ଯୋଜନା ପ୍ରସ୍ତୁତ କରିଛନ୍ତି। ଯେପରି- ଯାଚିକାର ’ବ୍ୟାକ୍‌ ଟୁ ବ୍ୟାକ୍‌ ପ୍ରିଣ୍ଟିଂ’ (କାଗଜର ଉଭୟ ପାଶର୍‌ବ ଛପାଯିବା), ଇ-ଫାଇଲିଂ କରିବା ଇତ୍ୟାଦି। ଏହା ସହ ସର୍ବୋଚ୍ଚ ନ୍ୟାୟାଳୟର ଅଧିକାଂଶ ନ୍ୟାୟିକ ପ୍ରକ୍ରିୟାର ଲାଇଭ ଟେଲିକାଷ୍ଟ (ସିଧା ପ୍ରସାରଣ) ଆରମ୍ଭ ହୋଇଛି; ଯଦ୍ଦ୍ବାରା ଜଣେ ସାଧାରଣ ନାଗରିକ ଏହାର ଲାଭପାଇପାରିବେ। ବର୍ତ୍ତମାନ କେଉଁ ଓକିଲ ନ୍ୟାୟାଳୟରେ କେଉଁ ଯୁକ୍ତି ଉପସ୍ଥାପନ କରିଥିଲେ ଏବଂ ଏହା ଉପରେ ନ୍ୟାୟାଧୀଶ କିପରି ପ୍ରତିକ୍ରିୟା ପ୍ରକାଶ କଲେ ତାହା ଜାଣିହେବ। ପୂର୍ବରୁ ଏହି ସୂଚନା ସହଜରେ ଉପଲବ୍ଧ ନ ଥିଲା, କିନ୍ତୁ ବର୍ତ୍ତମାନ ଯିଏ ଏହି ସିଧା ପ୍ରସାରଣ ଦେଖିବା ପାଇଁ ଅନୁମତିପ୍ରାପ୍ତ, ସେ ବିନା କାଟଛାଣ୍ଟରେ ସମଗ୍ର ପ୍ରକ୍ରିୟା ଦେଖିପାରିବ। ନ୍ୟାୟାଳୟର ନ୍ୟାୟିକ ପ୍ରକ୍ରିୟା ଦେଖିବାକୁ ଦେବା ନିଶ୍ଚିତ ରୂପେ ଏକ ପ୍ରଶଂସନୀୟ ପଦକ୍ଷେପ। ସେହିଭଳି ନିଜ ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟର ସ୍କ୍ରିନ୍‌ରେ ଆମେ(ଅନୁମତିପ୍ରାପ୍ତ) ନ୍ୟାୟାଳୟର ଡିସ୍‌ପ୍ଲେ ବୋର୍ଡ(ପ୍ରଦର୍ଶନ ଫଳକ)କୁ ସହଜରେ ଦେଖିପାରିବା। ସେହି ବୋର୍ଡରୁ କେଉଁ ଅଦାଲତରେ କି ମାମଲା ଚାଲୁଛି ତାହା ଜାଣିହେବ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ପଦକ୍ଷେପ କେବଳ ପରିବେଶର ସୁରକ୍ଷା କରିବ ନାହିଁ ବରଂ ସମୟ ବଞ୍ଚାଇବ ଏବଂ ନ୍ୟାୟାଳୟ ପରିସରର ଅଯଥା ଭିଡ଼କୁ ମଧ୍ୟ ହ୍ରାସ କରିବ। ନ୍ୟାୟିକ ପ୍ରକରଣ ଗତିଶୀଳ ହେବ। ନ୍ୟାୟାଳୟଙ୍କ ନିର୍ଦ୍ଦେଶନାମା ଶୀଘ୍ର ପ୍ରାପ୍ତ ହେବ। ଏସବୁ ଦୃଷ୍ଟିରୁ ବିଚାରକଲେ ଜାଣିପାରିବା ଯେ ଏହା ହେଉଛି ଉଚ୍ଚତମ ନ୍ୟାୟାଳୟଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ।

  • ଈପ୍ସିତା ମହାନ୍ତି
    ବୈପାରିଗୁଡ଼ା, କୋରାପୁଟ
    ମୋ- ୬୩୭୦୬୭୯୪୦୫

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରୋଷେଇ ଘରୁ ବାହାରୁଥିବା ବର୍ଜ୍ୟ ବାହାରେ ଫିଙ୍ଗି ଦେବା ଦ୍ୱାରା ପରିବେଶ ପ୍ରଦୂଷିତ ହୋଇଥାଏ। ଏଭଳି ସମସ୍ୟାର ସମାଧାନ କରିବାକୁ ସଫଳ ହୋଇଥିବା ମହିଳା ଜଣକ...

ଅନ୍‌ଲାଇନ ଟ୍ରେଡିଂରେ ସାଇବର ଠକ

ଯୁଧିଷ୍ଠିର ମହାରଣା   ରାତାରାତି ବଡ଼ଲୋକ ହେବା ପାଇଁ ଆମ ଗହଣରେ ଥିବା ଅନେକ ଲୋକ ଇଚ୍ଛା ରଖନ୍ତି। ବିନା ପରିଶ୍ରମରେ ଘରେ ବସି କିପରି...

ପ୍ରଶ୍ନବାଚୀରେ ନିର୍ବାଚନ କମିଶନ

ସୌଭାଗ୍ୟ ସୁନ୍ଦରରାୟ   ଭାରତବର୍ଷ ଏକ ସଂସଦୀୟ ଗଣତାନ୍ତ୍ରିକ ରାଷ୍ଟ୍ର। ଗଣତନ୍ତ୍ରରେ ନିର୍ବାଚନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶର ନିର୍ବାଚନ ପରିଚାଳନା ପାଇଁ ରହିଛି ଭାରତୀୟ...

ଗଣତନ୍ତ୍ରର କ୍ଷତି

ଅସହ୍ୟ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଏକ ଦୀର୍ଘ ତଥା ଯନ୍ତ୍ରଣାଦାୟକ ନିର୍ବାଚନ ଶେଷ ହୋଇଯାଇଛି। ଏକ୍‌ଜିଟ ପୋଲ୍‌ରେ ନିର୍ବାଚନ ଫଳାଫଳକୁ ନେଇ ଅନେକ ଆକଳନ ସାମ୍ନାକୁ...

ଏଇ ଭାରତରେ

୨୫ ବର୍ଷ ବୟସରେ ଜଣେ ସଫଳ କୃଷି ଉଦ୍ୟୋଗୀ ଭାବେ ପରିଚିତି ହାସଲ କରିଛନ୍ତି ଉତ୍ତରପ୍ରଦେଶର ୟାଶ ଦୟାଲ ଶର୍ମା। ଶାହରନପୁର ନିବାସୀ ଶର୍ମା ଜୈବିକ...

ଆମ ଗ୍ୟାରେଣ୍ଟି

ଡ. ଦ୍ୱିତୀ ଚନ୍ଦ୍ର ସାହୁ ଜିନିଷର ଗ୍ୟାରେଣ୍ଟି ନାହିଁ ତ ଗ୍ରାହକ ମୁହଁ ଫେରାଇବ। ଉପତ୍ାଦର ଗୁଣବତ୍ତାକୁ ନେଇ ଗ୍ରାହକ ମନରେ ସଂଶୟ ସୃଷ୍ଟି ହେବା...

ଭୋଟରଙ୍କୁ ହଇରାଣ ନ କରି ନିର୍ବାଚନ ସମ୍ଭବ

ସହଦେବ ସାହୁ ଅନ୍ତର୍ଜାତୀୟ କ୍ଷେତ୍ରରେ ଏକ ମୁଖ୍ୟ ସ୍ମାର୍ଟ ସିଟି ମର୍ଯ୍ୟାଦା ପାଇଥିବା ଭୁବନେଶ୍ୱର ଭଳି ମହାନଗରରେ ଅପରାହ୍ନ ୪ଟା ଯାଏ ୪୦% ପାଖାପାଖି ଭୋଟ...

Dillip Cherian

ଅପେକ୍ଷାରେ ପ୍ରାର୍ଥୀ

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ)ର ପରବର୍ତ୍ତୀ ଅଧ୍ୟକ୍ଷ ଚୟନର ବହୁ ପ୍ରତୀକ୍ଷିତ ସାକ୍ଷାତ୍‌କାରକୁ ଆର୍ଥିକ ସେବା ପ୍ରତିଷ୍ଠାନ ବ୍ୟୁରୋ (ଏଫ୍‌ଏସ୍‌ଆଇବି) ସ୍ଥଗିତ ରଖିଛି। ସାକ୍ଷାତ୍‌କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri