ଭୁବନେଶ୍ୱର,୬।୯: ଚଳିତ ବର୍ଷ ଅକ୍ଟୋବର ୧୭ରୁ ଏକ ୩ ଦିନିଆ ଗ୍ଲୋବାଲ ମାରିଟାଇମ୍ ଇଣ୍ଡିଆ ସମିଟ୍ (ଜିଏମ୍ଆଇଏସ୍)-୨୦୨୩ ନୂଆଦିଲ୍ଲୀର ଆଇଟିପିଓ ଭାରତ ମଣ୍ଡପମ୍ଠାରେ ଆୟୋଜିତ ହେବ। ଏପରିକି ଜିଏମ୍ଆଇଏସ୍ର ୩ୟ ସଂସ୍କରଣ ଅକ୍ଟୋବର ୧୭ରୁ ୧୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ପାରାଦୀପ ପୋର୍ଟ ପକ୍ଷରୁ ଭୁବନେଶ୍ୱରରେ ଏକ ରୋଡ୍ଶୋ’ର ଆୟୋଜନ କରାଯାଇଥିଲା। ବନ୍ଦର, ନୌପରିବହନ ଓ ଜଳପଥ ଏବଂ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଭିସି ଜରିଆରେ ଯୋଗଦେଇ ଏହାର ଶୁଭାରମ୍ଭ କରିବା ସହ ଭାରତ ନୌବାଣିଜ୍ୟ କ୍ଷେତ୍ରରେ ଏକ ନୂତନ ଯୁଗର ଅଗ୍ରଭାଗରେ ରହିଛି ଏବଂ ଦେଶ ଏକ ଅନୁକୂଳ ବ୍ୟବସାୟ ପରିବେଶ ପାଇଁ ବୈଷୟିକ ଅଗ୍ରଗତି ଓ ଭିତ୍ତିଭୂମି ଉନ୍ନତୀକରଣ ମାଧ୍ୟମରେ ପ୍ରଗତିର ଏକ ଯାତ୍ରା ଆରମ୍ଭ କରିଛି ବୋଲି ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ବନ୍ଦର, ନୌପରିବହନ ଓ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁର କହିଛନ୍ତି, ଦେଶର ସାମଗ୍ରିକ ନୌବାଣିଜ୍ୟ ଆକାଂକ୍ଷାଗୁଡିକୁ ପ୍ରତିଫଳନ କରିବା ସହିତ ୨୦୩୦ ର ଉଚ୍ଚାଭିଳାଷୀ ଲକ୍ଷ୍ୟ ପାଇଁ ପ୍ରସ୍ତୁତ ରହିଛି। ବନ୍ଦର, ନୌପରିବହନ ଓ ଜଳପଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭୂଷଣ କୁମାର କହିଛନ୍ତି, ଆମେ ସ୍ବୟଂଚାଳିତ ବନ୍ଦର ଓ ଟର୍ମିନାଲଗୁଡିକୁ ଘରୋଇ କ୍ଷେତ୍ର ସହିତ ସହଭାଗିତା ଜରିଆରେ ଆମର ବନ୍ଦରଗୁଡିକର ଦକ୍ଷତା ବୃଦ୍ଧି କରିବା ପାଇଁ ପ୍ରୟାସ କରୁଛୁ। ଅପରପକ୍ଷରେ ରୋଡ ଶୋ’ର ୨ପର୍ଯ୍ୟାୟରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଦିତ କରି ପାରାଦୀପ ପୋର୍ଟ ଅଥରଟି (ପିପିଏ)ର ଅଧ୍ୟକ୍ଷ ପିଏଲ୍ ହାରାନ୍ଧ ଜିଏମ୍ଆଇଏସ୍-୨୦୨୩ର ଆଭିମୁଖ୍ୟ ଓ ପାରାଦୀପ ବନ୍ଦରର ଭୂମିକା ବିଷୟରେ ବିସ୍ତୃତ ଆଲୋଚନା ସହ ପାରାଦୀନ ବନ୍ଦର କାର୍ଯ୍ୟ କଳାପ ଓ ଆଗାମୀ ଦିନର ବିକାଶ ଓ ପଦକ୍ଷେପ ଆଦି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଉକ୍ତ ସମ୍ମିଳନୀରେ ବନ୍ଦର, ନୌପରିବହନ ଓ ଜଳପଥ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଭୂଷଣ କୁମାର, ପିପିଏର ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତା ଏବଂ ସମ୍ପାଦକ ଡ. ପି.ଏନ୍.ବାହେକର ପ୍ରମୁଖ ଉପସ୍ଥିତ ଥିଲେ। ରୋଡ୍ ଶୋ’ର ପ୍ରାରମ୍ଭିକ ସଭାରେ ଶିଳ୍ପ ସଚିବ ହେମନ୍ତ ଶର୍ମା, ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀଙ୍କ ସମେତ ଗୋପାଳପୁର ପୋର୍ଟର ସିିଇଓ ଭି.ଜନାର୍ଦ୍ଦନ ରାଓ ଏବଂ ଧାମରା ପୋର୍ଟର ସିଓଓ ସଞ୍ଜୀବ କୁମାର ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ
ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...
ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ
ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...
ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…
ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...
ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ
ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...
ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ
ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...
MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ
ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...
ଭଞ୍ଜନଗର ଏନ୍ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ
ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍ଏସି ମାନ୍ୟତା ମିଳିଛି। ଆଜି...
ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ
ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...
Archives


