Posted inଜାତୀୟ

ରେଲଓ୍ବେ ଷ୍ଟେଶନରେ ସୁଲଭ ମୂଲ୍ୟରେ ମିଳିବ ଔଷଧ

ନୂଆଦିଲ୍ଲୀ,୧୭।୮: ବଦଳୁଥିବା ସମୟ ଅନୁଯାୟୀ ଭାରତୀର ରେଲଓ୍ବେ ଏବେ ତା’ର ଯାତ୍ରୀଙ୍କୁ ଅଧିକରୁ ଅଧିକ ସୁବିଧା ଯୋଗାଇ ଦେବାକୁ ପ୍ରୟାସ ଜାରି ରଖିଛି। ଯଦି ରେଲଓ୍ବେ ଷ୍ଟେଶନରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୁଏ, ତେବେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ଏଭଳି ପରିସ୍ଥିତିରେ ରେଳ ମନ୍ତ୍ରଣାଳୟ ଷ୍ଟେଶନରେ ପ୍ରଧାନମନ୍ତ୍ରି ଜନ ଭାରତୀୟ ଔଷଧି କେନ୍ଦ୍ର (PMBJKs) ଖୋଲିବାକୁ ନିଷ୍ପତ୍ତି ନେଇଛି ଯାହା ଦ୍ୱାରା ଯାତ୍ରୀମାନେ ସହଜରେ ଶସ୍ତା ଔଷଧ ପାଇପାରିବେ। ଏହା ମାଧ୍ୟମରେ କୋଟି କୋଟି ରେଳ ଯାତ୍ରୀ ଜରୁରୀକାଳୀନ ପରିସ୍ଥିତିରେ ରେଳ ଷ୍ଟେଶନରେ ଶସ୍ତା ଔଷଧ ପାଇବେ।
ଅନେକ ଥର ଟ୍ରେନରେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଏ କିମ୍ବା ସେମାନେ ଘରେ ଔଷଧ ଭୁଲିଯାଆନ୍ତି। ଏଭଳି ଜରୁରୀକାଳୀନ ପରିସ୍ଥିତିରେ ସେ ନିଜେ ରେଳ ଷ୍ଟେଶନରେ ଅବସ୍ଥିତ ଜନ ଔଷଧି କେନ୍ଦ୍ରରୁ ଶସ୍ତା ଦରରେ ଔଷଧ କିଣି ପାରିବେ। ଏହା ସହିତ ଯାତ୍ରୀମାନଙ୍କ ସୁବିଧା ସହିତ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରେଳ ଷ୍ଟେଶନରେ ପ୍ରଧାନମନ୍ତ୍ରି ଜନ ଔଷଧି କେନ୍ଦ୍ର ଚଳାଇବା ପାଇଁ ଲୋକଙ୍କୁ ଲାଇସେନ୍ସ ନେବାକୁ ପଡିବ। ଏଥିପାଇଁ ଏକ ଇ-ନିଲାମର ଆୟୋଜନ କରାଯିବ ଯାହା ଦ୍ୱାରା ଲୋକମାନେ ଷ୍ଟେଶନରେ ଏହି କେନ୍ଦ୍ର ଚଳାଇବାକୁ ଅନୁମତି ପାଇବେ। ଏହି କେନ୍ଦ୍ରଗୁଡିକର ଇ-ନିଲାମ ପ୍ରକ୍ରିୟା NID ଅହମ୍ମଦାବାଦ ଦ୍ୱାରା ଡିଜାଇନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନ ଯିବେ ଆମେରିକା! ବଡ଼ ଘୋଷଣା କଲେ ଟ୍ରମ୍ପ ସରକାର, ଟେନସନରେ ଜେଲେନ୍ସକି

ଓ୍ବାଶିଂଟନ,୧୮।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ଜଟିଳ ପ୍ରସଙ୍ଗ ହୋଇ ରହିଛି ଯାହାର ସମାଧାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ...

ଚାଇନାକୁ ବଡ଼ ଝଟକା, ତାଇୱାନକୁ ଏହି ସାହାଯ୍ୟ କରିବେ ଟ୍ରମ୍ପ

ନୂଆଦିଲ୍ଲୀ,୧୮।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ତାଇୱାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯାହା ଚାଇନାକୁ ଏକ ବଡ଼ ଧକ୍କା ଦେଇଛି...

ଚକରା ଘାଟିରେ ପର୍ଯ୍ୟଟକ-ଦନ୍ତା ମୁହାଁମୁହିଁ: ଲୋକେ ଆତଙ୍କିତ

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ରେ ଦନ୍ତା ହାତୀମାନଙ୍କ ଦୌରାତ୍ମ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ନେଇ ଜଙ୍ଗଲ...

ପରଲୋକରେ ଷ୍ଟାଚ୍ୟୁ ଅଫ ୟୁନିଟିର ନିର୍ମାତା: ଖେଳିଗଲା ଶୋକର ଲହରୀ

ନୋଏଡା,୧୮।୧୨: ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦେହାନ୍ତ ହୋଇଛି। ସେ ପ୍ରାୟ ୧୦୦ ବର୍ଷ ବୟସରେ ନୋଏଡାର ସେକ୍ଟର ୧୯ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

ଦିଲ୍ଲୀ ବାୟୁ ପ୍ରଦୂଷଣ ସଙ୍କଟ: ଚାଇନା ଦେଲା ସଫଳତାର ‘ମନ୍ତ୍ର’, ବେଜିଂ ମଡେଲ୍‌ରୁ ଶିଖିବ କି ଭାରତ?

ନୂଆଦିଲ୍ଲୀ,୧୮ା୧୨: ଦିଲ୍ଲୀରେ ପ୍ରତିବର୍ଷ ଶୀତଦିନେ ବାୟୁ ପ୍ରଦୂଷଣ ଏକ ସାଧାରଣ ସମସ୍ୟା ପାଲଟିଛି। ବିଷାକ୍ତ ବାୟୁ, ଘନ କୁହୁଡ଼ି ଏବଂ ଶ୍ୱାସକ୍ରିୟା ଜନିତ ରୋଗରେ ଦିଲ୍ଲୀବାସୀ...

୨୦୨୬ରୁ ଚମକିବ ୩ରାଶିଙ୍କ ଭାଗ୍ୟ, ଯାହା ଛୁଇଁବେ ପାଲଟିବ ସୁନା!

୨୦୨୬ ବର୍ଷ ପାଖେଇ ଆସୁଛି, ଏବଂ ଏହି ନୂତନ ବର୍ଷରେ ହେଉଥିବା ଗ୍ରହ ପରିବର୍ତ୍ତନ କିଛି ରାଶି ପାଇଁ ବିଶେଷ ସୌଭାଗ୍ୟ ଆଣିବ ବୋଲି କହିଛନ୍ତି...

୨୬ ମାର୍ଚ୍ଚରୁ IPL ଆରମ୍ଭ , ଏହି ଦିନ ଖେଳାଯିବ ଫାଇନାଲ; କାର୍ଯ୍ୟସୂଚୀ ଘୋଷଣାରେ ପାକିସ୍ତାନରେ ହଙ୍ଗାମା

ନୂଆଦିଲ୍ଲୀ,୧୮।୧୨: IPL ୨୦୨୬ ମିନି ନିଲାମ ପରେ, ସମସ୍ତ ୧୦ଟି ଦଳର ଦଳ ଚୂଡ଼ାନ୍ତ ହୋଇଛି। ଏହି ସମୟରେ, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri