ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର ପବିତ୍ର ପୂର୍ଣ୍ଣମୀ ଅବସରରେ ଉଦ୍‌ଯାପନ ହୋଇଛି। ମାସସାରା ହଜାର ହଜାର ଭକ୍ତଙ୍କ ଗହଣରେ ସମଗ୍ର ରତ୍ନଗିରିପାହାଡ ପୂରିଉଠୁଥିବାବେଳେ ଆଜି ସତେ ଯେପରି ଏକପ୍ରକାରର ଖାଁଖାଁ ହୋଇପଡିଛି। ଯାତ୍ରାକୁ ନିମନ୍ତ୍ରିତ ହୋଇ ଆସିଥିବା ସର୍ବଦେବାଦେବୀମାନେ ମଧ୍ୟ ରତ୍ନଗିରି ଛାଡି ନିଜନିଜ ସ୍ଥାନକୁ ଚାଲିଯାଇଛନ୍ତି । ଚୈତ୍ର ମାସର ଏହି ଶେଷ ଦିନରେ ମା ’ ଙ୍କ ନିକଟରେ ଅଧରପଣା ଲାଗିହୋଇଛି । ଖିର,ଘିଅ,ନବାତ ଭଳି ବିଭିନ୍ନ ପ୍ରକାର ସାମଗ୍ରୀରେ ଏହିପଣା ପ୍ରସ୍ତୁତ କରାଯାଇ ମା’ଙ୍କ ନିକଟରେ ଲାଗିକରାଯାଇଛି । ଏହାପରେ ସେହି ପଣାହାଣ୍ଡିକୁ ବାହାରକୁ ନେଇ ଭାଙ୍ଗି ଦିଆଯାଇଛି l ଏହି ଅଧର ପଣାନିତିର ଏଠାରେ ଏକ ସ୍ବତନ୍ତ୍ର ବିଶେଷତ୍ୱ ରହିଛି, ଯାହାକି ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ସକାଶେ ଫଲଗୁନମାସ ଦୋଳ ପର୍ଣ୍ଣମୀଠାରୁ ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରି ଯାତ୍ରାକୁ ଡକାଯାଇଥାଏ । ଯାହାଦ୍ବାରା ଦେବାଦେବୀମାନେ ଏଠାକୁ ଆସି ମା’ ତାରାତାରିଣୀ ଅବସ୍ଥାନ କରିଥିବା ରତ୍ନଗିରିପାହାଡରେ ଦୀର୍ଘ ଏକମାସ ଧରି ରହିଥାନ୍ତି । ମା’ଙ୍କ ଚୈତ୍ରମଙ୍ଗଳବାର ଯାତ୍ରା ସରିବା ପରେ ପୂର୍ଣ୍ଣମୀରେ ଏମାନେ ରତ୍ନଗିରି ଛାଡି ନିଜନିଜର ସ୍ଥାନକୁ ଚାଲିଯାଇଥାନ୍ତି । ଏଣୁ ସେମାନେ ଫେରିଯିବାବେଳେ ଏହି ଅଧରପଣା ଦିଆଯାଇଥାଏ। ଆଉ ଏହି ଅଧରପଣାରେ ହିଁ ସର୍ବଦେବାଦେବୀମାନେ ସନ୍ତୁଷ୍ଟ ହୋଇଥାନ୍ତି । ଏଣୁ ଚୈତ୍ରମାସର ଏହି ଶେଷ ଦିନରେ ଏଭଳି ଅଧରପଣା ନିତିର ପରମ୍ପରା ରହିଛି । ମନ୍ଦିର ଦ୍ୱାର ଫିଟା ହୋଇ ମାଜଣା, ମଙ୍ଗଳ ଆଳତି, ସିଙ୍ଗାର, ଅବକାଶ ଆଦି ପରମ୍ପରା ଅନୁସାରେ ସମସ୍ତ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା କରାଯାଇ ତାରାତାରିଣୀ ଦୁଇ ଭଉଣୀଙ୍କୁ ସେବାୟତମାନେ ରାଜରାଜେଶ୍ବରୀ ବେଶରେ ସଜ୍ଜିତ କରାଇବା ପରେ ସାହାଣ ମେଲା ହୋଇ ଅଧରପଣା ନିତି ହୋଇଥିଲା । ମାସର ଏହି ଶେଷ ଦିନରେ ମା’ ତାରାତାରିଣୀ ରାଜରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏହାକୁ ଦେଖିବା ସହ ମାଙ୍କ ଆଶୀର୍ବାଦ ଭିକ୍ଷାଲଗି ଭକ୍ତଙ୍କ ଭିଡଜମିଥିଲା । ଗଞ୍ଜାମ ଜିଲାପାଳ ଭି ର୍କିତ୍ତିଭାସନ ଯୋଗଦେଇ ଜିଲାବାସୀଙ୍କ ମଙ୍ଗଳକାମନା କରିଥିବାବେଳେ ଏସ୍‌ପି ସୁଭେନ୍ଦୁକୁମାର ପାତ୍ର,ଛତ୍ରପୁର ଉପଜିଲାପାଳ ଶୁଭାଶିଶ ବରାଳ,ମନ୍ଦିର ନିର୍ବାହୀ ଅଧିକାରୀ ତଥା ତହସିଲଦାର ବିନୋଦକୁମାର ବେହେରା,ବିଡିଓ ଶରତକୁମାର ପାତ୍ର,ଏନଏସି ନିର୍ବାହୀ ଅଧିକାରୀ ସଂଗିତା ସେଠୀ,ଏସଡିପିଓ ସୁଜିତକୁମାର ନାୟକ,ଆଇଆଇସି କୁଳମଣୀସେଠୀଙ୍କ ସମେତ ଜିଲାର ସମସ୍ତ ପ୍ରଶାସନିକଅଧିକାରୀମାନେ ଯୋଗଦେଇମାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?