ନିବେଶକଙ୍କ ଉପରେ ଚଡ଼କ;ଏଫ୍‌ପିଆଇ ଉଠାଇ ନେଲେ ୧୫ ଲକ୍ଷ କୋଟି

ମୁମ୍ବାଇ,୬-୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଜୁଲାଇ ୫ରେ ବଜେଟ ଓ ଫାଇନାନ୍ସିଆଲ ବିଲ୍‌ ଉପସ୍ଥାପନ କରିଥିଲେ। ଏଥିରେ ଅତି ଧନୀ ଓ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ଉପରେ ସରଚାର୍ଜ ଆଦାୟ ପାଇଁ ବ୍ୟବସ୍ଥା ରହିଛି। ସରକାରଙ୍କ ଏଭଳି ନିଷ୍ପତ୍ତି ଯୋଗୁ ଏଫ୍‌ପିଆଇ ବଜେଟ ପରେ ୩୦ ଦିନ ମଧ୍ୟରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କା ବଜାରରୁ ପ୍ରତ୍ୟାହାର କରିନେଇଛନ୍ତି। ଏହା ବଡ଼, ଛୋଟ ନିବେଶକଙ୍କ ଉପରେ ବଜ୍ରପାତ ସଦୃଶ ହୋଇଛି।
ଡାଟା ବିଶ୍ଲେଷଣରୁ ଜଣାପଡୁଛି ଯେ, ବଜେଟର ଦିନକ ପୂର୍ବରୁ ଆରମ୍ଭ କରି ଆଜି ଯାଏ ସେନ୍‌ସେକ୍ସ ୬.୯୯ ଓ ନିଫ୍ଟି ୮ ପ୍ରତିଶତ ହ୍ରାସ ଘଟିଛି। ଏହାର ସବୁଠାରୁ ଅଧିକ ପ୍ରଭାବ ମିଡ୍‌ ଓ ସ୍ମଲ କ୍ୟାପ୍‌ ସେଗମେଣ୍ଟ ଶେୟାର ଉପରେ ପଡିଛି। ତେବେ ଲାର୍ଜ କ୍ୟାପ୍‌ ଶେୟାରରେ ମଧ୍ୟ ବଡ଼ ଧରଣର ହ୍ରାସ ପରିଲକ୍ଷିତ ହୋଇଛି। ବିଏସ୍‌ଇ ସ୍କଲ୍‌ କ୍ୟାପ୍‌ ଇଣ୍ଡେକ୍ସ ଇତିମଧ୍ୟରେ ୧୩ ପ୍ରତିଶତ ଏବଂ ମିଡ଼୍‌ କ୍ୟାପ୍‌ ଇଣ୍ଡେକ୍ସ ୯.୨୫ ପ୍ରତିଶତ କମିଥିବା ଦେଖାଯାଇଛି। ସରକାରଙ୍କ ନିଷ୍ପତ୍ତି, କମ୍ପାନୀଙ୍କ ଅଭିବୃଦ୍ଧି ଧିମା ହେବା, ମୌସୁମୀର ଲୁଚକାଳି, ଚାହିଦା ହ୍ରାସ ପାଇବା ଓ ଆମେରିକା-ଚାଇନା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ବିଦେଶୀ ନିବେଶକଙ୍କ ମନ ଭାଙ୍ଗିଦେଇଛି। ବିଶେଷ କରି ବଜେଟ ଘୋଷଣା ସେମାନଙ୍କୁ ଭାରତରୁ ଚାଲିଯିବା ପାଇଁ ବାଧ୍ୟ କରୁଛି।
ବଜେଟ ପରେ ଶେୟାର ବିକ୍ରି ଆରମ୍ଭ
ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକରେ ଆର୍ଥିକ ବିକାଶ ହାର ୫.୮ ପ୍ରତିଶତ ସହିତ ୫ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ୟାଇଛି। ବିଶେଷକରି ଚାହିଦା ଅଭିବୃଦ୍ଧି ହ୍ରାସ ପାଇବା ନିବେଶକଙ୍କୁ ବିଚଳିତ କରିଛି। ସେମାନେ ମନେ କରୁଥିଲେ ଯେ, ସରକାର ବଜେଟରେ ଏଭଳି କିଛି ଉପାୟ ଘୋଷଣା କରିବେ, ଯାହାଦ୍ୱାରା ଦେଶର ଆର୍ଥିକ ବିକାଶ ଗତିଶୀଳ ହେବ। ତେବେ ସବୁ ଆଶା ପାଣିଫୋଟକା ପରି ମିଳାଇଗଲା। ଅତି ଧନୀଙ୍କ ଉପରେ ସରଚାର୍ଜ ବୃଦ୍ଧି ଯୋଗୁ ଦେଶରେ ଟ୍ରଷ୍ଟ ରୂପେ କାର୍ଯ୍ୟ କରୁଥିବା ଏଫ୍‌ପିଆଇ ଟିକସ ଦେବାକୁ ବାଧ୍ୟ ହେବେ। ପୂର୍ବରୁ ସେମାନଙ୍କୁ ଏଥିରୁ ଛାଡ଼ ମିଳିଥିଲା। ଏହା ନକରାମତ୍କ ହେଉଥିବା ମନେ କରି ବିଦେଶୀ ନିବେଶକ ବଜେଟ ପରେ ଶେୟାର ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି। ଏଫପିଆଇଙ୍କ ଏଭଳି ମନୋଭାବ ସମ୍ପର୍କରେ ଜାଣିପାରି କେନ୍ଦ୍ର ସରକାର ଏବେ ସେମାନଙ୍କ ଚିନ୍ତା ଦୂର କରିବେ ବୋଲି ସଙ୍କେତ ଦେଲେଣି। ସରକାରଙ୍କ ଆଶ୍ୱାସନାରେ ବିଦେଶୀ ନିବେଶକ ବିଶେଷ ପ୍ରଭାବିତ ହୋଇଥିବା ମନେ ହେଉ ନାହିଁ। ନିକଟ ଭବିଷ୍ୟତରେ ଷ୍ଟକ୍‌ ବଜାର ପୁଣି ବୃଦ୍ଧି ପାଇବ ବୋଲି ଆଶା କରାଯାଉନି।
ବିକାଶ ଅଭିବୃଦ୍ଧି ଜରୁରୀ
ବିଶେଷଜ୍ଞଙ୍କ କହିବାନୁଯାୟୀ, କେବଳ ଏଫ୍‌୍‌ପିଆଇଙ୍କ ଚିନ୍ତା ଦୂର କରିଦେଲେ ଯେ, ଷ୍ଟକ୍‌ ବଜାରରେ ନିବେଶ ବଢ଼ିବ, ଏହା ଭାବିବା ଭୁଲ୍‌। ଦେଶର ଅର୍ଥନୀତିର ଅଭିବୃଦ୍ଧି ଏଥିପାଇଁ ଜରୁରୀ ହୋଇପଡିଛି। ଅନ୍ତଃରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ନିକଟରେ ଚଳିତ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ଅନୁମାନକୁ ୭ ପ୍ରତିଶତକୁ ହ୍ରାସ କରିଛି। ସରକାର ଓ ରିଜର୍ଭ ବ୍ୟାଙ୍କ ୨୦୨୦ ଆର୍ଥିକ ବର୍ଷ ଲାଗି ସମାନ ଅନୁମାନ ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ରେଟିଂ ଏଜେନ୍ସି କ୍ରିସିଲ୍‌ ପକ୍ଷରୁ ଦେଶର ବିକାଶ ହାର ୬.୯ ପ୍ରତିଶତ ରହିବ ବୋଲି ଦର୍ଶାଇଛି। ଦେଶର ଗତ ୧୪ ବର୍ଷର ହାରାହାରି ବିକାଶ ହାର ୭ ପ୍ରତିଶତ ରହିଛି। ଉଦ୍ୟୋଗ ଜଗତର ଭବିଷ୍ୟବାଣୀକୁ ହିସାବକୁ ଧରିଲେ ଆର୍ଥିକ ବର୍ଷ ୨୦୨୦ରେ ଦେଶର ଜିଡିପି ଅଭିବୃଦ୍ଧି ଏହାଠାରୁ ତଳକୁ ଖସିଯିବ। ଏଲ୍‌ଆଣ୍ଡଟିର ନନ୍‌ ଏକ୍‌ଜିକ୍ୟୁଟିଭ ଚେୟାରମ୍ୟାନ୍‌ କହିଛନ୍ତି ଯେ, ଦେଶର ବିକାଶ ହାର ଯଦି ୬.୫% ରହେ ତେବେ ଦେଶକୁ ଭାଗ୍ୟଶାଳୀ ମନେ କରିବା ଉଚିତ୍‌।
ଉଦ୍ୟୋଗ ଜଗତର ପ୍ରଦର୍ଶନ
ଜୁନ୍‌ରେ ଶେଷ ହୋଇଥିବା ତ୍ରୈମାସରେ ଗତ ସପ୍ତାହ ଶେଷ ସୁଦ୍ଧା ୬୫୬ କମ୍ପାନୀର ଫଳାଫଳ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରୁ ୫୮୩ କମ୍ପାନୀଙ୍କ ଆୟ ୯.୨ ପ୍ରତିଶତ ବଢ଼ିଥିବା ବେଳେ ଲାଭ ଏହି ତ୍ରୈମାସରେ ୩% ହ୍ରାସ ପାଇଛି। ଅର୍ଥନୀତି ଧିମା ହେବା କାରଣରୁ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ହେବାର ଆଶା କମିଛି। ଚଳିତ ବର୍ଷ ଭାରତୀୟ କମ୍ପାନୀଙ୍କ ଅଭିବୃଦ୍ଧି ୧୦ ପ୍ରତିଶତରୁ କମ ରହିବ ବୋଲି କ୍ରିସିଲ୍‌ କହିଛି।
ବାଣିଜ୍ୟ ଯୁଦ୍ଧର ପ୍ରଭାବ
ଚାଇନା-ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ବନ୍ଦ କରିବା ଲାଗି ଗତ ସପ୍ତାହରେ ଆରମ୍ଭ ହୋଇଥିବା ଆଲୋଚନା ବିଫଳ ହୋଇଛି। ସେପ୍ଟେମ୍ବର ପହିଲାରୁ ଚାଇନାରୁ ଆମଦାନୀ ହେଉଥିବା ୩୦୦ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଉରେ ଅଧିକ ୧୦ ପ୍ରତିଶତ ଟାରିଫ ବୃଦ୍ଧି କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେବା ପରେ ଏହି ଯୁଦ୍ଧ ଯେ ଆହୁରି ଘନୀଭୁତ ହେବ ଏହା ସହଜେ ଅନୁମେୟ। ଏହାର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ ପଡୁଥିବାରୁ ତୁରନ୍ତ ଏହାର ସମାଧାନ ଜରୁରୀ। ଆଇଏମ୍‌ଏଫ୍‌ ପକ୍ଷରୁ କୁହାଯାଇଛି ଯେ, ବାଣିଜ୍ୟ ଯୁଦ୍ଧ କାରଣରୁ ବିଶ୍ୱ ଅର୍ଥନୀତି ଅଭିବୃଦ୍ଧି କମିବାରେ ଲାଗିଛି। ବିଶ୍ୱ ଓ ଘରୋଇ ବଜାରରେ ଆର୍ଥିକ ଅଭିବୃଦ୍ଧି ହ୍ରାସ ପାଉଥିବା ବେଳେ ଏବେ ନିବେଶକଙ୍କ ଦୃଷ୍ଟି ଦେଶର ମୁଦ୍ରାନୀତି ଉପରେ ରହିଛି। ଇତିମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତିନିଥରରେ ୦.୨୫%ରେ ରେପୋ ରେଟ୍‌ ହ୍ରାସ କରିଛନ୍ତି। ତଥାପି ଏହା ଅର୍ଥନୀତିକୁ ଗତିଶୀଳ କରିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ପଶିଲା ଚେତା, ମସଲାର ଗୁଣାତ୍ମକ ଯାଞ୍ଚ କରିବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୫: ନିକଟରେ ଭାରତରୁ ରପ୍ତାନି ହୋଇଥିବା ମସଲାକୁ ନେଇ ବିବାଦ ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ମସଲା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

ଏପ୍ରିଲରେ ରେକର୍ଡ ସଂଗ୍ରହ ଜିଏସ୍‌ଟି: ୨.୧୦ ଲକ୍ଷ କୋଟିରେ ପହଞ୍ଚିଲା

ନୂଆଦିଲ୍ଲୀ,୧।୫: ଏପ୍ରିଲ ମାସରେ ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ସଂଗ୍ରହ ରେକର୍ଡ ସୃଷ୍ଟି କରିଛି। ସମସ୍ତ ରେକର୍ଡ ଭାଙ୍ଗି ଏପ୍ରିଲ ୨୦୨୪ରେ ଜିଏସ୍‌ଟି ସଂଗ୍ରହ...

ବିଓଏମ୍‌ର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୫: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ...

କାମ୍ପାକୋଲାର ନୂତନ ଅଭିଯାନ

ଭୁବନେଶ୍ୱର,୧।୫: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ତଥା ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ପ୍ରମୁଖ ବ୍ରାଣ୍ଡ୍‌ କାମ୍ପାକୋଲାର ନୂତନ ଅଭିଯାନ ‘ନଏ ଇଣ୍ଡିଆ କା...

ଖୁବ୍‌ଶୀଘ୍ର ସମ୍ବଲପୁରରେ ଅରୁନ୍ଧତୀ ଜୁଏଲର୍ସ

ଭୁବନେଶ୍ୱର,୧।୫: ଅରୁନ୍ଧତୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିିର୍ମିତ ନୂତନ ଶୋ’ରୁମ୍‌ର ଶୁଭାରମ୍ଭ ଖୁବ୍‌ଶୀଘ୍ର ସମ୍ବଲପୁରଠାରେ ଖୋଲିବାକୁ ଯାଉଛି। ଏପରିକି ୨୦୨୪ ମେ...

ଜୟଆଲୁକ୍କାସ୍‌ରେ ଉତ୍ସବକାଳୀନ ଅଫର

ଭୁବନେଶ୍ୱର,୧।୫(ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ପ୍ରମୁଖ ଗହଣା ବ୍ରାଣ୍ଡ୍‌ ଜୟଆଲୁକ୍କାସ୍‌ ପକ୍ଷରୁ ଉତ୍ସବକାଳୀନ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ...

ବେଦାନ୍ତ କାର୍ଯ୍ୟ ପରିସର ଅଞ୍ଚଳରେ ପ୍ରକଳ୍ପ ପଞ୍ଛିର ବିସ୍ତାର

ଭୁବନେଶ୍ୱର,୧।୫: ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମର ଅଭିନବ କାର୍ଯ୍ୟକ୍ରମ ‘ପ୍ରକଳ୍ପ ପଞ୍ଛି’ର ବିସ୍ତାର ସମ୍ପର୍କରେ ଘୋଷଣା କରାଯାଇଛି। କମ୍ପାନୀର ଓଡ଼ିଶା ୟୁନିଟ୍‌...

ପତଞ୍ଜଳିର ୧୪ ପ୍ରଡକ୍ଟର ଲାଇସେନ୍ସ ହେଲା ସସପେଣ୍ଡ, ନିତିଦିନ କରୁଛନ୍ତି ବ୍ୟବହାର, ଦେଖନ୍ତୁ ଲିଷ୍ଟ

ଡେରାଡୁନ,୩୦।୪: ବିଭ୍ରାନ୍ତିକର ବିଜ୍ଞାପନ ପ୍ରସଙ୍ଗରେ ପତଞ୍ଜଳିର ସମସ୍ୟା ହ୍ରାସ ହେବାର ଦେଖାଯାଉ ନାହିଁ। ଏକ ବଡ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଉତ୍ତରାଖଣ୍ଡ ଡ୍ରଗ ବିଭାଗର ଲାଇସେନ୍ସ ପ୍ରାଧିକରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri