Posted inଫୁରସତ

ବିନା ବିମାନରେ ୧୯୫ ଦେଶ ବୁଲିଛନ୍ତି ଏହି ବ୍ୟକ୍ତି, ତାଙ୍କ ଭ୍ରମଣ କାହାଣୀ ଶୁଣିଲେ ହେବେ ଚକିତ

ଡେନମାର୍କର ଟୋର୍‌ବର୍ନ ପେଡର୍ସନ ଏକ ସଫଳତା ହାସଲ କରିଛନ୍ତି। ଯାହା ଅଧିକାଂଶ ଲୋକ କେବଳ ସ୍ବପ୍ନରେ ଭାବିଥାନ୍ତି। ସେ ଗୋଟିଏ ବି ବିମାନ ନ ନେଇ ଦୁନିଆର ୧୯୫ଟି ଦେଶ ପରିଦର୍ଶନ କରିବାରେ ସଫଳ ହୋଇଛନ୍ତି। ଟୋର୍‌ବର୍ନ ୨୦୧୩ରେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ସେ ଏକ ନୂଆ ରେକର୍ଡ କରିବାକୁ ଚାହୁଁଥିଲେ। ସେଥିପାଇଁ ସେମାନେ ଶର୍ଟ, ଜ୍ୟାକେଟ, ଜୋତା ଏବଂ ପ୍ରାଥମିକ ଚିକିତ୍ସା କିଟ୍‌ ଭଳି ଜରୁରୀ ଜିନିଷ ସହିତ ଘରୁ ବାହାରିଥିଲେ। ତଥାପି ଭାଗ୍ୟରେ ତାଙ୍କ ପାଇଁ ଆଉ କିଛି ଲେଖାଯାଇଥିଲା। ସେ ନିରନ୍ତର ଭାବରେ ଚାଲିବାକୁ ଲାଗିଲେ ଏବଂ ଏକ ସଫଳ ଯାତ୍ରା ପରେ ଯେତେବେଳେ ସେ ଡେନମାର୍କର ଏକ ଡଙ୍ଗାରୁ ଓହ୍ଲାଇଲେ, ତାଙ୍କୁ ସ୍ବାଗତ କରାଯାଇଥିଲା।

ଏକ ରିପୋର୍ଟ ଅନୁଯାୟୀ, ପେଡର୍ସନ ସମୁଦାୟ ୪.୧୮ଲକ୍ଷ କିଲୋମିଟର ଯାତ୍ରା କରିଥିଲେ।ଏହି ସମୟରେ ସେ କାର୍‌, ବସ୍‌, ଟ୍ୟାକ୍ସି, ଡଙ୍ଗା,ଶିପିଂ କଣ୍ଟେନର ଏବଂ ଟ୍ରେନ୍‌ ଯୋଗେ ଯାତ୍ରା କରିଥିଲେ। ହଜାର ହଜାର କିଲୋମିଟର ପାଦରେ ଚାଲିଥିଲେ। ସେ ଅନେକ ଥର ମୃତ୍ୟୁର ସମ୍ମୁଖୀନ ବି ହୋଇଥିଲେ। ଭିଜା ଅଟକାଯାଇଥିଲା । ସେତେବେଳେ ସେ ଅନୁଭବ କରିଥିଲେ ଯେ, ତାଙ୍କୁ ଜେଲରେ ରଖାଯିବ। ଏହା ସତ୍ତ୍ୱେ ପେଡର୍ସନ ଦୃଢ଼ ଭାବରେ ରହି ଅସମ୍ଭବ ମନେ ହେଉଥିବା କାର୍ଯ୍ୟକୁ ସଫଳ କରିଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଜଣେ ପର୍ଯ୍ୟଟକଙ୍କ ବିଷୟରେ ପଢୁଥିବା ସମୟରେ ତାଙ୍କର ଏପରି ଇଚ୍ଛା ହୋଇଥିଲା। ତାଙ୍କ କାହାଣୀ ପଢ଼ିବା ପରେ, ସେ ଅନୁଭବ କଲି ଯେ, ଏପରି ଯାତ୍ରା ଏକ ଆକର୍ଷଣୀୟ ଯାତ୍ରା ହେବ। ଏହା ଚିନ୍ତା କରି ଅକ୍ଟୋବର ୨୦୧୩ରେ ସେ ଡେନମାର୍କରୁ ଜର୍ମାନୀ ଯାଉଥିବା ଏକ ଟ୍ରେନ୍‌ ଧରିଥିଲେ।

ପେଡର୍ସନ କେବଳ ୨୦ ଡଲାର ଅର୍ଥାତ୍‌ ପ୍ରତିଦିନ ପ୍ରାୟ ୧୬୦୦ଟଙ୍କା ଖର୍ଚ୍ଚ କରୁଥିଲେ। ସେ ଯେଉଁଆଡେ ଗଲେ, ସେ ପ୍ରାୟତଃ ଛାତ୍ର ହଷ୍ଟେଲରେ ରହିଥିଲେ। ଅନେକ ସ୍ଥାନରେ ଲୋକମାନେ ନିଜେ ତାଙ୍କୁ ଲିଫ୍ଟ ଦେଇଥିଲେ। ଜାଣି ଆହୁରି ଆଶ୍ଚର୍ଯ୍ୟ ହେବେ ଯେ ପେଡର୍ସନ ପ୍ରତ୍ୟେକ ଦେଶରେ ଅତି କମ୍‌ରେ ୨୪ ଘଣ୍ଟା ବିତାଇଛନ୍ତି। ସେ କହିଥିଲେ ଯେ, ୟୁରୋପରେ ଭ୍ରମଣ କରିବା ବହୁତ ସହଜ ଅଟେ। ତାଙ୍କୁ ପ୍ରଥମେ ୨୦୧୩କୁ ଆହ୍ବାନ କରିବାକୁ ପଡ଼ିଥିଲା। ଡିସେମ୍ବର ୨୦୧୩ରେଯେତେବେଳେ ସେ ନରଓ୍ବେରୁ ଫାରୋ ଦ୍ୱୀପପୁଞ୍ଜକୁ ସମୁଦ୍ର ଦେଇ ଯିବାକୁ ଚାହୁଁଥିଲେ, କିନ୍ତୁ ଡଙ୍ଗାଟି ମିଳିଲା ନାହିଁ । ସେଠାରେ ତିନି ଦିନ ରହିଲେ। ଏପରିକି ଏକ ଶିପିଂ କମ୍ପାନୀର ଜାହାଜକୁ ଯିବାକୁ ଅନୁମତି ଦିଆଯାଇ ନ ଥିଲା। ଏହା ସତ୍ତ୍ୱେ ସେ କ୍ଳାନ୍ତ ହୋଇ ନ ଥିଲେ ଏବଂ ଯାତ୍ରା ଜାରି ରଖିଥିଲେ। ଏହିପରି କଥା ସେତେବେଳେ କଷ୍ଟସାଧ୍ୟ ମନେ ହେଉଥିଲା, ପେଡର୍ସନ କହିଛନ୍ତି, କିନ୍ତୁ ବର୍ତ୍ତମାନ ସେଗୁଡ଼ିକ ପିଲାଙ୍କ ଖେଳ ପରି ତାଙ୍କୁ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri